No Result
View All Result
୩୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରଙ୍ଗ ନିକଟସ୍ଥ ମା’କନକଦୁର୍ଗା ମନ୍ଦିର ପରିସରରେ ବରିଷ୍ଠ ନାଗରିକମାନଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ସୁନୀଲ କୁମାର ସିଂହଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମରେ ସଂପାଦକ ରାମଚନ୍ଦ୍ର ଦାସ, ପୂର୍ଣ୍ଣଚନ୍ଦ୍ର ପରିଡା, କୃଷ୍ଣଚନ୍ଦ୍ର ନାୟକ,
କାର୍ଯ୍ୟକାରୀ ସଭାପତି ଗୋଲଖ ଚନ୍ଦ୍ର ଦାସ, ଗଣେଶ୍ୱରପତି ,ସରେନ୍ଦ୍ରନାଥ ସାହୁ ପ୍ରମୁଖ ଯୋଗଦାନ କରି ଚାରା ରୋପଣ କରିବା ସହିତ ଏହାର ସୁରକ୍ଷା ପାଇଁ ଶପଥ ନେଇଥିଲେ । ପ୍ରାରମ୍ଭରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂହଙ୍କ ପରଲୋକରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମକୁ ସୁକାନ୍ତ ମହାରଣା ଓ ନାରାୟଣ ପଣ୍ଡା ପରିଚାଳନା କରିଥିଲେ ।
No Result
View All Result