ଓଡିଶା ତାଜା ନ୍ୟୁଜ୍ (୨୪ ଅଗଷ୍ଟ ସୋମବାର ) ଭୁବନେଶ୍ୱର :- ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ, ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ରଖିଛନ୍ତି ପ୍ରତିକ୍ରିୟା । ସୁପ୍ରିମ କୋର୍ଟରେ ଶୁଣାଣି ସରିଛି । ସମସ୍ତ ରାଜ୍ୟ ସରକାର ଲିଖିତ ଆକାରରେ ଦେବା ପାଇଁ ସୁପ୍ରିମ କୋର୍ଟ ତିନି ଦିନ ସମୟ ଦେଇଥିଲେ ।
ଏଇ କିଛି ଦିନ ଭିତରେ ରାୟ ପ୍ରକାଶ ପାଇବ । ରାୟ ପ୍ରକାଶ ପାଇବା ପରେ ସେ ଯାହା ନିର୍ଦ୍ଦେଶ ଦେବେ ତାକୁ ଆମେ ମାନିବୁ । ରାଜ୍ୟ ସରକାର ଯାହା ପୂର୍ବରୁ ନିଷ୍ପତ୍ତି ନେଇଥିଲେ ଯେ ବିକଳ୍ପ ବ୍ୟବସ୍ଥା ରେ ମୂଲ୍ୟାୟନ କରିବାକୁ । ଏହି ପକ୍ଷ ଆମେ ସୁପ୍ରିମ କୋର୍ଟ ରେ ରଖିଛୁ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ।