No Result
View All Result
୧୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ଭାପୁର ବ୍ଲକ ଅନ୍ତର୍ଗତ ଗୋଳାପୋଖରୀ ଗ୍ରାମସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର ପଞ୍ଚଦଶ ବାର୍ଷିକ ଉତ୍ସବ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ରାଉତରାୟଙ୍କ ତତ୍ୱାବଧାନରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଂପାଦକ ବିରଞ୍ଚି ନାରାୟଣ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ, ମୁଖ୍ୟବକ୍ତା ଭାବେ ଶିକ୍ଷକ ପଞ୍ଚାନନ ମହାପାତ୍ର ଓ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ପଦ୍ମଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ରାଉତରାୟ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ସାମନ୍ତରାୟ ମଞ୍ଚାସିନ ଅତିଥି ମାନଙ୍କ ପରିଚୟ କରିବା ସହ ସଭା ପରିଚାଳନା କରିଥିଲେ। ମଞ୍ଚାସିନ ଅତିଥିମାନେ ଶିକ୍ଷା ବ୍ୟବସ୍ଥାରେ ନିପୂଣ ଓଡ଼ିଶା, ନିପୂଣ ଭାରତର ରୂପାୟନ ସଂପର୍କରେ ଆଲୋକପାତ କରିଥିବା ବେଳେ ଗୁଣାବତ୍ତା ଶିକ୍ଷାରମାନକୁ ନିର୍ଦ୍ଧାରଣ କରିବା ସହ ବିକଶିତ କରିବାକୁ ଆହ୍ବାନ ଦେଇଥିଲେ ।
ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉକ୍ତ ବାର୍ଷିକ ଉତ୍ସବ ରେ ବିଦ୍ୟାଳୟର ଗୁରୁଜୀ, ଗୁରୁମା, ଛାତ୍ର ଛାତ୍ରୀ, ଅଭିଭାବକ, ପରିଚାଳନା ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ବିଦ୍ୟାଳୟର ଊପ ସଭାପତି ଶରତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ ।.

No Result
View All Result