ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଶ୍ରାବଣ ମାସର ପ୍ରଥମ ସୋମବାରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ଥିବା ବିଭିନ୍ନ ଶୈବପୀଠ ରେ ସକାଳୁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଶେଷ କରି କାଉଡ଼ିଆ ମାନେ ଗେରୁଆ ବସ୍ତ୍ର ପରିଧ୍ୟାନ ପୂର୍ବକ ଶିବ ଭକ୍ତମାନେ ନିଜ ମାନସିକ ପୂରଣ ପାଇଁ ନିକଟସ୍ଥ ଖଡ଼ଗ ନଦୀ ବାଲିରେ ଶିବଲିଙ୍ଗ ସ୍ଥାପନ କରି ପରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି କଳସରେ ନଦୀଜଳକୁ ଶ୍ରାବାଣୀ ଭାର କାନ୍ଧରେ ଧାରଣ କରି ଶହ ଶହ ସଂଖ୍ୟାରେ ଲମ୍ବା ଧାଡ଼ିରେ ବିଭିନ୍ନ ଶୈବପୀଠ ଅଭିମୁଖେ ବୋଲବମ ହର ହର ବମ ନାରା ଦେଇ ଯାଉଥିବା ଦେଖିବାକୁ ମିଳିଥିଲା ।















