୨୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ଓଡିଶାର ପୁରାତନ ଫାର୍ମାସୀ ଶିକ୍ଷାନୁଷ୍ଠାନ ଆଇଏମଟି ଫାର୍ମାସୀ କଲେଜ ଠାରେ ୧୪ତମ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ ହୋଇଯାଇଛି । ଗୋପାଳପୁର ସ୍ଥିତ କଲେଜ ସଭା ଗୃହରେ ଗୁଣବତ୍ତାପୂର୍ଣ ଜୀବନ ପାଇଁ ଦୃଢ ଓ ନୂତନ ପ୍ରଚେଷ୍ଟା ବର୍ତମାନ ସମୟରେ ଆବଶ୍ୟକତା ଶୀର୍ଷକ ଆଲୋଚନଚକ୍ର ଅନୁଷ୍ଠିତ ହୋଇଛି । ରାଜ୍ଯ ତଥା ରାଜ୍ଯ ବାହାରୁ ପାଞ୍ଚଶହରୁ ଉର୍ଦ୍ଧ୍ବ ଫାର୍ମାସୀ ଛାତ୍ରଛାତ୍ରୀ,ଅଧ୍ୟାପକ, ଅଧ୍ୟାପିକା ଏଥିରେ ଯୋଗ ଦେଇଥିଲେ ।
ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ,ସମ୍ମାନିତ ଅତିଥି ଭାବେ ସାଇପେନ ବାୟୋଲୋଜିକ୍ସ ପ୍ରାଇଭଟ ଲିମିଟେଡର ସଭାପତି ରଜତ କୁମାର ମହାପାତ୍ର ଯୋଗଦେଇ ଓଡିଶାର ଔଷଧ ତିଆରି ଶିଳ୍ପ ପ୍ରତିଷ୍ଠା ହାର ଅତ୍ୟନ୍ତ ନଗଣ୍ୟ ଥିବାରୁ ଆଗାମୀ ଦିନରେ ଅଧିକରୁ ଅଧିକ ଔଷଧ କମ୍ପାନି ପ୍ରତିଷ୍ଠା ହେଲେ ଓଡିଶାର ଫାର୍ମାସୀ ଛାତ୍ରଛାତ୍ରୀ ମାନେ ନିଜ ରାଜ୍ୟରେ ନିଯୁକ୍ତିର ସୁଯୋଗ ପାଇବେ ବୋଲି ମତବ୍ୟକ୍ତ କରିଥିଲେ । କଲେଜର ପ୍ରଶାସନିକ ନିର୍ଦ୍ଦେଶକ ମନୋଜ ରଥ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧକ୍ଷ ଡ.ଅଗ୍ନିମିତ୍ର ଡିନ୍ଦା, ଅତିଥି ପରିଚୟ ପ୍ରଦାନ କରିଥିଲେ ।
ନିର୍ଦେଶକ ଡ.ଅନ୍ନଦା ପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପକ ଦେବାଶିଷ ଦାସ ଓ ଅଧ୍ୟାପକ ଜଗନ୍ନାଥ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଚାରିଗୋଟି ବୈଜ୍ଞାନିକ ସୁତ୍ର ରେ ଔଷଧ ତିଆରି, ପାର୍ଶ୍ବ ପ୍ରତିକ୍ରିୟା ଓ ବିଶ୍ୱ ବଜାରରେ ଭାରତୀୟ ଔଷଧର ପ୍ରସାର ସମ୍ବନ୍ଧରେ ଡ. ଶିଶିର ମନ୍ତ୍ରୀ , ସିଆଇଏସ୍ ଆର ମୁଖ୍ୟ ବୈଜ୍ଞାନିକ ଡଃ ସାରଦା ପ୍ରସାଦ ସ୍ବାଇଁ, ପ୍ରାଧ୍ୟାପ୍ରକ ଓ ବିଭାଗ ମୁଖ୍ୟ ନାଇପର,କୋଲକୋତାର ଡ.ଶାନ୍ତିଭୂଷଣ ସେନାପତି, ଭୁବନେଶ୍ୱର ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନସ୍ ବୈଜ୍ଞାନିକ ଡ. ଭି ବଦ୍ରୀନାଥ କୋଙ୍କିମାଲା ଉପସ୍ଥିତ ରହି ଆଲୋକପାତ କରିଥିଲେ ଅପରାହ୍ନରେ ଛାତ୍ରଛାତ୍ରୀ ମାନେ ଔଷଧ ଓ ରୋଗ ସମ୍ବନ୍ଧୀୟ ପୋଷ୍ଟର ଉପସ୍ଥାପନ କରି ବୁଝାଇଥିଲେ ।
ସର୍ବଶେଷ୍ଠ ପ୍ରଦର୍ଶନପାଇଁ ତିନି ଜଣଙ୍କୁ ପୁରସ୍କୃତ କରଯାଇଥିଲା । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ପ୍ରତିଷ୍ଠିତା ଡା ବିଶ୍ବନାଥ ରଥଙ୍କ ମାର୍ଗଦର୍ଶନରେ ନିର୍ଦେଶକ ଦେବସ୍ମିତା ରଥ, ନିର୍ଦେଶକ ପ୍ରକାଶ ସେନାପତି,ଉପାଧ୍ୟକ୍ଷ ଦେବାଶିଷ ମିଶ୍ର, ବିଭାଗ ମୁଖ୍ୟ ସମୀର ପାତ୍ର, ଅଳକା ପ୍ରିୟଦର୍ଶିନୀ କର, ଅଧ୍ୟାପକ ଦେବଦତ୍ତ ସାହୁ, ଶାରଦା ପ୍ରସାଦ ଷଡଙ୍ଗୀ,ସ୍ମୃତିକ ଦାଶ, ସ୍ନେହାଶିଷ ତ୍ରିପାଠୀ, ସୁଜିତ ହରିଚନ୍ଦନ, ଜ୍ୟୋତିର୍ମୟୀ ଦାଶ,ସହାୟକ ପ୍ରଦୀପ ସ୍ବାଇଁ, ନିରଞ୍ଜନ ନାୟକ, ରବି ସାହୁ, ଆଦିତ୍ୟ ପ୍ରଧାନ, ପ୍ରଭାତ ପଣ୍ଡା, ସଞ୍ଜୟ ବେହେରା, ସତ୍ୟ ମିଶ୍ର, ତପନ ରାଜ, ବିଜୟ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।