ଓଡିଶା ତାଜା ନ୍ୟୁଜ୍ (୨୩ ଅଗଷ୍ଟ ରବିବାର ) ସମ୍ବଲପୁର , ବରଗଡ଼ :- ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ନୂଆ ଖାଇ ଉତ୍ସବ ପାଳିତ ହୋଇଯାଇଛି । ମହାମାରୀ କରୋନାର କଟକଣା ଓ ସାମାଜିକ ଦୂରତା ରକ୍ଷା ନିୟମ ପାଳନ କରି ଜିଲ୍ଲା ଗୁଡ଼ିକରେ ଥିବା ଇଷ୍ଟ ଦେବୀଙ୍କ ପୀଠରେ ନବାନ୍ନ ଲାଗି ହୋଇଥିଲା । ପରେ ଲୋକେ ନିଜ ଘରେ ନିଜ ଇଷ୍ଟଦେବତା ଙ୍କୁ ନୂଆ ଚାଉଳ କ୍ଷୀରି ଭୋଗ ଲାଗି ଜୁହାର ଭେଟ ହୋଇଥିଲେ ।
ଶସ୍ୟ ର ପ୍ରଥମ ଦାନା ନିଜ ଇଷ୍ଟଦେବତା ଙ୍କୁ ଅର୍ପଣ ସ୍ଵରୁପ ଏହି ଗଣପର୍ବ ପାଳନ କରାଯାଇଥାଏ । ଚାଷ ବା ଚାଷୀ ଭିତ୍ତିକ ଏହି ଗଣପର୍ବ ରେ ଚାଷୀ ନିଜ ବିଲକୁ ଯାଇ ତା ମାଟି ଓ ଶସ୍ୟକୁ ପୂଜାର୍ଚ୍ଚନା କରିଥାଏ । ଚଳିତ ବର୍ଷ ମହାମାରୀ କରୋନାର କଟକଣା ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ଏ ଅଞ୍ଚଳର ବିଭିନ୍ନ ଜିଲ୍ଲା ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଠାରେ ମାଁ ସମଲେଶ୍ଵରୀ ଦେବୀଙ୍କ ପୀଠରେ ଏବଂ ସୋନପୁର ଠାରେ ମାଁ ସୁରେଶ୍ଵରୀ ଙ୍କ ଠାରେ ପୂଜକ ମାନେ ନିଜ ଅଞ୍ଚଳ ର ପଣ୍ଡିତ ମାନଙ୍କ ଦ୍ବାରା ଧାର୍ଯ୍ୟ ଲଗ୍ନ ରେ ମାଁ ଙ୍କ ଠାରେ ସାମାଜିକ ଦୂରତା,ମାକ୍ସ ପରିଧାନ କରି ପୂଜାର୍ଚ୍ଚନା କରିଥିଲେ ।
ମା ଙ୍କ ଠାରେ ସରିବା ଧାନର ଚାଉଳରେ ତିଆରି କ୍ଷୀରି ଭୋଗ ଲାଗି ହୋଇଥିଲା । ସମ୍ବଲପୁର ସ୍ଥିତ ମା ସମଲେଶ୍ବରୀଙ୍କ ପୀଠରେ ମୁଖ୍ୟ ପୂଜକଙ୍କ ତତ୍ତ୍ଵାବଧାନରେ ପୂଜା ବିଧି ଅନୁଷ୍ଠିତ ହୋଇଥିଲା । ସେହିପରି ବରଗଡ଼, ବଲାଙ୍ଗୀର ରେ ମଧ୍ୟ ମା ଙ୍କ ଠାରେ ନବାନ୍ନ ଲାଗି ହୋଇଥିଲା ।
ପରେ ଲୋକେ ନିଜ ପରିବାର ର ଇଷ୍ଟଦେବତା ଙ୍କୁ ନୂଆ ଚାଉଳ ରେ ପ୍ରସ୍ତୁତ କ୍ଷୀରି ଭୋଗ ଲାଗି କରିଥିଲେ । ପରିବାର ର ମୁଖ୍ୟ ନିଜ ପରିବାର ର ସମସ୍ତ ସଦସ୍ୟ ଙ୍କୁ ଭୋଗ ଅର୍ପଣ କରି ଜୁହାର ଭେଟ ହେବା ସହ ଛୋଟ ମାନଙ୍କୁ ଆର୍ଶୀବାଦ କରିଥିଲେ। ଚଳିତ ଥର ଜିଲ୍ଲା ପ୍ରଶାସନ ର କଟକଣା ଯୋଗୁଁ କୈ।ଣସୀ ଜିଲ୍ଲା ରେ ସାମୁହିକ ଭେଟଘାଟ ଉତ୍ସବ ପାଳନ କରାଯାଇନଥିଲା ।
ଏହା ସତ୍ତ୍ୱେ ମଧ୍ୟ ଘରେ ଘରେ ଏହି ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖ୍ରୀଷ୍ଟିୟ ସମ୍ପ୍ରଦାୟର ଲୋକେ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଙ୍କୁ ପ୍ରଥମ ଶସ୍ୟ ଋପେ ଚୂଡା ଅର୍ପଣ ଓ ବିଶେଷ ପ୍ରାର୍ଥନା କରି ନିଜ ଘରେ ପାଳନ କରିଥିଲେ। (ରିପୋର୍ଟ ସତ୍ୟ ନାରାୟଣ ପ୍ରଧାନ)