No Result
View All Result
0୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଚଳିତ ବର୍ଷ ଆରମ୍ଭରୁ ଗୋପ ନିଗମାନନ୍ଦ ସରକାରୀ ହାଇସ୍କୁଲକୁ ମିଳିଛି ବଡ଼ ସଫଳତା l ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ରେ ପୁରୀ ଜିଲ୍ଲାର ଗୋପ ରେ ଥିବା ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ପ୍ରକଳ୍ପଟି ଜାତୀୟ ସ୍ତରକୁ ମନୋନୀତ ହୋଇଛି | ଏହି ରାଜ୍ୟସ୍ତରୀୟ ବିଜ୍ଞାନ ମେଳା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ବରପାଲି, ବରଗଡ ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା | ଏଥିରେ ରାଜ୍ୟର ତିରିଶଟି ଜିଲ୍ଲାରୁ ୨୧୦ଟି ପ୍ରକଳ୍ପ ଅଂଶଗ୍ରହଣ କରିଥିଲେ | ଏଥି ମଧ୍ୟରୁ 28 ଟି ପ୍ରକଳ୍ପ ଜାତୀୟ ସ୍ତରକୁ ମନୋନୀତ ହୋଇଅଛି |
ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରକଳ୍ପ “Save LPG Save Earth” ପୁରୀ ଜିଲ୍ଲା ରୁ ଏକମାତ୍ର ପ୍ରକଳ୍ପ ଭାବେ ଜାତୀୟସ୍ତରକୁ ମନୋନୀତ ହୋଇଥିବାରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ଅବିଭାବକ ଙ୍କ ମହଲରେ ଖୁସିର ଲହରୀ ଦେଖିବାକୁ ମିଳିଛି | ଉକ୍ତ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଅବି ୱକାସଙ୍କ କୃତିତ୍ୱ ପାଇଁ ସମସ୍ତ ଶ୍ରେୟ ଦେଇଛନ୍ତି ବିଜ୍ଞାନ ଶିକ୍ଷକ ଦେବାଶିଷ ପାତ୍ର ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନଙ୍କ ପ୍ରେରଣା ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି | ଏହି ଜାତୀୟ ସ୍ତରର ବିଜ୍ଞାନ ମେଳା (Eastern India Science Fair-2025) ଆସନ୍ତା ତା-୦୭-୦୧-୨୦୨୫ ରୁ ୧୦- ୦୧-୨୦୨୫ ପର୍ଯ୍ୟନ୍ତ କଲିକତା ର BMIT ପଡିଆରେ ଅନୁଷ୍ଠିତ ହେବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି |
No Result
View All Result