No Result
View All Result
0୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ଓଡିଶା କ୍ରାନ୍ତି ବାହିନୀ ସେବା ଟ୍ରଷ୍ଟ ପକ୍ଷରୁ ନୂତନ ବର୍ଷ ଅବସରରେ ବୁଧବାର ଅପରାହ୍ନରେ ଫୁଲନଖରା ସ୍ଥିତ ବିଜୁ ପଟ୍ଟନାୟକ କମ୍ୟୁନିଟି ହଲ ସମ୍ମୁଖ ରାସ୍ତାରେ, ଟ୍ରାଫିକ ସଚେତନତା କରାଯାଇଥିଲା । ଟ୍ରଷ୍ଟର ସଦସ୍ୟମାନେ ରାସ୍ତାରେ ଯାଉଥିବା ବିନା ହେଲମେଟ ବାଇକ୍ ଚାଳକ ମାନଙ୍କୁ ହେଲମେଟ ପିନ୍ଧିଥିବା ପାଇଁ ଗୋଲାପ ଦେଇ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମକର୍ତ୍ତା ଡ଼ଲି ସାହୁ,ଜବିର ସା, ଶିବ ପ୍ରସାଦ ପଟ୍ଟନାୟକ , ସୁଜାତା ପ୍ରଧାନ , ନିରୁପମା ପୃଷ୍ଟୀ , ଚନ୍ଦ୍ରକାନ୍ତି ବେହେରା , ସ୍ୱାଗତୀକା ମହାନ୍ତି, ସ୍ୱାଗତୀକା ଦଳାଇ , କ୍ରିଷ୍ଣା କୁମାରୀ ମହାନ୍ତି, ବିନତୀ ଦଳାଇ, ନୀଳାଦ୍ରି ଭୋଇ, ବଦ୍ରି ନାରାୟଣ ଦାସ, ପ୍ରଦୀପ୍ତ ରାୟ , ସସ୍ମିତା ସେଠୀ , ସ୍ମିତାରାଣୀ ନାୟକ ,
ସୁଜାତା ସ୍ୱାଇଁ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡିଶା କ୍ରାନ୍ତି ବାହିନୀର ସଦସ୍ୟମାନେ ବିଭିନ୍ନ ସମୟରେ ଅସହାୟ ଲୋକଙ୍କୁ ଶୀତବସ୍ତ୍ର, ରନ୍ଧା ଖାଦ୍ୟ , ପ୍ରଦାନ ସାଙ୍ଗକୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରି ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛନ୍ତି । ଏହି ଅନୁଷ୍ଠାନ ଆଗକୁ ବହୁ ଜନ ହିତକର କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି ।
No Result
View All Result