ଓଡିଶା ତାଜା ନ୍ୟୁଜ୍ (୨୨ ଅଗଷ୍ଟ ଶନିବାର ) ନୟାଗଡ଼ :- ସାହିତ୍ୟ ,ଇତିହାସ , ଦର୍ଶନ, ପ୍ରାଚ୍ୟ ବିଦ୍ୟା, ଗବେଷଣା ଆଦିରେ ବିଦବତ୍ତା ପ୍ରଦର୍ଶନ କରି ଓଡ଼ିଆ ସାରସତ୍ୱ ଜଗତକୁ ୠକ୍ତିମନ୍ତ କରିଥିବା ସାହିତ୍ୟ ତପସ୍ୱୀ ପଣ୍ଡିତ ବିନାୟକ ମିଶ୍ର ଙ୍କ ଜୟନ୍ତି ରେ ନୟାଗଡ଼ ର ପ୍ରମୁଖ କଳା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ତରଫରୁ ଭ୍ରଚୁଆଲ ମାଧ୍ୟମରେ ପାଳିତ ହୋଇଯାଇଅଛି । ଏହି ସାହିତ୍ୟିକ ଙ୍କ ଜୟନ୍ତୀ ଅବସରରେ +୨ ଠାରୁ ଉର୍ଦ୍ଧ ଶିକ୍ଷା ଗ୍ରହଣ କରୁଥିବା ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଉଭୟ ବକ୍ତୃତା ଓ କବିତା ପାଠ ପ୍ରତିଯୋଗିତା କରା ଯାଇଥିଲା ।
ସେହିଭଳି ସ୍ଵ – ରଚିତ କବିତା ପାଠ ରେ ୨୯ ଜଣ ଛାତ୍ର ଛାତ୍ରୀ ଅନ୍ ଲାଇନ ରେ କବିତା ପାଠ କରିଥିଲେ । ଚଳିତ ବର୍ଷ ଓଡିଶା ର ଚର୍ଚ୍ଚିତ କଥାକାର ଦେବାଶିଷ ସାମନ୍ତରାୟ ଙ୍କୁ ”ତଥାସ୍ତୁ ” ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ତଥାସ୍ତୁ ର ସଭ୍ୟ, ସଭ୍ୟା ମାନେ ପଣ୍ଡିତ ବିନାୟକ ଙ୍କ ପ୍ରତିମୄତ୍ତି ରେ ମାଲ୍ୟର୍ପଣ କରିଥିଲେ । ପରେ ପରେ ଏହି ଅନୁଷ୍ଠାନ ର ସମ୍ପାଦକ , ସଦସ୍ୟ , ଅନେକ ସାହିତ୍ୟିକ ଓ ବରିଷ୍ଠ ବୁଦ୍ଧିଜିବି ମାନେ ଅନ୍ ଲାଇନ ମାଧ୍ୟମରେ ଯୋଗ ଦେଇଥିଲେ ।
ଏହି ଆଲୋଚନା ଚକ୍ର ରେ ମୁଖ୍ୟ ଅତିଥି ଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ , ଖଡ଼ଗ ପୁର ମହା ବିଦ୍ୟାଳୟ ର ଅଧ୍ୟାପକ ଜଗମୋହନ ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପଣ୍ଡିତ ମିଶ୍ର ଙ୍କ ସାହିତ୍ୟ ତଥା ଗବେଷଣା ଓଡିଶା କୁ ନୂତନ ଦିଗ ଦର୍ଶନ ଦେଇଥିଲା ବୋଲି ମନ୍ତବ୍ୟ ଦେଇଥିଲେ । ବିଶେଷ ଭାବେ ପଣ୍ଡିତ ବିନାୟକ ମିଶ୍ର ଙ୍କ ଓଡ଼ିଆ ଭାଷା ର ଇତିହାସ , ଓଡ଼ିଆ ସାହିତ୍ୟ ର ଇତିହାସ ଆଜି ଗୋଟିଏ ଗୋଟିଏ ଅମୂଲ୍ୟ ଗ୍ରନ୍ଥ ବୋଲି ଦର୍ଶାଇଥିଲେ । (ନୟାଗଡ଼ /ରିପୋର୍ଟ – ରାମ କୃଷ୍ଣ ରଥ )