୦୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ତଥା ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ରଙ୍କୁ ବୈଦ୍ୟେନାଥ ଶତପଥୀ ସ୍ମୃତି ସମ୍ମାନ-୨୦୨୫ରେ ସମ୍ବର୍ଦ୍ଧିତ କରାଯାଇଛି । ସାଲେପୁରସ୍ଥିତ ବୈଦ୍ୟେନାଥ ଶତପଥୀ ସ୍ମୃତି ସଂସଦ ଓ ମଧୁସୂଦନ ନଗର ନାଗରିକ କମିଟିର ମିଳିତ ଆୟୋଜନରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନ ସଭାର ସଚିବ ବରିଷ୍ଠ ପ୍ରଶାସକ ଦାସରଥି ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦାନ କରି ପ୍ରାଧ୍ୟାପକ ମହାପାତ୍ରଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ଉଚ୍ଚମାଧ୍ୟମିକ ଶିକ୍ଷା ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ବିଶ୍ୱଜିତ୍ ଘୋଷ, ମାଧ୍ୟମିକ ଶିକ୍ଷା ଯୁଗ୍ମ ନିର୍ଦ୍ଦେଶକ ସପନ କୁମାର ଜେନା ଓ ବୈଦ୍ୟେନାଥ ଶତପଥୀ ସ୍ମୃତି ସଂସଦର ସଂପାଦକ ଚିିତ୍ତରଞ୍ଜନ ଶତପଥୀ, ଲେଖିକା ଡକ୍ଟର ବୈଜୟନ୍ତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମାରୋହରେ ବିଶିଷ୍ଟ ଚିକିତ୍ସକ ତଥା ଅବସରପ୍ରାପ୍ତ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଡକ୍ଟର କିଶୋର ଚନ୍ଦ୍ର ଦାସ ସଭାପତିତ୍ୱ କରିଥିଲେ ।