No Result
View All Result
୨୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ରାଜ୍ଯସ୍ତରୀୟ ବସ ମାଲିକ ସମ୍ମିଳନୀ ଟାଉନହଲ ଠାରେ ଅନୁଷ୍ଠିତ ହୋଇରାଇଛି । ରାଜ୍ୟର ବିଭିନ୍ନ ଜୋନରୁ ବସ ମାଲିକ ମାନେ ଯୋଗ ଦେଇଥିଲେ । ରାଜ୍ୟ ସରକାର ବସ ପରମିଟ ଓ ନବୀକରଣ ପାଇଁ ସରଳ ନିୟମ କରିବାକୁ ଆଲୋଚନା ହୋଇଥିଲା । ଏଥିରେ ବସ ମାଲିକ ଆସୋସିଏସନର ରାଜ୍ୟ ସଭାପତି ଲୋକନାଥ ପାଣି ଏଥିରେ ସଭାପତିତ୍ବ କରିଥିଲେ ।
ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ବାର୍ଷିକ ବିବରଣୀ ପାଠ ଓ ବସ ମାଲିକଙ୍କ ବିଭିନ୍ନ ସମସ୍ୟା ଊପରେ ଆଲୋକପାତ କରିଥିଲେ । କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ଯ ଏବଂ ବିଭିନ୍ନ ଜୋନର ଉପସଭାପତି ଓ ସମ୍ପାଦକ ମାନେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଦିବଂଗତ ବସ ମାଲିକଙ୍କ ଉଦ୍ଦେଶ୍ଯରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସମ୍ମିଳନୀ ଆସନ୍ତାକାଲି ଉଦଯାପିତ ହେବ ।
No Result
View All Result