No Result
View All Result
୦୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନିରାକାରପୁର :-> ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡା ସଂସଦ ତରଫରୁ ଚଳିତ ବର୍ଷ ୩୧ ତମ ସର୍ବଭାରତୀୟ ଫୁଟବଲ ପ୍ରତି ଯୋଗିତା ଆୟୋଜନ କରାଯିବା ପାଇଁ ପ୍ରସ୍ତୁତି ହୋଇଯାଇଛି । ସର୍ବଭାରତୀୟ ସ୍ତରର ବିଭିନ୍ନ ବଛା ବଛା ଦଳ ଏହି ପ୍ରତିଯୋଗିତା ରେ ଭାଗ ନେଉଛନ୍ତି । ଏହି ଖେଳ ଚଳିତ ମାସ ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖରେ ଉଦଯାପନୀ ହେବ ବୋଲି ସଖାସଂଘର ସଭାପତି ବିପିନ କୁମାର ଜୟସିଂହ ସାମ୍ବାଦିକ ସମ୍ମିଳନୀ ରେ ଜଣାଇଛନ୍ତି ।
ଏହି ପ୍ରତିଯୋଗିତା ରେ କିଶୋର କ୍ଳବ ଭୁବନେଶ୍ୱର ବନାମ ଜଗଦଳପୁର, ଛତିଶଗଡ଼, ଭଞ୍ଜନଗର, ମରଠା ଫୁଟବଲ କ୍ଲୁବ ବନାମ ମାଇନ୍ଦିପୁର ଫୁଟବଲ ଏକାଡେମୀ ପାରାଦୀପ, ଜଗତସିଂହପୁର, ସ୍ପୋର୍ଟ୍ସ ହଷ୍ଟେଲ କଟକ ବନାମ ନମଖାନା ଫୁଟବଲ ଏକାଡେମୀ କଲିକତା ଓ ଏସ ପି ଏମ ଫୁଟବଲ ଏକାଡେମୀ ବିଶାଖାପାଟଣାମ ସହିତ ହିନ୍ଦୁସ୍ତାନ ହିରୋଇଶ ଫୁଟବଲ ଏକାଡେମୀ ବେହେଲା,
କଲିକତା ଟିମ ମଧ୍ୟରେ ଖେଳିବା ନିମନ୍ତେ ସ୍ବୀକୃତି ପ୍ରଦାନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ରୁ ସୂଚନା ମିଳିଛି । ଏହି ସାମ୍ବାଦିକ ସମ୍ମିଳନୀ ରେ ମୁଖ୍ଯ ଉପଦେଷ୍ଟା ରବିନ୍ଦ୍ର କୁମାର ରାଉତରାୟ ଙ୍କ ସମେତ ସମସ୍ତ ମୁଖ୍ଯ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ । ଅଂଚଳର ସମସ୍ତ କ୍ରୀଡାପ୍ରେମୀ ଉକ୍ତ ଫୁଟବଲ ମହାକୁମ୍ଭ ର ଉପଭୋଗ କରିବା ସହ ସହଯୋଗ କରିବାକୁ ସଖାସଂଘ ପକ୍ଷରୁ ଅନୁରୋଧ କରାଯାଇଛି ।


No Result
View All Result