୨୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବ୍ରହ୍ମଗିରି :-> ପୂରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ରେ ବିଧାୟକା ବ୍ଲକ ସମୀକ୍ଷା ବୈଠକ କୁ ବିରୋଧ କରି ଧାରଣାରେ ଅଧ୍ୟକ୍ଷl ଉପାଧ୍ୟକ୍ଷl ସରପଞ୍ଚ ସମିତି ସଭ୍ୟ ବସି ଥିବା ଦେଖିବାକୁ ମିଳିଛି । ଏହି ଧାରଣାରେ ବିଜେଡିର ନିର୍ବାଚିତ ପ୍ରତିନିଧି ମାନେ ବ୍ଲକ ସମ୍ମୁଖରେ ତିନି ଘଣ୍ଟା ଧରି ଧାରଣା ବସି ରହିଥିଲେ ବି,ଦି,ଓ ନ୍କ ପ୍ରତିଶ୍ରୁତି ପରେ ପ୍ରତ୍ୟା ହାର ହୋଇଛି । ସୂଚନା ଥାଉକି ବ୍ରହ୍ମଗିରି ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା ପାଇଁ ଆଜି ବ୍ରହ୍ମଗିରି ବିଧାଇକା ଉପାସନା ମହାପାତ୍ର କରିବା ନିମନ୍ତେ ଦିନ ଧାର୍ଯ୍ୟ ହୋଇଥିଲା । .

ବିଧାଇକା ଙ୍କ ସମୀକ୍ଷା କୁ ବିରୋଧ କରି ଆଜି ଦିନ ଦଶଟାରେ ବ୍ରହ୍ମଗିରି ବ୍ଲକ ସମସ୍ତ ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଉପାଧ୍ୟକ୍ଷ ଓ ବ୍ଲକ ଅଧ୍ୟକ୍ଷା ମିଳିତ ଭାବେ ବ୍ଲକ ସମ୍ମୁଖରେ ପଞ୍ଚାୟତ ସମିତିର ବିଭିନ୍ନ ଦାବି ନେଇ ଧାରଣାରେ ବସି ଥିଲେ । ନୂତନ ସରକାର ଆସିବାଠାରୁ ବ୍ଲକ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ପାରିନାହିଁ, ବ୍ଲକ ରେ ସ୍ତାଇ ବିଡ଼ିଓ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ସ୍ତାଇ ଭାବରେ ନାହାନ୍ତି । ସଠିକ ସମୟରେ ଅର୍ଥାତ ଆଠ ମାସ ଧରି ପଞ୍ଚାୟତ ସମିତି ବୈଠକ ହୋଇ ପାରୁନାହିଁ ।

ତେଣୁ ସମୀକ୍ଷା କଣ ପାଇଁ ହେବ । ଏହାକୁ ବିରୋଧକରି ବ୍ଲକ ର ସବୁ ବିଭାଗ କୁ ତାଲା ପକାଇ ଧାରଣା ଦେଇ ଥିଲେ । ଦୀର୍ଘ ତିନି ଘଣ୍ଟା ଧାରଣା ପରେ ସଦର ଏସ, ଡି ପି ରବିନାରାୟଣ ଭଞ ଓ ବ୍ରହ୍ମଗିରି ଥାନା ନୂଆ ଆଇ ଆଇ ସି ପ୍ରାଞ୍ଜl ମହାନ୍ତି ବ୍ରହ୍ମଗିରି ବ୍ଲକ ଏ ଦିଡ଼ିଓ ଧାରଣା କରିଙ୍କ ସହ ଆଲୋଚନା କରି ବିଧାଇକ ଙ୍କ ସମୀକ୍ଷା କୁ ସ୍ତଗିତ ରଖିବା ସହ ଆସନ୍ତା ତିରିଶି ତାରିଖରେ ପଞ୍ଚାୟତ ସମିତି ବୈଠକ ବସିବ ପାଇଁ ସ୍ଥିର ହେଲା । ସେହିଦିନ ସମସ୍ତ ବିଷୟରେ ଆଲୋଚନା କରାଯାଇ ପରେ ବିଧାଇକା ଙ୍କ ସମୀକ୍ଷା ହେବ ବୋଲି ଏ ବିଡ଼ିଓ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହାର ହୋଇ ଥିଲା ।