୦୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଆଜି ବାଙ୍କୀର ଶତାୟୁ ବିଦ୍ୟାଳୟ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ୧୦୪ତମ ପ୍ରତିଷ୍ଠା ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ସଭାପତିତ୍ୱ କରିବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ଗୋପୀମୋହନ କର ଯୋଗଦାନ କରି ବିଦ୍ୟାଳୟ ଜନ୍ମ ଦିନର କେକ୍ କାଟିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଥିବା ପ୍ରଭୁ ଗଣେଶ ଓ ମା’ସରସ୍ୱତୀଙ୍କ ଠାରେ ପ୍ରାର୍ଥନା କରାଯାଇଥିଲା ।

ସଭା ଆରମ୍ଭରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ବରେନ୍ଦ୍ରକୃଷ୍ଣ ଦାସ ଅଧିକାରୀ, ଉତ୍କଳମଣି ଗୋପବନ୍ଧୁ ଦାସ, ଶିକ୍ଷାବିତ୍ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ନୃସିଂହକାନୁନଗୋଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀନିବାସ ବେହେରା ଯୋଗଦାନ କରି ସ୍ୱର୍ଗତ ବରେନ୍ଦ୍ରକୃଷ୍ଣ ଦାସ ଅଧିକାରୀ ୧୯୨୧ମସିହାରେ ବାଙ୍କୀର ଡେପୁଟି କଲେକ୍ଟର ଥିବା ସମୟରେ ତାଙ୍କ ନେତୃତ୍ୱରେ ଏହି ବିଦ୍ୟାପୀଠ ସ୍ଥାପନ ହୋଇଥିଲା ବୋଲି ପ୍ରକାଶ କରିଥିଲେ ।

ମୁଖ୍ୟବକ୍ତା ଭାବେ ଶତବାର୍ଷିକ କମିଟିର ସଭାପତି ଭାବନୀ ପଣ୍ଡିତ ଯୋଗଦାନ କରି ବିଦ୍ୟାଳୟର ଗାରିମା ବର୍ଣ୍ଣନା କରିଥିଲେ । ସମ୍ମାନିତ ବକ୍ତା ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ବିଦ୍ୟାଳୟର ଇତିହାସ ସଂପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଶତବାର୍ଷିକ କମିଟିର କାର୍ଯ୍ୟକାରୀ ସଭାପତି କୃତିବାସ ପଣ୍ଡା, ପୂର୍ବତନ ଶିକ୍ଷକ ତଥା ମୋ ସ୍କୁଲ ଅଭିଯାନର ସଂପାଦକ ପଣ୍ଡିତ ନଗେନ୍ଦ୍ର କୁମାର ମହାପାତ୍ର ଓ ମୋ ସ୍କୁଲ ଅଭିଯାନର ସଭାପତି ବକ୍ସି ସୁଧାଂଶୁ ରଞ୍ଚନ ପଟ୍ଟନାୟକ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭଲ ପାଠ ପଢ଼ି ବିଦ୍ୟାଳୟର ଗୌରବ ଆଣିବା ପାଇଁ ପରାମର୍ଶ ଦେଇଥିଲେ । ଶିକ୍ଷକ ସୁବ୍ରତ କୁମାର ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ ।