No Result
View All Result
୨୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ପରିସରରେ ବରଗଡ଼ ମୁରଲୀକ୍ରୀଷ୍ଣା ଫାଉଣ୍ଡେସନ ଓ ବିକାଶ ହସ୍ପିଟାଲ ମିଳିତ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ଓ ଚକ୍ଷୁ ଚିକିତ୍ସା ଶିବିର ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି I ଶିବିର ରେ ଧଣ୍ଡାମୁଣ୍ଡା ସରପଞ୍ଚ ବୈଦ୍ୟନାଥ ମିଶ୍ର ଅଧକ୍ଷତା କରିଥିଲେ I
ଶିବିର ର ରେ ମେଡ଼ିସିନ ବିଶେଷଜ୍ଞ ଗଣେଶ ଯାଦବ, ଛାତି ଓ ଫୁସ ଫୁସ ରୋଗ ବିଶେଷଜ୍ଞ ଡ଼. ମୋହିତ କୁମାର, ଦାନ୍ତ ରୋଗ ବିଶେଷଜ୍ଞ ଡ଼. ସାଇଲିପସା ନାଥ, ଫିସିଓଥେରାପିସ୍ଟ ଡ଼. ଅମନ ଦାସ ଉପସ୍ଥିତ ରହି ରୋଗୀ ମାନଙ୍କୁ ଦେଖିବା ସହ ଆବଶ୍ୟକୀୟ ଔଷଧ ମାଗଣା ରେ ବଣ୍ଟନ କରିଥିଲେ I
ଅଞ୍ଚଳ ରେଶହ ଶହ ସଂଖ୍ୟା ରେ ରୋଗୀ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ I ଶିବିର ରେ ଶୋଭନ ମୟ ମିଶ୍ର, ଦେବାଶିଷ ହଂସ, କମଳା ପତି ମିଶ୍ର, ସୁଶାନ୍ତ କଠାର, ପଞ୍ଚାନନ ସାହୁ, ଟଙ୍କ ପଧାନ, ଶ୍ରିରାମ ରାଉତ, ରାଜେନ୍ଦ୍ର ପରୁଆ, ସୁନିଲ ବାରିକ, ଶିବ ରଣା ପ୍ରମୁଖ ସହଯୋଗ କରିଥିଲେ l
No Result
View All Result