୧୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ବାର୍ଷିକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଗବେଷଣା ବିଷୟକୁ ଲେଖାରେ ମାଧ୍ଯମରେ ପ୍ରକାଶ କରିବା ପଦ୍ଧତି " ବିଷୟରେ ଆଲୋଚନା କରାଯାଇଥିଲା । ଏହି ଉତ୍ସଵକୁ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର, ଯୁବବୈଜ୍ଞିନିକ ଡକ୍ଟର ବିଶ୍ଵ ରଞ୍ଜନ ପାଇଟଲ ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ବିନୋଦ ବିହାରି ଦାସ ଏହି ସଭାରେ ସଭାପତି ରୂପେ କାର୍ଯ ତୁଲେଇବା ସଙ୍ଗେ ସଙ୍ଗେ ବିଶ୍ଵବିଦ୍ୟାଳୟ ସ୍ତରରେ କୃତିତ୍ୱ ଅର୍ଜନ କରିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ ।

ପାଠଚକ୍ର ସମ୍ପାଦକ ସର୍ଫରାଜ ଆଲମ୍ ସଂପାଦକୀୟ ବିବରଣୀ ପାଠ କରିଥିଲାବେଳେ ବିଭାଗୀୟ ମୁଖ୍ୟ ଡକ୍ଟର ସତ୍ୟ ନାରାୟଣ ସାହୁ ଅତିଥିଙ୍କ ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରାକ୍ତନ ପ୍ରାଧ୍ୟାପକ ପବିତ୍ର କୁମାର୍ ମହାନ୍ତି ପ୍ରାଣୀବିଜ୍ଞାନ ସେମିନାରକୁ ପୁସ୍ତକ ପ୍ରଦାନ କରିଥିବାରୁ ତାଙ୍କୁ ଆଲୋଚନା ଚକ୍ରରେ ଭୂୟସୀ ପ୍ରଶଂସା କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଆଲୋଚ୍ୟ ବିଷୟ ବସ୍ତୁକୁ ଅତି ସରଳ ଭାବରେ ସାରଗର୍ଭକ ତଥ୍ୟ ଉପସ୍ଥାପନ କରିଥିଲାବେଳେ ଅଧ୍ୟାପିକା ପ୍ରିୟଦର୍ଶିନି ଲେଙ୍କା ଆଲୋଚ୍ୟ ବିଷୟ ଉପରେ ସମ୍ୟକ୍ ଧାରଣା ଦେଇଥିଲେ ।

ମହାବିଦ୍ୟାଳୟର ୩ୟ ବର୍ଷ ଛାତ୍ରୀ ମୁଷ୍କାନ ବେଗମ୍,୨ୟ ବର୍ଷ ଛାତ୍ରୀ ସ୍ଵାତୀ ତ୍ରିପାଠି ଓ ୧ମ ବର୍ଷ ଛାତ୍ର ଅଧିକାରି ଦେବଦତ୍ତ ଦାସ ପାଠ ଚକ୍ରରେ ସେମାନଙ୍କର ବିଷୟକୁ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ । ଉକ୍ତ ବୈଠକରେ ଆଶିଷ ପ୍ରଧାନ ଓ ଉମି ହାନି ସଂଯୋଜନା କରିଥିଲେ । ଏହି ସଭାରେ ପ୍ରଶାସନିକ ଅଧିକାରୀ ସନ୍ତୋଷ କାମି ମଲ୍ଲିକ୍, ଉଦ୍ଭିଦ ବିଜ୍ଞାନ ମୁଖ୍ୟ ଫକିର ମୋହନ ଧଳ, ଗଣିତ ବିଜ୍ଞାନ ମୁଖ୍ୟ ଅନୁପ କୁମାର ମଲ୍ଲିକ୍ , ବୈଷକ ବିଭାଗ ମୁଖ୍ୟ ବାସୁ ଦେବ ନାୟକ , ରାମେଶ୍ବର ମହାନ୍ତି ଓ ବିଭାଗର ସମସ୍ତ ଛାତ୍ର, ଛାତ୍ରୀ ଉପସ୍ଥିତ ଥିଲେ। ସମ୍ପାଦକ ଲଗ୍ନାଜିତ ରାୟ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।