0୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :->  ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ମନୋବିଜ୍ଞାନ ବିଭାଗ ଆନୁକୁଲ୍ୟରେ ‘ସକରାତ୍ମକ ମନୋବିଜ୍ଞାନର ପରିସର’ ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି ।ଏହି ଆଲୋଚନାଚକ୍ରରେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ସଭାପତିତ୍ୱ କରି ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ବିଭାଗୀୟ ମୁଖ୍ୟ ଡକ୍ଟର ଅବନ୍ତିକା କର ସ୍ୱାଗତ ଭାଷଣ ଦେବା ସହ ଆଲୋଚନାଚକ୍ର ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ପୂର୍ବତନ ବିଭାଗୀୟ ମୁଖ୍ୟ ତଥା ଆଲୋଚନାଚକ୍ରର ସଂଯୋଜକ ଡକ୍ଟର ମୁରଲୀଧର ରଥ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ।

ମୁଖ୍ୟଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାରର ପୂର୍ବତନ ମନୋବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ଡକ୍ଟର ଫକୀରମୋନହ ସାହୁ ଯୋଗଦାନ କରି ମଣିଷ ନିଜର ସକରାତ୍ମକ ଭାବ ପ୍ରକାଶ କଲେ ସମାଜର ବହୁବିଦ୍ଧ କଲ୍ୟାଣ ହୋଇପାରିବ ବୋଲି ଉଲ୍ଲେଖ କରିଥିଲେ । ମୁଖ୍ୟବକ୍ତା ଭାବେ ଆମେରିକା ବୋଷ୍ଟନ୍ ସହରସ୍ଥିତ ସୁଫୋଲକ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ସୁକନ୍ୟା ରାୟ ଯୋଗଦାନ କରି ପିତାମାତାଙ୍କୁ ଭକ୍ତି କରିବା ସହିତ ନୂତନ ଭାବେ କିଛି ସଂସ୍କୃତି ଓ ପରମ୍ପରା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ ।

ବିଶେଷ କରି ପୁରୁଣା ସଂସ୍କୃତିକୁ ଛାଡି ନୂତନ ସଂସ୍କୃତିର ଦିଗ ଉପରେ ଡକ୍ଟର ସୁକନ୍ୟା ରାୟ ବହୁ ଉଦାହରଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କଟକର ପୂର୍ବତନ ପ୍ରଫେସର ଡକ୍ଟର ଶାନ୍ତା ମିଶ୍ର ଯୋଗଦାନ କରି ମନୋବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ସର୍ବଦା ସକରାତ୍ମକ ମନୋଭାବ ରଖିଲେ ନିଜ ନିଜ ଭିତରେ ସମ୍ପର୍କର ସେତୁ ବୃଦ୍ଧି ପାଇବ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜାଭିୟର ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର କଳ୍ପନା ସାହୁ ଯୋଗଦାନ କରି ଆଗାମୀ ଭବିଷ୍ୟତର ବଂଶଧରମାନେ କିପରି ସକରାତ୍ମକ ଭାବାଧାରାକୁ ସମ୍ମୁଖୀନ ହୋଇପାରିବେ ସେ ସଂପର୍କରେ ବହୁ ଉଦାହରଣ ପ୍ରଦାନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ସ୍ନାତକୋତ୍ତର ବିଭାଗ ସମୂହର ସଂଯୋଜକ ଡକ୍ଟର ଶଶିଭୂଷଣ ମହାପାତ୍ର ଯୋଗଦାନ କରି ବହୁ ତଥ୍ୟ ଉପସ୍ଥାପନ କରିଥିଲେ । ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଅମରେନ୍ଦ୍ର ମିଶ୍ର , ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଅଧ୍ୟାପକ ଡକ୍ଟର ଚିନ୍ମୟଚିର ସୁନ୍ଦର ଦାସ, ଅଧ୍ୟାପିକା ମୋଖଦା ରଥ, ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ମହାପାତ୍ର, ସୁମିତ୍ରା ନନ୍ଦ ଓ ନିହାରିକା ଦାଶ ପ୍ରମୁଖ ଯୋଗଦାନ କରିଥିଲେ । ଅଧ୍ୟାପିକା ଅର୍ପିତା ଅପରାଜିତା , ଅଧ୍ୟାପିକା ଜୟଶ୍ରୀଷଡଙ୍ଗୀ, ଅଧ୍ୟାପକ ପ୍ରଶାନ୍ତ ଭୋଇ, ସୁଜିତ୍ ସାହୁ ଓ ପଦ୍ମଜା ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡକ୍ଟର କେକା ଭରଦ୍ୱାଜ ଧନ୍ୟବାଦ ଅର୍ପଣ କରିଥିଲେ ।