No Result
View All Result
୧୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ପୂର୍ବତଟ ରେଲୱେ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ,ଖୋର୍ଦ୍ଧାରୋଡ୍, ପକ୍ଷରୁ,ମଣ୍ଡଳ ରେଳ ପ୍ରବନ୍ଧକ କାର୍ଯ୍ୟାଳୟର ସମ୍ମିଳନୀ ହଲରେ “କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ପ୍ରତି ଯୌନ ନିର୍ଯ୍ୟାତନା” ଉପରେ ଆଲୋଚନା ଚକ୍ର ଆୟୋଜନ କରଯାଇଥିଲା। ଏହି ସେମିନାର, କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯ୍ୟାତନା (ପ୍ରତିରୋଧ, ନିଷେଧାଦେଶ ଏବଂ ପୁନଃନିର୍ମାଣ)ଆଇନ କୁ ସ୍ମରଣୀୟ କରିବା ପାଇଁ ଆୟୋଜିତ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧାରୋଡ୍ ସ୍କାଉଟ୍ସ ଏବଂ ଗାଇଡ୍ସ ଆସୋସିଏସନର ଉପସଭାପତି ଏବଂ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା) ଶ୍ରୀ ସୁଭ୍ରା ଜ୍ୟୋତି ମଣ୍ଡଳ ଉପସ୍ଥିତ ଥିଲେ। ଏହି ଅବସରରେ ଡିଷ୍ଟ୍ରିକ୍ଟ୍ କମିଶନର (ଗାଇଡ୍ସ) ଏବଂ ସହକାରୀ କାର୍ମିକ ଅଧିକାରୀ ଶ୍ରୀମତୀ ତପସ୍ଵିନୀ ମହାନନ୍ଦିଆ,
ଆସିଷ୍ଟାଣ୍ଟ ଡିଷ୍ଟ୍ରିକ୍ଟ୍ କମିଶନର ଶ୍ରୀମତୀ ନିବେଦିତା ନାୟକ ଏବଂ ଶ୍ରୀମତୀ ଉଷା ରାଣୀ,ବରିଷ୍ଠ ରାଜ ଭାଷା ଅଧିକାରି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଉଦବୋଧନ ଦେଇ ସ୍କାଉଟ୍ସ ଏବଂ ଗାଇଡ୍ସ ଉପସଭାପତି ଶ୍ରୀ ସୁଭ୍ରା ଜ୍ୟୋତି ମଣ୍ଡଳ, ସ୍କାଉଟ୍ସ,ଗାଇଡ୍ସ ସଦସ୍ୟମାନଙ୍କୁ, ସମାଜରେ “ଯୌନ ଶୋଷଣ ବିରୁଦ୍ଧରେ ଏକାଠି ଦୃଢ଼ତାର ସହ ଛିଡ଼ା ହେବା ଏବଂ ସ୍ୱର ଉତ୍ତୋଳନ କରିବା”ବାର୍ତ୍ତା ପ୍ରଚାର କରିବାକୁ ପରାମର୍ଶ ଦେଇଥିଲେ।
କର୍ମକ୍ଷେତ୍ରରେ ମହିଳାମାନଙ୍କ ପାଇଁ ଏକ ନିରାପଦ ତଥା ସମ୍ମାନଜନକ ପରିବେଶ ସୃଷ୍ଟି କରିବାର ମହତ୍ୱ ବିଷୟରେ, ଡିଷ୍ଟ୍ରିକ୍ଟ୍ କମିଶନର (ଗାଇଡ୍ସ) ଶ୍ରୀମତୀ ତପସ୍ଵିନୀ ମହାନନ୍ଦିଆ, ତାଙ୍କର ବକ୍ତବ୍ୟ ରଖିଥିଲେ, ଏବଂ କାର୍ଯ୍ୟ କ୍ଷେତ୍ରରେ ଯୌନ ଉତ୍ପୀଡ଼ନ ସମସ୍ୟାର ବିଭିନ୍ନ ବାସ୍ତବ ଜୀବନର ଉଦାହରଣ ଉପରେ ବର୍ଣ୍ଣନା କରିଥିଲେ।
ଯୌନ ଉତ୍ପୀଡ଼ନ ଅଭିଯୋଗର ସମାଧାନ ସହ ଜଡିତ ଆଇନଗତ ପ୍ରକ୍ରିୟା ଉପରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ଏକ ସୁସ୍ଥ ଆଲୋଚନା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ, ଖୋର୍ଦ୍ଧାରୋଡ୍ ସ୍କାଉଟ୍ସ ଏବଂ ଗାଇଡ୍ସର ଡିଷ୍ଟ୍ରିକ୍ଟ ଟ୍ରେନିଙ୍ଗ କମିଶନର(ଗାଇଡ୍ସ) ରେଣୁ କୁମାରୀ, ସଂଯୋଜନା କରିଥିଲେ।
No Result
View All Result