ଏହା ସହିତ ଶାରୀରିକ ବ୍ୟାୟାମ ସମେତ ଯୋଗ ମାଧ୍ୟମରେ କିପରି ପ୍ରତ୍ୟେକ ରୋଗକୁ ରୋକାଯାଇ ପାରିବ ସେଠାରେ ଅଭ୍ୟାସ କରାଯାଇଥିଲା । ସୋସିଆଲ୍ ମିଡିଆରେ ସବୁବେଳେ ଚଳଚଞ୍ଚଳ ଥିବା ବାଙ୍କୀ ମିରର ର ପ୍ରତିଷ୍ଠାତା ସୁଶାନ୍ତ କୁମାର ନାୟକଙ୍କୁ ବିଶେଷ ଭାବରେ ସମ୍ମାନିତ କରାଯାଇଥିଲା । ଶେଷରେ ଶୁଭଶ୍ରୀ ଯୋଗ ଫାଉଣ୍ଡେସନର ଛାତ୍ରଛାତ୍ରୀମାନେ ଏକ ଗ୍ରୁପର ଯୋଗ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ପତଞ୍ଜଳି ଯୋଗସମିତିର ସଭାପତି ଶିଶିର କୁମାର ଜେନା, କଟକ ଜିଲ୍ଲା ଭାରତ ସ୍ୱାଭୀମାନର ସହ ପ୍ରଭାରୀ ଆଶିଷ ହାଲଦାର, ବାଙ୍କୀ ତହସିଲ ପତଞ୍ଜଳି ପରିବାର ର ଯୁବପ୍ରଭାରୀ ବିଚିତ୍ର କୁମାର ସାହୁ, ବାଙ୍କୀ ତହସିଲର ଭାରତ ସ୍ୱାଭୀମାନ ପ୍ରଭାରୀ ବିପିନି ବିହାରୀ ସ୍ୱାଇଁ ଓ ପତଞ୍ଜଳି ପରିବାରର କିଷାନ ପ୍ରଭାରୀ ଜ୍ୟୋତିପ୍ରକାଶ ପାଢୀ ଓ ବାଙ୍କୀ ପତଞ୍ଜଳି ଯୋଗସମିତିର ତହସିଲ ପ୍ରଭାରୀ ପ୍ରେମାନନ୍ଦ ନାଥ ପ୍ରମୁଖ ଯୋଗଦେଇତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
© 2023 Odisha Taza News.