No Result
View All Result
୨୩ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ସମ୍ବଲପୁର :- କ୍ୟୁରିଅସ କବ୍ସ, ଭିଭିତ୍ସା ୱାର୍ଲ୍ଡ ସ୍କୁଲ୍ (ଭିଡବ୍ଲ୍ୟୁଏସ୍)ର ନୂଆ ଲୋଗୋର ଭବ୍ୟ ଉନ୍ମୋଚନ ଘୋଷଣା କରି ବେଶ୍ ଆନନ୍ଦିତ, ଯାହାକି ଶିକ୍ଷା କ୍ଷେତ୍ରରେ ଏହାର ଆଗାମୀ ଉଚ୍ଚାଭିଳାଷୀ ଅଧ୍ୟାୟ । ସମ୍ବଲପୁରରେ ଶିକ୍ଷାର ପୁନଃପରିକଳ୍ପନା ପାଇଁ ନିର୍ମିତ ଭିଭିତ୍ସା ୱାର୍ଲ୍ଡ ସ୍କୁଲ \”ଜାଣିବାର ଇଚ୍ଛା\”ର ଦର୍ଶନକୁ ପ୍ରତିଫଳିତ କରିଛି ଏବଂ ବୌଦ୍ଧିକ, କଳାତ୍ମକ, ସାମାଜିକ ଏବଂ ଭାବନାତ୍ମକ ବିକାଶ ଉପରେ ଧ୍ୟାନ ଦେଇ ଶିକ୍ଷା ପ୍ରତି ଏକ ସାମଗ୍ରିକ ଆଭିମୁଖ୍ୟର ପ୍ରତିଶ୍ରୁତି ଦେଇଛି ।
ଏଜୁକେସନ୍ ୱାର୍ଲ୍ଡ ଦ୍ୱାରା ଭାରତର ୭ ନମ୍ବର ପ୍ରିସ୍କୁଲ ଭାବରେ ମାନ୍ୟତା ପାଇଥିବା କ୍ୟୁରିୟସ କବ୍ସ ପ୍ରିସ୍କୁଲ୍ ଗର୍ବର ସହ ଯୁବ ମନକୁ ପୋଷଣ କରିବା ଏବଂ ଭବିଷ୍ୟତର ଲିଡରଙ୍କୁ ଗଢ଼ିତୋଳିବାର ଏକ ଦଶନ୍ଧି ପାଳନ କରୁଛି । ୨୦୧୪ମସିହାରେ ସ୍ଥାପିତ ହୋଇଥିବା କ୍ୟୁରିୟସ୍ କବ୍ସ ସମ୍ବଲପୁର, ଭୁବନେଶ୍ୱର, ଝାରସୁଗୁଡ଼ା, ରାଉରକେଲା ଓ ରାୟପୁର ଭଳି ୫ଟି ସହରରେ ଗୋଟିଏ କେନ୍ଦ୍ରରୁ ଏକ ସମୃଦ୍ଧ ନେଟୱର୍କରେ ପରିଣତ ହୋଇଛି ।
ଏହି ଅବସରରେ ଭିଭିତ୍ସା ୱାର୍ଲ୍ଡ ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଦେବଶ୍ରୀ ଦେବଜାନୀ ନିଜର ଉତ୍ସାହ ବ୍ୟକ୍ତ କରି କହିଛନ୍ତି ଯେ, “ଆମର ସବୁଠାରୁ ଶକ୍ତିଶାଳୀ ସମର୍ଥକ ଥିବା ପିତାମାତାଙ୍କ ବିଶ୍ୱାସ ପାଇଁ କ୍ୟୁରିୟସ୍ କବ୍ସର ୧୦ ବର୍ଷ ପୂର୍ତି ପାଳନ କରିବା ଆମକୁ ଅତ୍ୟନ୍ତ ଗର୍ବ ଏବଂ କୃତଜ୍ଞତାରେ ଭରି ଦେଇଛି ।
ଭିଭିତ୍ସା ୱାର୍ଲ୍ଡ ସ୍କୁଲ ଲୋଗୋ ଉନ୍ମୋଚନ ସହିତ, ଆମେ ଆମର ମିଶନକୁ ପରବର୍ତୀ ସ୍ତରକୁ ନେବାକୁ ଲକ୍ଷ୍ୟ ରଖିଛୁ, ଏକ ପରିବେଶ ପ୍ରଦାନ କରୁଛୁ ଯେଉଁଠାରେ ପିଲାମାନେ ସେମାନଙ୍କର ସମ୍ପୂର୍ଣ୍ଣ ସାମର୍ଥ୍ୟ ଆବିଷ୍କାର କରିପାରିବେ । ସମ୍ବଲପୁରରେ ଏହି ପରିବର୍ତନମୂଳକ ଧାରଣା ଆଣିବା ପାଇଁ ଆମେ ଆନନ୍ଦିତ ଏବଂ ପରବର୍ତୀ ପିଢ଼ିର ଲିଡରଙ୍କୁ ଗଢ଼ିତୋଳିବାକୁ ଅପେକ୍ଷା କରିଛୁ ।”
୧୬ ଏକର ପରିମିତ ପରିସରରେ ବିସ୍ତାରିତ ଭିଭିତ୍ସା ୱାର୍ଲ୍ଡ ସ୍କୁଲ ଅତ୍ୟାଧୁନିକ ଭିତିଭୂମିକୁ ବିଶ୍ୱସ୍ତରୀୟ ଅନୁପ୍ରାଣିତ ପାଠ୍ୟକ୍ରମ ସହିତ ମିଶ୍ରଣ କରିଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା, ରଚନାତ୍ମକ ଚିନ୍ତାଧାରା, ସୃଜନଶୀଳତା ଓ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ବିଦ୍ୟାଳୟର ପ୍ରତ୍ୟେକ ଦିଗକୁ ସତର୍କତାର ସହ ପ୍ରସ୍ତୁତ କରାଯାଇଛି ।
୨୦୧୪ରେ ସ୍ଥାପିତ ହୋଇଥିବା କ୍ୟୁରିୟସ୍ କବ୍ସ ପ୍ରିସ୍କୁଲ୍ ଏକ ସମୃଦ୍ଧ ପ୍ରାରମ୍ଭିକ ଶୈଶବ ଶିକ୍ଷା ଅନୁଭୂତି ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ । ଭାରତର ଅନ୍ୟତମ ଶ୍ରେଷ୍ଠ ପ୍ରାଥମିକ ବିଦ୍ୟାଳୟ ଭାବରେ ସ୍ୱୀକୃତିପ୍ରାପ୍ତ, ଏହା ଏକାଧିକ ସହରରେ କାର୍ଯ୍ୟ କରୁଛି, ଯାହା ଯୁବ ଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀନ ବିକାଶକୁ ପ୍ରୋତ୍ସାହିତ କରୁଛି ।
ଭିଭିତ୍ସା ୱାର୍ଲ୍ଡ ସ୍କୁଲ ହେଉଛି ଏକ ବୈପ୍ଳବିକ ଶିକ୍ଷାନୁଷ୍ଠାନ ଯାହା ଉତ୍ସୁକତା ଏବଂ ସାମଗ୍ରିକ ଅଭିବୃଦ୍ଧି ପାଇଁ ସମର୍ପିତ । ସମ୍ବଲପୁରରେ ଅବସ୍ଥିତ ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ପାଇଁ ଏକ ଅଭିନବ ପାଠ୍ୟକ୍ରମ ସହ ଆଧୁନିକ ଭିତିଭୂମି ରଖାଯାଇଛି ।
No Result
View All Result