No Result
View All Result
୨୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ଜଗତ ଜନନୀ ମା କୋଶଳାଶୁଣି ମନ୍ଦିର ପ୍ରାଙ୍ଗଣରେ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ଏହାର ସ୍ଥାୟୀ ସଭାପତି ଡକ୍ଟର ସୁଦର୍ଶନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶଙ୍କର ମହାପାତ୍ର, ମୁଖ୍ୟ ଅତିଥି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବନମାଳୀ ସାହୁ ଓ ବଣମଲୀ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବଂଶୀଧର ପଣ୍ଡା ସମ୍ମାନିତ ଅତିଥି ଓ ବୟୋଜ୍ୟେଷ୍ଠ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ମାଧବ ଚନ୍ଦ୍ର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଏତତ ବ୍ୟତୀତ, ରାଜ୍ୟର କୋଣ ଅନୁକୋଣରୁ ବିଭିନ୍ନ ବ୍ୟାଚର ପୁରାତନ ଛାତ୍ର ଛାତ୍ରୀଗଣ ଉପସ୍ଥିତ ରହି ସଭାଟିକୁ ସାଫଲ୍ୟ ମଣ୍ଡିତ କାରିଥିଲେ ।
ଏହି ସଭାଟି ଆଲୁମିନି ସଙ୍ଘର କର୍ମକର୍ତା ଓ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ଓ ଓଁକାର ଧ୍ୱନି ସହ ଉଦଘାଟନ ହୋଇଥିଲା । ଏହା ପରେ ସମସ୍ତ ଉପସ୍ଥିତ ସଭ୍ୟମାନେ ଦଣ୍ଡାୟମାନ ହୋଇ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଉଚ୍ଚାରଣ କରିଥିଲେ । ବୈଠକର ସ୍ଥିରୀକୃତ କାର୍ଯ୍ୟ ଆରମ୍ଭ ପୂର୍ବରୁ, ବିଦ୍ୟାଳୟର ବିବଙ୍ଗତ ପୁରାତନ ଛାତ୍ର ଓ ଶିକ୍ଷକଙ୍କ ଆମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।
ଆସନ୍ତା ୨୦୨୬ ଜୁଲାଇ ମାସ ୨୬ ତାରିଖକୁ ବିଦ୍ୟାଳୟ ସ୍ଥାପନର ୫୦ ବର୍ଷ ପୂରଣ ଓ ସୁବର୍ଣ୍ଣ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ, ଏହି ବୈଠକଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା । ଆଲୁମିନି ସଙ୍ଘର ସଭାପତି ଡକ୍ଟର ସୁଦର୍ଶନ ବେହେରା ପ୍ରକାଶ କରିଥିଲେ ଯେ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ଓ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଶ୍ରୀଯୁକ୍ତ ଶଙ୍କର ମହାପାତ୍ରଙ୍କ ପରାମର୍ଶକ୍ରମେ ଆଲୁମିନି ସଂଘଟି ଗତବର୍ଷ ତା ୨୪.୧୨.୨୦୨୩ ରିଖ ଦିନ ପ୍ରତିଷ୍ଠା ହୋଇଥିଲା ଓ ଏହାର ପଞ୍ଜିକରଣ ନିମନ୍ତେ ପ୍ରୟାସ ଜାରି ରହିଛି ।
ବିସ୍ତୃତ ଆଲୋଚନା ପରେ କେତୋଟି ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା ଯଥା :
(କ) ଏଣିକି ସଙ୍ଘର ସମସ୍ତ ବୈଠକ ଉଚ୍ଚ ବିଦ୍ୟାଳୟର ମିଟିଂ ହଲରେ ହେବାପାଇଁ ସ୍ଥିର କରାଯାଇଥିଲା।
(ଖ) ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବନମାଳୀ ସାହୁ ଓ ଆଲୁମିନି ସଙ୍ଘର ମିଳିତ ଉଦ୍ୟମରେ ଏକ ସୁବର୍ଣ୍ଣ ଜୟନ୍ତୀ କମିଟି ଗଠନ।
(ଗ) ସୁବର୍ଣ୍ଣ ଜୟନ୍ତୀ କମିଟି ମାଧ୍ୟମରେ ଅର୍ଥ ସଂଗ୍ରହ, ମାଗାଜିନ ଛପା, ଖାଦ୍ୟ ପ୍ରସ୍ତୁତି, ଅତିଥି ଯୋଗାଯୋଗ, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ଆନୁସଙ୍ଗିକ କାର୍ଯ୍ୟ ନିର୍ବାହ ନିମନ୍ତେ ବିଭିନ୍ନ ସ୍ୱତନ୍ତ୍ର ଉପ କମିଟି ଗଠନ କରିବାକୁ ସିଦ୍ଧାନ୍ତ ଗ୍ରହଣ ହୋଇଥିଲା ।
ଏହି ସଭାରେ ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବାସୁଦେବ ଦାସ ବାର୍ଷିକ ବିବରଣୀ ରଖିଥିବାବେଳେ, ଅର୍ଥସଚିବ ଶ୍ରୀଯୁକ୍ତ ପ୍ରଭାତ ଚନ୍ଦ୍ର ହୋତା ଆୟ ବ୍ୟୟର ବିବରଣୀ ଉପସ୍ଥାପନ କାରିଥିଲେ । 1980 ମସିହା ବିଦ୍ୟାଳୟର ପ୍ରଥମ ବ୍ୟାଚ୍ର ଛାତ୍ର ଶ୍ରୀଯୁକ୍ତ ବିପିନ ବିହାରୀ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ସଙ୍ଘର ଉପ ସଭାପତି ଶ୍ରୀଯୁକ୍ତ ଦିଲୀପ କୁମାର ଜ଼ତି ଅତିଥି, ସାମ୍ବାଦିକ ବନ୍ଧୁ ଏବଂ ସମସ୍ତ ପୁରାତନ ଛାତ୍ରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result