0୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ପୁଣ୍ୟ କ୍ଷେତ୍ର ହରିଶଙ୍କର ରେ ନୂତନ ବର୍ଷ ଅବସରରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁ ମାନେ ଠାକୁର ଦର୍ଶନ ପାଇଁ ଲମ୍ବା ଧାଡ଼ିରେ ଛିଡା ହୋଇ ରହିଥିଲେ।

ସେହିପରି ଝରଣା କୁଲ ରେ ଭିଡ ଦେଖାଯାଇଥିବା ବେଳେ ପାହାଡ଼ ତଳ, ଭୋଜି ସ୍ଥାନ ରେ ଭୋଜି ଭାତ ର ଆସର୍ ଜମିଥିଲା। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ ହୋଇଥିଲେ।














