No Result
View All Result
୨୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଜାପାନର ଆଇଟି କମ୍ପାନୀରେ ନିଯୁକ୍ତି ପାଇଛନ୍ତି ପୁରୀ କୋଣାର୍କ ମେରାଇନ ଡ୍ରାଇଭିରୋଡସ୍ଥିତ ଚନ୍ଦ୍ରଶେଖର ଏକାଡେମୀର ୫ ଛାତ୍ର । ସେମାନେ ଆସନ୍ତା ୩୦ ତାରିଖରେ ଜାପାନ ଯିବାର କାର୍ଯ୍ୟକ୍ରମ ରହିଛି । ଗତ ୨ବର୍ଷ ଧରି ଜାପାନ ଭାଷା ଓ ଆଇଟି ପାଠ୍ୟକ୍ରମରେ କୃତକାର୍ଯ୍ୟ ହୋଇଥିଲେ । କୃତକାର୍ଯ୍ୟ ପରେ ସଂପୃକ୍ତ ଛାତ୍ରମାନଙ୍କୁ ଜାପାନର ଏକ ବିଶିଷ୍ଟ ଆଇଟି କମ୍ପାନୀରେ କାର୍ଯ୍ୟ କରିବା ଲାଗି ଚୟନ କରାଯାଇଛି । ସେହି କୃତିତ୍ୱ ଛାତ୍ରମାନେ ହେଲେ ଚଞ୍ଚଳ ସରକାର, ସୂର୍ଯ୍ୟକାନ୍ତ ରାଉତ, ବିକାଶ କୁମାର ଗୁପ୍ତା, ସତ୍ୟଜିତ ସାହୁ ଓ ଦୀପ୍ତିରଞ୍ଜନ ମହାରଣା । ଏହାକୁ ନେଇ ଏକାଡେମୀ ସମେତ ପୁରୀ ସହରରେ ଖୁସିର ଲହରୀ ଖେଳି ଯାଇଛି। ସୂଚନାଯୋଗ୍ୟ,ଗତ ୨୦୨୩ ମସିହାରେ ଉକ୍ତ ଏକାଡେମୀର ୩ ଜଣ ଛାତ୍ର ଜାପାନରେ ଏକ ଆଇଟି କମ୍ପାନୀରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି ।
ଏକାଡେମୀର ଚେୟାରମ୍ଯାନ ଶ୍ରୀମନ୍ତ କୁମାର ଦାଶ କୁହନ୍ତି, ଚନ୍ଦ୍ରଶେଖର ଏକାଡେମୀରେ ନର୍ସରୀଠାରୁ ଯୁକ୍ତ ଦୁଇ ବିଜ୍ଞାନ ପର୍ଯ୍ୟନ୍ତ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି । ତତ୍ ସହିତ ସିବିଏସଇ ପାଠ୍ୟକ୍ରମରେ ବ୍ୟବସ୍ଥା ସହ ଆଇଟି ଓ ଜପାନିଜ୍ ଭାଷାର ଶିକ୍ଷାଦାନ କରାଯାଉଛି । ଗ୍ରlଜୁଏସନ୍ ହାସଲ କରିଥିବା ଛାତ୍ରମାନେ ଆଇଟି ସହ ଜପାନିଜ ଭାଷା ଅଧ୍ୟୟନ କଲେ ଶତପ୍ରତିଶତ ଜାପାନରେ ଚାକିରି ମିଳିପାରିବ । ଏହି ୫ ଜଣ ଛାତ୍ରଙ୍କ କୃତିତ୍ୱ ଯୋଗୁଁ ଏକାଡେମୀ ଆଜି ଗର୍ବିତ । ଏହି ଅବସରରେ ଭାରତ ଜାପାନ ମୈତ୍ରୀ କେନ୍ଦ୍ର, ଜାପାନର ସଭାପତି ତଥା ପୁରୀ ସିଟି ଆମ୍ବାସେଡର କୁନା ଦାଶ କୃତିତ୍ବ ଛାତ୍ରଙ୍କୁ ଶୁଭେଛା ଜଣାଇବ ସହ ସଫଳତା କାମନା କରିଛନ୍ତି । ଏହା ସହ ବେକାରୀ ସମସ୍ୟା ଦୂରୀକରଣ ପାଇଁ ଚନ୍ଦ୍ରଶେଖର ଏକାଡେମୀର ଅବଦାନ ଅତୁଳନୀୟ ବୋଲି ବୁଦ୍ଧିଜୀବୀମାନଙ୍କ ମହଲରେ ମତପ୍ରକାଶ ପାଇଛି ।
No Result
View All Result