No Result
View All Result
୨୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ :-> ଗଜପତିଜିଲ୍ଲା ରାୟଗଡ ବ୍ଲକଅନ୍ତର୍ଗତ କଇଁପୁର ସ୍ଥିତ ଜଣାଶୁଣା ଗ୍ରାମବିକାଶ ବିଦ୍ୟାଳୟ ତଥା ମହେନ୍ଦ୍ର ତନୟା ଆଶ୍ରମ ଉଚ୍ଚ ବିଦ୍ୟାଳୟ ଠାରେ ୩୨ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟନ ହୋଇଯାଇଛି। ଏଇ କାର୍ଯ୍ୟକ୍ରମ ବିଦ୍ୟାଳୟରେ ତିନି ଦିନ ହେବାକୁ ଥିବାବେଳେ,ଆଜିର ପ୍ରଥମ ଦିବସରେ ପତାକା ଉତ୍ତୋଳନ ଓ ମଶାଲ ସ୍ବାଗତ ସହ ଉଦଘାଟନ ଓ କ୍ରୀଡା ପ୍ରତିଯୋଗୀତା ହୋଇଥିଲା।
ମୂଖ୍ୟଅତିଥୀ ଭାବେ ରାୟଗଡ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଅନ୍ତର୍ଯ୍ୟାମୀ ଗମାଙ୍ଗ,ଭଗବତ ପାଇକ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ଜେନା ପ୍ରମୁଖଙ୍କ ସହ ଅଞ୍ଚଳର ସରପଞ୍ଚ, ଜିଲ୍ଲାପରିଷଦ,ସମିତି ସଭ୍ୟଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀ,ଅବିଭାବକ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଅତିଥୀବୃନ୍ଦ ଛାତ୍ର ଜୀବନରେ କ୍ରୀଡାର ଭୂମିକା ଓ ଉପକାରୀତା ଉପରେ ଆଲୋକପାତ କରିଥିଲେ।
ଏହି ବିଦ୍ୟାଳୟର ବିକାଶ ଲାଗି, ପ୍ରତିଷ୍ଠାତା ଗ୍ରାମବିକାଶ ତରଫରୁ ଯଥେଷ୍ଟ ସହାୟତା ମିଳୁଥିବା ସହ, ଆଗାମୀ ଦିନରେ ମଧ୍ୟ ଅଧ୍ୟୟନ ରତ ଛାତ୍ରଛାତ୍ରୀଙ୍କୁ କ୍ରୀଡା ଦିଗରେ ଆଗକୁ ବଢିବା ଲାଗି ସଂପୂଣ୍ଣ ସହଯୋଗ କରୁଥିବା ଜଣା ପଡିଛି। ତେବେ ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ଜେନ୍ନା ଏଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ,ଜାତୀୟ ସ୍ତରରେ ଦେଖିବାକୁ ଆଶା ରଖିଥିବା କହିଛନ୍ତି। ହେଲେ ଏ କାର୍ଯ୍ୟକ୍ରମ ଆଉ ଦୁଇଦିନ ହେବାକୁ ରହିଥିବା ବେଳେ, ଶେଷ ଦିନରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ବ୍ଲକ, ଜିଲ୍ଲା ଓ ରାଜ୍ୟଲାଗି ପ୍ରତିଯୋଗୀତା ପାଇଁ ବିଦ୍ୟାଳୟ ପ୍ରସ୍ତୁତି କରୁଥିବା ଜଣାପଡିଛି।
No Result
View All Result