0୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ ବ୍ଲକ ପିଚୁକୁଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମରେ ଶ୍ରୀରାମକୃଷ୍ଣ ପରମହଂସଙ୍କ କଳ୍ପତରୁ ଉତ୍ସବ ସଭାପତି ବିଜୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବ୍ରହ୍ମଚାରୀ ରମେଶ ଶ୍ରୀରାମକୃଷ୍ଣ ଲୀଳାମୃତ ପୁସ୍ତକରୁ କଳ୍ପତରୁ ପ୍ରସଙ୍ଗ ଆବୃତ୍ତି କରିଥିଲେ।

ସଦସ୍ୟ ଭକ୍ତବଲ୍ଲଭ ପଟ୍ଟନାୟକ ବେଦମନ୍ତ୍ର ପାଠ କରିଥିଲେ। ସଦସ୍ୟ ଦିଲ୍ଲୀପ କୁମାର ପଣ୍ଡା ସ୍ୱାଗତ ଅଭିଭାଷଣ ସହିତ କଳ୍ପତରୁ ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଆଜିର ମୁଖ୍ୟ ପ୍ରବକ୍ତା ସ୍ୱାମୀ ଭାଗବତାନନ୍ଦ ମହାରାଜ ଈଶ୍ୱରପ୍ରାପ୍ତିର ମାର୍ଗ ସମ୍ବନ୍ଧରେ ଠାକୁର ରାମକୃଷ୍ଣ ପରମହଂସଙ୍କ ଉପଦେଶ ଅନୁସରଣ କରିବାକୁ ଗୁରୁତ୍ୱ ପ୍ରଦାନ କରିଥିଲେ।

ଆଜିର ଅନ୍ୟତମ ପ୍ରବାଚିକା ନଳିନୀ ସାହୁ ରାମକୃଷ୍ଣଙ୍କ ବାଲ୍ୟ ଜୀବନର ଅଲୌକିକ ଲୀଳା ସହିତ ୧୮୮୬ ଜାନୁଆରୀ ପହିଲାରେ ଭାବାବେଶରେ ଉପସ୍ଥିତ ସମସ୍ତ ଭକ୍ତ ମାନଙ୍କର ମନୋବାଞ୍ଛା ପୂରଣ କରିଥିଲେ। ଏହି ଦିନକୁ କଳ୍ପତରୁ ଦିବସ ଭାବରେ ରାମକୃଷ୍ଣ ସଂଘରେ ପାଳନ କରାଯାଏ ବୋଲି ମତବ୍ୟକ୍ତ କରିଥିଲେ।

ମନୋଜ କୁମାର ଗୁମାନସିଂହ, ଅଜୟ କୁମାର ପାଲ, ମାନସୀ ପୃଷ୍ଟି, ଗୀତାଞ୍ଜଳି ସାହୁ, କଳ୍ପନା ସାହୁ, ସୋନିଆ ପ୍ରଧାନ, ବାଲୁଙ୍କେଶ୍ୱର ଦାଶ, ନାରାୟଣ ସାହୁ ପ୍ରମୁଖ ଭକ୍ତି ସଂଗୀତ ପରିବେଷଣ କରିଥିଲେ। ବରିଷ୍ଠ ସଦସ୍ୟ ପଦ୍ମଚରଣ ବିଶ୍ୱାଳ ନିର୍ମାଣାଧୀନ ରାମକୃଷ୍ଣ ମନ୍ଦିରକୁ ଯଥାଶକ୍ତି ସାହାଯ୍ୟ ଜାରି ରଖିବାକୁ ଭକ୍ତମାନଙ୍କୁ ନିବେଦନ କରିବାସହ ଧନ୍ୟବାଦ ପ୍ରଦାନ କରିଥିଲେ।