0୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଇଂରାଜୀ ନବବର୍ଷ ୨୦୨୫କୁ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି ଜାପାନ ପର୍ଯ୍ୟଟକ। ମହିଳା ପର୍ଯ୍ୟଟକ ମାୟୁ କାମେଇ ନିଜକୁ ଓଡ଼ିଆଣୀ ବେଶରେ ଭୂଷିତ ହୋଇଥିଲେ |ବିଭିନ୍ନ ରଙ୍ଗର ମୁରୁଜ ସହୟତାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ରକୁ ଅତ୍ୟନ୍ତ ଭକ୍ତିରେ ସହ ଆଙ୍କିଥିଲେ।
ଏନେଇ ଇଣ୍ଡିଆ-ଜାପାନ ଫ୍ରେଣ୍ଡସିପ ସେଣ୍ଟର ଭାରତର ସଭାପତି ଶ୍ରୀମନ୍ତ କୁମାର ଦାଶ କୁହନ୍ତି , ନବବ ର୍ଷରେ ମହାପ୍ରଭୁଙ୍କୁ ଦର୍ଶନ କରି ବର୍ଷତମାମ ଖୁସିରେ ଅତିବାହିତ ହୁଏ ବୋଲି ବିଶ୍ଵାସ ରହିଛି ।
ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣ ରହିଥିବା ରୁ ଜାପାନ ପର୍ଯ୍ୟଟକମାନେ ଏକତ୍ରିତ ହୋଇ ଚକ୍ରତୀର୍ଥ ରୋଡ ରେ ଥିବା ଶାନ୍ତନା ହୋଟେଲ ତଥା ଇଣ୍ଡିଆ-ଜାପାନ ଫ୍ରେଣ୍ଡସିପ ସେଣ୍ଟର ପରିସରରେ ମହାପ୍ରଭୁଙ୍କ ଚିତ୍ର ଆଙ୍କି ଦର୍ଶନ କରି ବିଭୋର ହୋଇପଡିଥିଲେ । ଏହାକୁ ଅନେକ ପାର୍ଯ୍ୟଟକ ଦେଖି ସେମାନଙ୍କ ଭକ୍ତିଭାବ କୁ ପ୍ରଶଂସା କରିଥିଲେ l