No Result
View All Result
0୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ରାଜ୍ୟରେ ଦିନକୁଦିନ ଜଙ୍ଗଲ ପରିସୀମା ସଙ୍କୁଚିତ ହେଉଥିବା ସ୍ଥଳେ ଲଘୁ ବନଜାତ ପଦାର୍ଥ ସଂଗ୍ରହ ନିମିତ୍ତ ଜାନୁଆରୀ ମାସଠାରୁ ଜଙ୍ଗଲରେ ନିଆଁ ଲଗାଯିବା ଦେଖାଯାଉଛି । ଜାନୁଆରୀଠାରୁ ଅପ୍ରେଲ ମାସ ପର୍ଯ୍ୟନ୍ତ ଜଙ୍ଗଲ ଜଳୁଥିବା ସ୍ଥଳେ ସବୁତକ ବନାଗ୍ନି ମନୁଷ୍ୟକୃତ ହୋଇଥିବା ଜଣା ପଡିଛି। ଏ ସମ୍ପର୍କରେ ବ୍ୟାପକ ଜନଚେତନା ସୃଷ୍ଟି କରାଯାଇ ଜଙ୍ଗଲ ନିଆଁକୁ ରୋକାଯାଇ ପାରିବ ବୋଲି ଅମିତ କଲେଜ ସାମ୍ବାଦିକତା ବିଭାଗ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି।
ଅଧ୍ୟାପକ ସୁଧାଂଶୁ ଶେଖର ଧଡା, ସୁବ୍ରତ ପତି, ଟିକାୟତ ନାୟକଙ୍କ ନେତୃତ୍ବରେ କଲେଜର ଛାତ୍ରଛାତ୍ରୀମାନେ ଜଙ୍ଗଲ ସୁରକ୍ଷା ସମ୍ପର୍କୀତ ମତାମତ ରଖିଥିଲେ। ଆଜି ଭୁବନେଶ୍ବର ନିକଟସ୍ଥ ଶିଖରଚଣ୍ଡି ପାହାଡରେ ଆୟୋଜିତ ଆଲୋଚନାଚକ୍ର ଏବଂ ପରିବେଶ ଅନୁକୂଳ ବଣଭୋଜୀ ଆୟୋଜନ କରାଯାଇଥିଲା। ଭୋଜୀ ପରେ ଲୋକମାନେ ବିପୁଳ ପରିମାଣର ପ୍ଲାଷ୍ଟିକ ବୋତଲ, ପଲିଥିନ ଜରି, ସିନ୍ଥେଟିକ ପଦାର୍ଥର ଖଲି, ଅନ୍ୟାନ୍ୟ ସିନ୍ଥେଟିକ ପଦାର୍ଥକୁ ଜଙ୍ଗଲ ପାହାଡ ଆଦି ପ୍ରକୃତି କୋଳରେ ଥିବା ସ୍ଥାନରେ ଏଣେତେଣେ ଫୋପାଡି ପ୍ରଦୂଷିତ କରିପକାଉଛନ୍ତି।
ସେଭଳି ପଦାର୍ଥ ବ୍ୟବହାର ନକରି କଦଳୀପତ୍ର, ଶାଳପତ୍ର ଖଲିଆଦି ବ୍ୟବହାର କରି ପରିବେଶ ଅନୁକୂଳ ଭୋଜୀ କରାଯିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ଏହି ଆଲୋଚନାଚକ୍ର ଓ ଭୋଜୀରେ ମନୋଜ ଦଳେଇ, ନିହାରିକା ବଳିଆରସିଂ, ଦିଲ୍ଲୀପ କୁମାର ଷଡଙ୍ଗୀ, ଶ୍ରୀମନ୍ତ କୁମାର ରାଉତରାୟ, ଜୀତେନ୍ଦ୍ର କୁମାର ଜେନା, ସଚ୍ଚିଦାନନ୍ଦ ମହାପାତ୍ର, ଇପ୍ସିତ ପ୍ରସାଦ ଜାଲି, ସମୀର ରାଉତ, ରାଜେଶ୍ବରୀ ନାୟକ, ଅନୀଷା ମହାନ୍ତି, ପ୍ରୀତିପ୍ରିୟଦର୍ଶୀନୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ।
No Result
View All Result