0୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ରବିବାର ସକାଳୁ ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଛିଡ୍ରୋନ କ୍ୟାମେରା | ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ସୃଷ୍ଟି ହୋଇଛି ପ୍ରଶ୍ନବାଚୀ | ଶ୍ରୀମନ୍ଦିର ଉପରେ ଓ ଚାରିପଟେ ନୋ ଫ୍ଲାଫ୍ଲାଇଙ୍ଗ ଡ୍ରୋନ୍ ଭାବେ ଘୋଷଣା ହୋଇଛି |ଉ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ର ବିନା ଅନୁମତି ରେ କୌଣସି ଡ୍ରୋନ କ୍ୟାମେରା ଉଡି ପାରିବ ନାହିଁ | ଆଜି ସକାଳୁ ପ୍ରାୟ ଅଧ ଘଣ୍ଟାଏ ପର୍ଯ୍ୟନ୍ତ ଶ୍ରୀମନ୍ଦିର ନୀଳଚକ୍ର, ଦଧିନଉତି ପରେ ଓ ଚାରିପଟେ ଡ୍ରୋନ୍ ଉଡ଼ିଥିବା ଦେଖିବାକୁ ମିଳିଛି । କିଏ ଏହି ଡ୍ରୋନ ଉଡାଇଛି, କାହିଁକି ଉଡାଇଲା, କଣ ପାଇଁ ଉଡାଇଲା, କଣ ଉଦ୍ୟେଶ ଅଛି, ଫୋଟୋ କୁଆଡେ ପଠାଇବ ଏମିତି ଅନେକ ପ୍ରଶ୍ନ ଭକ୍ତମାନଙ୍କ ମନରେ ଉଙ୍କି ମାରିଛି | ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଣ ନିଷେଧ ଥିବାବେଳେ ପୂର୍ବରୁ ମଧ୍ୟ ବାରମ୍ବାର ଉଡିଛି ।

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଏଭଳି ତ୍ରୁଟିକୁ ନେଇ ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।ଆଜି ସକାଳୁ ପୁରୀ ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଂ ଜୋନରେ ଡ୍ରୋନ ଉଡ଼ୁଥିବାର ଦେଖିବାକୁ ମିଳିଛି । ପାଖାପାଖି ୩୦ ମିନିଟ ଧରି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିଥିଲା । ଦଧିନଉତି, ନୀଳଚକ୍ର ଉପରେ ଓ ମନ୍ଦିର ଚାରିପଟେ ଡ୍ରୋନ୍ ଉଡ଼ୁଥିବାର ଦେଖିବାକୁ ମିଳିଛି । ଶ୍ରୀମନ୍ଦିରର ନିଷିଦ୍ଧାଞ୍ଚଳ କେମିତି ଜଣେ ଡ୍ରୋନ ଉଟାଇଲା ତାକୁ ନେଇ ପ୍ରଶ୍ନ ଉଠିଛି । ନୋ ଫ୍ଲାଇଂ ଜୋନ୍ରେ କିଏ ଓ କାହିଁକି ଡ୍ରୋନ୍ ଉଡ଼ାଇଲା ତାହା ଅସ୍ପଷ୍ଟ ରହିଛି ।

ତୁରନ୍ତ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଭକ୍ତଙ୍କ ମହଲରେ ଦାବି ହୋଇଛି ।ଗତ ବର୍ଷ ଜଣେ ଯୁବକ ଡ୍ରୋନ ଉଡ଼ାଇ ଶ୍ରୀମନ୍ଦିର ଉପରୁ ଅତି ନିକଟରୁ ଭିଡ଼ିଓ ଉତ୍ତୋଳନ କରିଥିଲେ । ଏହାକୁ ସେ ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଏହି ଘଟଣା ଜଣାପଡ଼ିବା ପରେ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଶ୍ରୀମନ୍ଦିରେ ଭିଡ଼ିଓ ଉତ୍ତୋଳନ ନିଷିଦ୍ଧ ଥିବା ବେଳେ କେମିତି ଜଣେ ଯୁବକ ଡ୍ରୋନ ଉଡ଼ାଇ ଭିଡ଼ିଓ ନେଲେ, ତାହା ପୁଣି ପୁରୀ ପୋଲିସ ଜାଣି ପାରିଲା ନାହିଁ ସେନେଇ ସାଧାରଣରେ ପ୍ରଶ୍ନ ଉଠିଥିଲା ।

୨୦୨୩ ମସିହାରେ ଜଣେ ୟୁଟ୍ୟୁବର ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇ ଭିଡ଼ିଓ ନେଇଥିଲେ । ଏହାକୁ ନେଇ ବିରୋଧ ହେବା ପରେ ଉକ୍ତ ୟୁଟ୍ୟୁବର ବିରୋଧରେ ପୋଲିସ୍ ମାମଲା ରୁଜୁ କରି ଗିରଫ କରିଥିଲା । ଶ୍ରୀମନ୍ଦିର ରେଡ ଜୋନ୍ ଆସିଥିବାରୁ ଏହା ଉପରେ ଡ୍ରୋନ ଉଡ଼ାଇବା ନେଇ କଟକଣା ରହିଛି । ତେବେ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଆଣ୍ଟି ଡ୍ରୋନ ଟେକ୍ନୋଲୋଜି ବ୍ୟବହାର ପାଇଁ ସାଧାରଣରେ ଦାବି ହୋଇଛି। ପୁରୀ ଏସ ପି ବିନୀତ ଆଗ୍ରୱାଲ ଙ୍କ ନିର୍ଦେଶ କ୍ରମେ ପୋଲିସ ଘଟଣା ର ଅନୁସନ୍ଧାନ କରୁଛି |