No Result
View All Result
୨୩ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ସମଗ୍ର ରାଜ୍ୟରେ ଜଳସଂପଦ ବିଭାଗ ପକ୍ଷରୁ ଆଜି ଠାରୁ ଜାନୁଆରୀ ୫ତାରିଖ ପର୍ଯ୍ୟନ୍ତ ପାଣିପଂଚାୟତ ପକ୍ଷ ପାଳନ କରାଯାଉଥିବା ବେଳେ ଡମପଡ଼ା ବନ୍ୟାବାତ୍ୟ ଆଶ୍ରୟସ୍ଥଳୀ ଠାରେ କଟକ ଡିଭିଜନ ପକ୍ଷରୁ ବିଭାଜନସ୍ତରୀୟ ପାରି ପଂଚାୟତ ପକ୍ଷ ପାଳନ କରାଯାଇଛି । ‘ପାଣି ପଂଚାୟତ-କୃଷିର ମନ୍ତ୍ର, କୃଷକର ବ୍ରତ’ ସୂତ୍ର ଆଧାରରେ କୃଷକମାନଙ୍କର ସମୃଦ୍ଧି ନିମନ୍ତେ କାର୍ଯ୍ୟକ୍ରମ କରାଯାଉଥିବା ବିଭାଗ ପକ୍ଷରୁ ପ୍ରକାଶ କରାଯାଇଥିଲା । ସହକାରୀ ଯନ୍ତ୍ରୀ ଅମୀୟ ରଞ୍ଜନ ରାଉତଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସଂଜୀବ କୁମାର ନାୟକ ପାର୍ବତୀ ଗିରି ବୃହତ ଉଠଜଳସେଚନ ପ୍ରକଳ୍ପ ଦ୍ୱାରା କୃଷକମାନେ କିପରି ସଚେତନ ହେବା ସହିତ ଜଳଯୋଗାଣ ଓ ତା’ର ବ୍ୟବସ୍ଥାର ଉନ୍ନତି ,
ପରିବର୍ତ୍ତନ ସମ୍ବନ୍ଧରେ ପ୍ରସ୍ତାବ ଦେବା, ଜଳର ଉପଲବ୍ଧତା , ବଣ୍ଟନ ଆଦି ସଂପର୍କରେ ଯୋଗଦେଇ କୃଷକମାନଙ୍କୁ ସୂଚନା ଦେଇଥିଲେ । ପାଣି ପଂଚାୟତ ପକ୍ଷ ପାଳନ ଅବସରରେ ଏଥିରେ ସମ୍ମାନିତ ଅତିଥି ଭାବରେ ପ୍ରୋଜେକ୍ଟ ମ୍ୟାନେଜର ଶ୍ରଦ୍ଧା ଦାସ, କନିଷ୍ଠଯନ୍ତ୍ରୀ ଅବିନାସ ପଣ୍ଡା, କନିଷ୍ଠଯନ୍ତ୍ରୀ ତୁଷାରକାନ୍ତ ପୃଷ୍ଟି, ଅର୍ପିତା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ରହି ଡମପଡ଼ା, କୁଶୁପଙ୍ଗି, ପାଥପୁର, ଘାସିପୁଟ, ଚକୁଳେଶ୍ୱର ଆଦି ଅଞ୍ଚଳର ପାରିପଂଚାୟତର ସଦସ୍ୟମାନେ ଯୋଗଦେବା ସହିତ ବିଭାଗ ପକ୍ଷରୁ ଅତ୍ୟାଧୁନିକ ଯନ୍ତ୍ରପାତିକୁ ପ୍ରଦର୍ଶିତ କରାଯାଇ ଚାଷୀମାନଙ୍କୁ ସଚେତନତା କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ତଥା ଡମପଡ଼ା ସରପଂଚ ପ୍ରତିନିଧି ଭାବାନୀ ପ୍ରସାଦ ଧଳ, ପାଥପୁର ସରପଂଚ ସୁରେନ୍ଦ୍ର ପରିଡାଙ୍କ ସମେତ ଶତାଧିକ ଚାଷୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।
No Result
View All Result