୩ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଟ୍ରାକ୍ଟର, ପାୱାରଟିଲର, ଧାନଅମଳ, ଧାନରୁଆ, ମଞ୍ଜି ସଫା ଓ ରୋଟାଭେଟର , ଘାସଛେଦନ, କୋଡାଖୋସା, ଘାସକଟା, ଗାତଖୋଳା , ଧାନକଳ, ମକାଛଡା, ଡାଲିକଳ, ତେଲ କଳ, ମୁଢ଼ିମିଲ୍, ବିହନ ବୁଣା, ସାରବୁଣା ଓ ଔଷଧ ଛିଞ୍ଚନ ଭଳି ବିଭିନ୍ନ କୃଷି ଯନ୍ତ୍ରପାତି ରିହାତି ଦରରେ ବିକ୍ରି ପାଇଁ ପ୍ରଦର୍ଶନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବାଙ୍କୀ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖା ପରିଚାଳକ ପ୍ରମୋଦ କୁମାର ରଥ, ଆଠଗଡ଼ ବ୍ଳକ ପୂର୍ବତନ ଅଧ୍ୟକ୍ଷ ସୁଧାକର ସାହୁ, ବାଙ୍କୀ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ କାଳୀଚରଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ବାଙ୍କୀ କୃଷି ଜିଲ୍ଲା ଅଧିକାରୀ ବିଶ୍ୱନାଥ ଦାସ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସଂପର୍କରେ ଅଭିଭାଷଣ ରଖିଥିଲେ । କୃଷି ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ଜେନା ଯୋଗଦେଇ ବିଭିନ୍ନ କୃଷିଯନ୍ତ୍ରପାତି ର ବ୍ୟବହାର ଓ ଜ୍ଞାନକୌଶଳ ଉପଯୋଗିତା ଉପରେ ଚାଷୀମାନଙ୍କୁ ଅବଗତ କରାଇଥିଲେ । ବାଙ୍କୀ କୃଷି ଜିଲ୍ଲା ଅଧିକାରୀ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଙ୍କୀ ଉପଖଣ୍ଡ ଅଧିନ ଦୁଇଟି ବ୍ଲକର ଚାଷୀମାନେ ଯୋଗଦେଇଥିବା ବେଳେ ବାଙ୍କୀ କୃଷି ବିଭାଗର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
© 2023 Odisha Taza News.