No Result
View All Result
୨୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଉପଖଣ୍ଡରେ ବାଙ୍କୀ ବ୍ଲକ, ଡମପଡ଼ା ବ୍ଲକ ଏବଂ ଏନ୍.ଏ.ସିରେ ଚାଷୀମାନଙ୍କର ବ୍ୟାପକ ଫସଲ ନଷ୍ଟ ହୋଇଯାଇଛି । ଚାଷୀମାନେ ଭଲ ଧାନ ଫସଲ କରିଥିବା ବେଳେ ଲଗୁଚାପ ବର୍ଷାରେ ବ୍ୟାପକ ଫସଲ କ୍ଷତି ହୋଇଛି । ୬୦ଭାଗରୁ ଅଧିକ ଧାନ ଚାଷୀମାନେ କାଟି ନପାରି ବିଲରେ ଥିବା ବେଳେ ଲଗୁଚାପ ବର୍ଷା ଓ ପବନରେ ସେଗୁଡିକ ବିଲରେ ଶୋଇ ପଡିଥିବା ବେଳେ ପାଣିରେ ଓଦା ହୋଇ ନଷ୍ଟ ହୋଇଯାଇଛି । ଯେଉଁମାନେ ଖଳାରେ ଆଣି ରଖିଥିଲେ ତାହା ମଧ୍ୟ ବର୍ଷାରେ ଓଦା ହୋଇଯାଇଛି ।
ଫଳରେ ବିଭିନ୍ନ ପ୍ରାଥମିକ କୃଷି ସେବା ସମବାୟ ସମିତି, ଜାତୀୟକରଣ ବ୍ୟାଙ୍କରୁ ଋଣ ଆଣି ଫସଲ କରିଥିଲେ ଧାନ ଉଜୁଡି ଯିବା ଫଳରେ ସେମାନଙ୍କ ମୁଣ୍ଡରେ ଚଡକ ପଡିଛି । ପନିପରିବା ଫସଲ କଥା ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ଫୁଲକୋବି, ବନ୍ଧାକୋବି, ଟମାଟୋ, ଲଙ୍କା, ମୂଳା ଆଦି ପନିପରିବା ସମ୍ପୂର୍ଣ୍ଣ ଓଜୁଡି ଯାଇଛି । ତେଣୁ କୃଷି ବିଭାଗ ତାହାର ସଠିକ୍ ମୂଲ୍ୟାଙ୍କନର କରି ଚାଷୀମାନଙ୍କୁ କ୍ଷତିପୂରଣ ଦେବାକୁ ବାଙ୍କୀ ଚାଷୀକୂଳ ତରଫରୁ ସରକାରଙ୍କୁ ଅନୁରୋଧ କରାଯାଇଛି । ବର୍ତ୍ତମାନ ପ୍ରାଥମିକ ସେବା ସମବାୟ ସମିତିରୁ ନେଇଥିବା ଋଣ ସୁଝିବା ସମ୍ଭବ ନୁହେଁ । ତେଣୁ ସମବାୟ ସମିତିରୁ ଆଣିଥିବା ଋଣ ଛାଡ କରିବା ପାଇଁ ସମବାୟ ସମିତିର ସଭାପତିମାନେ ଦାବି ଜଣାଇଛନ୍ତି ।
No Result
View All Result