ଓଡିଶା ତାଜା ନ୍ୟୁଜ୍ (୨୪ ଅଗଷ୍ଟ ସୋମବାର ) ଭୁବନେଶ୍ୱର :- ମାଗଣା ରାସନ ଯୋଜନାର ଲାଭ ପାଇବାରେ ଯଦି କାର୍ଡଧାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ସେମାନେ ସମ୍ପୃକ୍ତ ଜିଲ୍ଲା ଖାଦ୍ୟ ଏବଂ ଯୋଗାଣ ନିୟନ୍ତ୍ରକ କାର୍ଯ୍ୟାଳୟରେ କିମ୍ବା ରାଜ୍ୟ ଉପଭୋକ୍ତା ସହାୟତା କେନ୍ଦ୍ରରେ ଅଭିଯୋଗ କରିପାରିବେ । ଏଥିପାଇଁ ସରକାର ଟୋଲ ଫ୍ରି ନମ୍ବର 1800-180-2087, 1800-212-5512 ଏବଂ 1967 ଜାରି କରିଛନ୍ତି ।
ଲକଡାଉନ୍ ଭିତରେ ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ କେନ୍ଦ୍ର ସରକାର ମାତ୍ର ୨.୫୧ କୋଟି ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଶସ୍ୟ ବଣ୍ଟନ କରିଛନ୍ତି । ଉପଭୋକ୍ତା ଏବଂ ଖାଦ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଖାଦ୍ୟଶସ୍ୟର କମ୍ ବଣ୍ଟନ ସୂଚାଇ ଦେଉଛି ଯେ ପ୍ରକୃତ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ବହୁତ କମ୍ ଥିଲା । ଲକଡାଉନ୍ ପରଠାରୁ କେନ୍ଦ୍ର ସରକାର ରେସନ କାର୍ଡ ନଥିବା ଲୋକଙ୍କୁ ମାଗଣା ରାସନ ପ୍ରଦାନ କରୁଛନ୍ତି । ଏହି ଯୋଜନା କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭରଶୀଳ ଭାରତ ଯୋଜନା ଅଧୀନରେ ଆରମ୍ଭ ହୋଇଥିଲା ।















