No Result
View All Result
୨୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଡମପଡ଼ା ବ୍ଲକ ଅନ୍ତର୍ଗତ ବାଆଁରା ଗ୍ରାମର ସାମାଜିକ କର୍ମୀ ଗୌରାଙ୍ଗ ଚରଣ ରାଉତଙ୍କ ପୁତ୍ର ବିଶ୍ୱନାଥ ରାଉତଙ୍କ ଜନ୍ମ ଦିନରେ ଗ୍ରାମର ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ଓ ସ୍ୱାସ୍ଥ୍ୟ ସଂପର୍କରେ ସଚେତନତାମୂଳକ ପୁସ୍ତକ ବିତରଣ କରାଯାଇଛି ।
ଏ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ପ୍ରମୋଦ କୁମାର ମୁଦୁଲି ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବେ ପଣ୍ଡିତ ପ୍ରହ୍ଲାଦ ବେଉରା, ପ୍ରମୋଦ କୁମାର ସୂତାର, ଗଦାଧର ସାହୁ ଓ ଓମ୍ ପ୍ରକାଶ ସାହୁ ପ୍ରମୁଖ ଯୋଗଦାନ କରି ଏତାଦୃଶ କାର୍ଯ୍ୟର ପ୍ରଶଂସା କରିଥିଲେ । ଶେଷରେ ଗୌରାଙ୍ଗ ଚରଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result