No Result
View All Result
୦୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ନିମାପଡ଼ା ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ତାପସ ଦାସ ସ୍ମାରକୀ ୨୯ତମ ନିମାପଡ଼ା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ୨ୟ କ୍ୱାଟର ଫାଇନାଲ ମ୍ୟାଚରେ ବ୍ରହ୍ମପୁର ଆଲଫା ସ୍ପୋର୍ଟିଂକୁ ୬ଉଇକେଟରେ ହରାଇ ଭୁବନେଶ୍ୱର ରାମେଶ୍ୱର ସ୍ପୋର୍ଟିଂ ୨ୟ ଟିମ୍ ଭାବେ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଆଜିର ମ୍ୟାଚରେ ଆଲଫା ସ୍ପୋର୍ଟିଂ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୩୦ ଓଭରରେ ୧୦ଉଇକେଟ ବିନିୟମରେ ୧୯୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏହାର ଜବାବରେ ରାମେଶ୍ୱର ସ୍ପୋର୍ଟିଂ ୨୩.୨ ଓଭରରେ ମାତ୍ର ୪ଟି ଉଇକେଟ ବିନିମୟରେ ୧୯୫ ରନ କରି ବିଜୟୀ ହୋଇଥିଲା ।
ରାମେଶ୍ୱର ସ୍ପୋର୍ଟିଂ ପକ୍ଷରୁ ବ୍ୟାଟ୍ସମ୍ୟାନ ସାରାଂଶ କୁମାର ଚମତ୍କାର ଖେଳ ପ୍ରଦର୍ଶନ କରି ୬୩ ବଲରେ ୧୦୯ ରନ ସଂଗ୍ରହ କରିଥିଲେ। ଏଥିପାଇଁ ସାରାଂଶଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା। ଆଜିର ମ୍ୟାଚରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ,ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, କାଉନସିଲର ରାଜକିଶୋର ସାହୁ, ଏନଏଏ ସମ୍ପାଦକ ଜୀବନାନନ୍ଦ ମହାପାତ୍ର ଓ ବିଶିଷ୍ଟ ବ୍ୟବସାୟୀ ଶୁଭାଶିଷ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ। ଓସିଏ ପ୍ୟାନେଲ ଅମ୍ପାୟାର ନିର୍ମଳ ମିଶ୍ର ଓ ତ୍ରିଭୁବନ ନାଥ ଦାଶ ମ୍ୟାଚ ପରିଚାଳନା କରିଥିବା ବେଳେ ସ୍କୋରର ଥିଲେ ପ୍ରିୟାଂଶୁ ପଲାଇ ଏବଂ ଅନିଶ ପ୍ରଧାନ।

No Result
View All Result