ଓଡିଶା ତାଜା ନ୍ୟୁଜ୍ ( ୨୪ ଅଗଷ୍ଟ ସୋମବାର ) ଭୁବନେଶ୍ୱର :- ଆଜି ସକାଳୁ ସକାଳୁ ସୋସିଆଲ ମିଡିଆ ରେ କୃଷି ମନ୍ତ୍ରୀ ଅରୁଣ ସାହୁ ଙ୍କ ର ସରକାରୀ ବାସ ଭବନ ର ବାଡ଼ିରେ ଲାଗିଥିବା ଅମୃତ ଭଣ୍ଡା ଗଛ ରୁ ଦୁଇ କେଜି ଓଜନ ର ନୂଆଖାଇ ପର୍ବ ରେ ତୋଳା ଯାଇଥିବା ଭଣ୍ଡା ସହ ଏକ ଫଟୋ ପୋଷ୍ଟ କରିଛନ୍ତି । ଅମୃତ ଭଣ୍ଡା ଗଛ ଗୁଡିକୁ କୃଷିମନ୍ତ୍ରୀ ଅରୁଣ ସାହୁ ନିଜେ ପାଞ୍ଚ ମାସ ପୂର୍ବେ ନିଜ ବାଡ଼ିରେ ଲଗାଇ ଓଡିଶା ର କୃଷି ଭାଇ ମାନଙ୍କୁ ପ୍ରୋତ୍ସାହିତ କରିଆସିଥିଲେ ।
ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ରୋପଣ କରିଥିବା ଗଛ ର ପ୍ରଥମ ଫଳ କୁ ମନ୍ତ୍ରୀ ଆଜି ସୋସିଆଲ ମିଡିଆ ରେ ଛାଡ଼ି ସମସ୍ତ ଚାଷୀ ପରିବାରଙ୍କୁ ଚାଷ ପ୍ରତି ଆଗ୍ରହ ଏବଂ ଯୁବ ସମାଜ କୁ ପ୍ରେରଣା ଦେଇଛନ୍ତି । ରାଜ୍ୟର କୃଷି ମନ୍ତ୍ରୀ ଶ୍ରୀ ସାହୁ ଙ୍କ ର ଏଭଳି ପୋଷ୍ଟ ଅନ୍ତତଃ କିଛି ଲୋକଙ୍କ ପାଈଁ ପ୍ରେରଣାଦାୟୀ ହେବ ଯେ, ‘ବୃକ୍ଷ ରୋପଣ ମହତ କାର୍ଯ୍ୟ’ ବୋଲି । ଖାଲି ଏତିକି ନୁହେଁ ମନ୍ତ୍ରୀ ଙ୍କ ବାଡ଼ିରେ ଅମୃତ ଭଣ୍ଡା ବ୍ୟତୀତ ପଣସ ,କଦଳୀ , ଆମ୍ବ, ଅନ୍ୟାନ୍ୟ ଫଳ , ପରିବା ଗଛ ଲଗାଯାଇଛି ।
ଏହା ସମେତ ମନ୍ତ୍ରୀ ଙ୍କ ବାଡ଼ିରେ ଶୋଭା ପାଏ ବିଭିନ୍ନ ପ୍ରକାର ର ଫୁଲ ଗଛ, ତୁଳସୀ ଗଛ ଇତ୍ୟାଦି । ଡ଼ଃ .ଅରୁଣ ସାହୁ କେବଳ କୃଷି ମନ୍ତ୍ରୀ ଭାବେ ନୁହେଁ ସମାଜ ରେ ନିଜକୁ ଏକ ଓଡ଼ିଆ ଘର ର ଚାଷୀ ପୁଅ ଭାବେ ପରିଗଣିତ କରିଛନ୍ତି । ମନ୍ତ୍ରୀ ଙ୍କ ର ଏହି ଭଳି ପୋଷ୍ଟ ପଛରେ ରହିଥିବା ସାମାଜିକ ବାର୍ତ୍ତା ଟି ରାଜ୍ୟ କୃଷକ ଭାଇ ମାନଙ୍କୁ ମଧ୍ୟ କୃଷି ଦିଗରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରାଇବାରେ ସହାୟକ ହେବ ।