୧୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :- ଚନ୍ଦ୍ରଭାଗା ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜିଛି। ଚନ୍ଦ୍ରଭାଗା ବେଳାଭୂମି ଉନ୍ନୟନ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ବେଳାଭୂମିରେ ଗଛ କଟାକୁ ନେଇ ବିରୋଧ କରିଛି କରମଙ୍ଗା-ଶ୍ରୀକଣ୍ଠପୁର ଇଡିସି। ମଙ୍ଗଳବାର ଓଏଫଡିସିର କର୍ମକର୍ତ୍ତା ୨୦ଜଣ ଶ୍ରମିକଙ୍କୁ ନେଇ ବେଳାଭୂମିରେ ଗଛ କାଟିବା ପାଇଁ ପହଞ୍ଚିଥିଲେ। ଗଛ କଟା ଆରମ୍ଭ ହୋଇଥିଲା। କରମଙ୍ଗା-ଶ୍ରୀକଣ୍ଠପୁର ଇଡିସି ସଭାପତି ଭାଗିରଥି ସ୍ବାଇଁଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ପହଞ୍ଚି ଏହି କାର୍ଯ୍ୟ ବନ୍ଦ କରିଥିଲେ। ଫଳରେ ୨୦ଜଣ ଶ୍ରମିକ ଫେରିଯାଇଥିଲେ।

ଘଟଣାସ୍ଥଳରେ ମେରାଇନ ଥାନା ଆଇଆଇସି ପ୍ରତିମା ସାହୁ, କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ, କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ ବିଶ୍ବାଳ ଓ ଓଏଫଡିସିର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଚନ୍ଦ୍ରଭାଗା ବେଳାଭୂମି ଉନ୍ନୟନ ପାଇଁ ୪୬କୋଟି ବ୍ୟୟ ଅଟକଳ ରହିଛି। ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ପାଦଚଲା ରାସ୍ତା, ସିଟିଙ୍ଗ ବେଞ୍ଚ,ଖେଳକୁଦ,ଲନ, ଆଲୋକ ବ୍ୟବସ୍ତା ଆଦି ସୁବିଧା ଉପଲବ୍ଧ ହେବ। ସମୁଦ୍ର କୂଳରେ ଦୁଇରୁ ଅଧିକ ଜେଟି ନିର୍ମାଣ ହେବ। ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ଯାନବାହାନ ପାର୍କିଙ୍ଗ ଓ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯିବ। ସନ୍ଧ୍ୟା ସମୟରେ ବେଳାଭୂମିରେ ପର୍ଯ୍ୟଟକମାନେ ଅଧିକ ସମୟ ବିତାଇବେ ସେଥିପ୍ରତି ଦୃଷ୍ଟି ଦିଆଯିବ।

ଚନ୍ଦ୍ରଭାଗା ସମୁଦ୍ର କୂଳରେ ଥିବା ୭୦ ଗୋଟି ଅସ୍ଥାୟୀ ହସ୍ତଶିଳ୍ପ ବ୍ୟବସାୟ ଦୋକାନ ଓ ୨୪ଟି ସ୍ଥାୟୀ ଦୋକାନ ଗୁଡିକୁ ଉଛେଦ କରାଯିବ। ଉଛେଦ ବ୍ୟବସାୟୀଙ୍କୁ ଜୟଦେବ ବଟିକା ନିକଟରେ ଥଇଥାନ କରାଯିବ। ଚନ୍ଦ୍ରଭାଗା ସ୍ୟୈନ୍ଦର୍ଯ୍ୟକରଣ ପାଇଁ ତୀର୍ଥ ପୁଷ୍କରିଣୀ ନିକଟରୁ ମେରାଇନ ଥାନା ସମ୍ମୁଖ ପର୍ଯ୍ୟନ୍ତ ଏକ କିମି ବେଳାଭୂମିରେ ପ୍ରାୟ ୮୭୫ ଗଛ କଟାଯାଇ ସେଠିରେ ୧୭୦୦ତାଳ,ନଡ଼ିଆ ଓ ଝାଉଁ ଗଛ ଲଗାଯିବ ବୋଲି କହିଛନ୍ତି କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ ବିଶ୍ବାଳ। ଉନ୍ନୟନ କାର୍ଯ୍ୟ ହେଉ କିନ୍ତୁ ଆଗ ଗଛ ଲଗାଇ ପରେ ଗଛ କଟାଯାଇ ବୋଲି ଇଡିସି ସଭାପତି ଭାଗିରଥି ସ୍ବାଇଁ କହିଛନ୍ତି। ଗତ ଅକ୍ଟୋବର ମାସରେ ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ, ନିର୍ଦ୍ଦେଶକ ସମର୍ଥ ବର୍ମା ଚନ୍ଦ୍ରଭାଗା ସ୍ୟୈନ୍ଦର୍ଯ୍ୟକରଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ।