No Result
View All Result
୨୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଡମପଡ଼ା :-> ବାଙ୍କୀରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଖୋଲିବା ପାଇଁ ବହୁଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ଖୋଲା ଯାଇନଥିବାରୁ ବାଙ୍କୀ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେବା ସହିତ ସେମାନଙ୍କ ମଧ୍ୟରେ ଜନଅସନ୍ତୋଷ ଲାଗି ରହିଛି । ପ୍ରକାଶ ଥାଉକି ନୂତନ ଆଇନ୍ ପ୍ରଣୟନ ହେବା ଦ୍ୱାରା ବାଙ୍କୀରେ ଥିବା ସହକାରୀ ଦୌରାଜଜ୍ କୋର୍ଟ ଉଠିଯିବାରୁ ବାଙ୍କୀ ଜନସାଧାରଣ ପ୍ରତ୍ୟେକ ମୋକଦ୍ଦମାରେ କଟକ ଯିବାକୁ ବାଧ୍ୟ ହୋଇଛନ୍ତି ।
ବାଙ୍କୀ ଉପଖଣ୍ଡ ବହୁ ପୁରାତନ ଉପଖଣ୍ଡ ହୋଇଥିବାରୁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ସ୍ଥାପନ ହେବା ନିତ୍ୟାନ୍ତ ଆବଶ୍ୟକ ହେଉଅଛି । ବାଙ୍କୀ ଏକ କୃଷି ପ୍ରଧାନ ଅଞ୍ଚଳ ହେଉଥିବାରୁ ବାଙ୍କୀ ଜନସାଧାରଣଙ୍କ ଆର୍ଥିକ ପରିସ୍ଥିତି ବହୁ ଦୁର୍ବଳ ଅଟେ । ତେଣୁ ଜନସାଧାରଣ ମୋକଦ୍ଦାମରେ କଟକ ଯିବା ଆସିବା କରିବା ପାଇଁ ଖର୍ଚ୍ଚାନ୍ତ ହେବାକୁ ଅକ୍ଷମ । ତେଣୁ ତୁରନ୍ତ ବାଙ୍କୀରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ସ୍ଥାପନ କରାଯିବା ନିମନ୍ତେ ସରକାର ଜରୁରୁୀ ପଦକ୍ଷେପ ନେବାପାଇଁ ଦାବୀ କରାଯାଇଛି ।
No Result
View All Result