ଓଡିଶାର କୃଷିମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ , ନୂଆଖାଇ ଓଡିଶା ର କୃଷି ଭିତ୍ତିକ ଗଣପର୍ବ । ପ୍ରାୟତଃ ଓଡିଶାର ପଶ୍ଚିମ ଭାଗରେ ଏହାର ବହୁଳ ଭାବରେ ପାଳନ କରାଯାଏ । ଏ ଅବସର ରେ ସମସ୍ତଙ୍କୁ କୋଟି ଜୁହାର ସମୃଦ୍ଧିଶାଳି ପରମ୍ପରା ନୂଆଖାଇ ଏକ ନିଆରା ପର୍ବ । ଚାଷୀର ଶ୍ରମ ଓ ଚାଷର ଉତ୍ପାଦ ବା ଅମଳ ର ନୂଆଖାଇ ଭେଟଘାଟ ପାଳନ ହୁଏ ଭାଇଚାରା ମିଳନ ସଂପର୍କ ରେ ମହୋତ୍ସବ । ଧୁମ ଧାମରେ ପାଳିତ ହେଉଥିବା ପର୍ବ ଏ ବର୍ଷ କରୋନା ମହାମାରୀ ଯୋଗୁଁ କଟକଣା ପାଈଁ ଫିକା ପଡ଼ିଯାଇଛି । ତଥାପି ଘରେ ଘରେ ପାଳନ ହୋଈଛି । ଯେତେ ବାଧାବିଘ୍ନ ଆସୁ ଆସୁ ସମାଜର ପ୍ରଗତି ଆଗକୁ ଯିବ ପରମ୍ପରା ଉଜ୍ଜିବିତ ରହିବ । କଟକଣା ମାନିବା ଏବଂ ନୂଆଖାଇ ପାଳିବା ୨୦୨୦ ବର୍ଷ ର ନୂଆଖାଇ ପର୍ବ- ଅପୂର୍ବ, ।
ଓଡିଶା ତାଜା ନ୍ୟୁଜ୍ (୨୩ ଅଗଷ୍ଟ ରବିବାର ) ଭୁବନେଶ୍ୱର :- ବିଶ୍ୱ ଓଡିଆ ମହାସଂଘ ପକ୍ଷରୁ ପବିତ୍ର ଗଣେଶ ଚତ୍ରୁଥି ଏବଂ ନୂଆଖାଇ ପର୍ଵ ଗତକାଲି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭ ରେ ମହାସଂଘ ର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ପଟ୍ଟନାୟକ ଭାଷଣ ଦବା ସହିତ ବିଶ୍ୱ ଓଡ଼ିଆ ମହାସଂଘ ର ସଭାପତି ଶ୍ରୀଯୁକ୍ତ ଡ଼ା ସୁରେନ୍ଦ୍ରନାଥ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭା ର ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ର , ସମ୍ମନିତ ଅତିଥି ଭାବେ କୃଷିମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ , ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ପଣ୍ଡା , ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର , ବିଜେଡ଼ି ର ବରିଷ୍ଠ ନେତା ପୂର୍ବତନ କଟକ ବାରବାଟି ବିଧାୟକ ଶ୍ରୀଯୁକ୍ତ ଦେବାଶିଷ ସାମନ୍ତରାୟ ଏବଂ ଓଡିଶା ପରିବାର ସଦସ୍ୟ ଶ୍ରୀମତୀ ଡେଜାଲିନ୍ ମହାପାତ୍ର ଯୋଗ ଦେଇ ପଶ୍ଚିମ ଓଡିଶାର ଗଣ ପର୍ଵ ନୂଆଖାଇ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ମାନ୍ୟବର ବାଚସ୍ପତି ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।
ମନ୍ତ୍ରୀ ଅରୁଣ ସାହୁ ଗଣେଶ ପୂଜା ଏବଂ ନୁଆ ଖାଇ ପର୍ଵ ର ଧାର୍ମିକ ସଂଜ୍ଞା ଆଲୋକପାତ କରିଥିଲେ । ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେଇ ଓଡ଼ିଶାର ଶ୍ରେଷ୍ଠ ଦୁଇ ବିଧାୟକ ଙ୍କୁ ଶୁଭେଚ୍ଛା ଜଣାଇବା ସହିତ । ବିଶ୍ୱ ଓଡ଼ିଆ ମହାସଂଘ ର ଏହି କାର୍ଯ୍ୟକ୍ରମ କୁ ପ୍ରଂଶସା କରିଥିଲେ । ଏବଂ ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ଦୁଇ ଶ୍ରେଷ୍ଠ ବିଧାୟକ ମାନ୍ୟବର ଯାଜପୁର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ , ଏବଂ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ମାନ୍ୟବର ବିଧାୟକ ପ୍ରଣବ ପ୍ରକାଶ ଦାସ ଏଇ ସଫଳତା ର ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଏବଂ ଓଡ଼ିଶାର ସମସ୍ତ ଜନ ସାଧାରଣ ଙ୍କୁ ଦେଇଥିଲେ ।
ମାନ୍ୟବର ବିଧାୟକ ତାର ପ୍ରସାଦ ବାହିନୀପତି ଏଇ କାର୍ଯ୍ୟକ୍ରମ ପାଇଁ ବିଶ୍ୱ ଓଡ଼ିଆ ମହାସଂଘ ଙ୍କୁ ଦେବା ସହିତ ଓଡିଆ ମହାସଂଘର ସଭାପତି ଡା. ସୁରେନ୍ଦ୍ରନାଥ ମହାପାତ୍ରଙ୍କୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ବିଶ୍ୱଓଡିଆ ମହାସଂଘର ପ୍ରକାଶ ରଂଜନ ମଲ୍ଲିକ, ସଂଜୟ ମହାକୁଡ, ରାମକୃଷ୍ଣ ପାଢୀ, ରୁଦ୍ର ନାରାୟଣ ଦାଶ,ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ସୋସିଆଲ ମିଡିଆ ସଂଯୋଜକ ସୌମ୍ୟ ସ୍ୱପ୍ନସରିତ ରାଟସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ୱେବିନାର ରେ ୨୫୦୦ ରୁ ଉର୍ଦ୍ଧ୍ବ ଲୋକ ଯୋଡ଼ି ହେଇଥିବା ବେଳେ ଏହାକୁ ଚାଳିଶି ହଜାର ରୁ ଅଧିକ ଲୋକ ଦେଖିଥିଲେ ।