No Result
View All Result
0୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ପରିବେଶ ସୁରକ୍ଷା ସମିତି ଆନୁକୁଲ୍ୟରେ ଡମପଡ଼ା ବ୍ଲକ ଅନ୍ତର୍ଗତ ତୁଳସୀପୁର ଆଙ୍କୁଲା ଟାଙ୍ଗି ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମିତିର ଆବାହକ ଦୀପକ କୁମାର ସାମନ୍ତରା ସଭାପତିତ୍ୱ କରିବା ସହିତ ଆଗାମୀ ନୂତନ ବର୍ଷ ଶୁଭମୟ ହେଉବୋଲି କହିଥିଲେ । ମୁଖ୍ୟଅତିଥି ଭାବେ ପରିବେଶବିତ୍ ତଥା ପ୍ରକୃତି ବନ୍ଧୁ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ପ୍ରାକୃତିକ ବିପର୍ଯ୍ୟୟ ବଜ୍ରପାତ ମାନବ ସମାଜକୁ ବିପଦରେ ପକାଉଥିବାରୁ ତାଳଗଛ ରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ ।
ପ୍ରତିବର୍ଷ କାଠ ମାଫିଆ ଯୋଗୁଁ ଶହ ଶହ ତାଳଗଛ ବଳି ପଡୁଛି ଏବଂ ବନବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଗାଁ ଗାଁ ରେ ତାଳଗଛ ସଂଖ୍ୟା ହ୍ରାସ ପାଉଛି ବୋଲି ପ୍ରାଧ୍ୟାପକ ମହାପାତ୍ର ଉଲ୍ଲେଖ କରିଥିଲେ । ଆଗମୀ ବର୍ଷରେ ଅନୁଷ୍ଠାନ ତରଫରୁ ବାଙ୍କୀର ବିଭିନ୍ନ ସ୍ଥାନରେ ତାଳଗଛ ଚାରା ରୋପଣ ପାଇଁ ପ୍ରକୃତିବନ୍ଧୁ ପ୍ରସନ୍ନ କୁମାର ସାହୁ ପ୍ରକାଶ କରିଥିଲେ । ଏହି ଆଲୋଚନାଚକ୍ରରେ ସ୍ଥାନୀୟ ଯୁବସମାଜସେବୀ ଧନଞ୍ଜୟ ମହାପାତ୍ର, କବି ଲଲାଟେନ୍ଦୁ ପଣ୍ଡା , ଦିଲ୍ଲିପ୍ କୁମାର ସାହୁ ପ୍ରମୁଖ ଯୋଗଦାନ କରି ତାଳଗଛ ରୋପଣ ପାଇଁ ଜନସାଧାରଣରେ ସଚେତନତା ସୃଷ୍ଟି କରାଯିବା ପାଇଁ ପରାମର୍ଶ ଦେଇଥିଲେ ।
No Result
View All Result