No Result
View All Result
୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଇଂରାଜୀ ବିଭାଗ ଆନୁକୁଲ୍ୟରେ “ ଇଂରାଜୀ ଅଧ୍ୟୟନ ମିଶ୍ରଣର ପାଠ୍ୟ, ଧାରା ଓ ଗତିପଥ” ସଂପର୍କରେ ଏକ ଜାତୀୟ ଆଲୋଚନାଚକ୍ର କଲେଜ ଦୃଶ୍ୟଶ୍ରାବ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟବକ୍ତା ଭାବେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଲେଖକ ଓ ଭାଷାବିତ୍ ତଥା ଉତ୍କଳ ବିଶ୍ୱବିଦ୍ୟାଳୟ ବାଣିବିହାରର ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡକ୍ଟର ଅସୀମ ରଞ୍ଜନ ପାଢୀ ଯୋଗଦାନ କରି ଇଂରାଜୀ ଭାଷା ଏକ ଯୋଗାଯୋଗର ଭାଷା ଓ ଏହି ଭାଷାକୁ ଅନ୍ୟଭାଷାକୁ ଅନୁବାଦ କରିଲେ ତାହା ସୁନ୍ଦର ଭାବେ ଉପସ୍ଥାପନ ହୋଇପାରିବ ବୋଲି କହିଥିଲେ । ବିଶେଷ କରି ଚଳିତ ବର୍ଷ ନୂତନ ଶିକ୍ଷାନୀତି ଲାଗୁ ହେବା ଫଳରେ ଇଂରାଜୀ ଭାଷାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି ଏବଂ ଯେପରି ପାହାଡରେ ରାସ୍ତା ନିର୍ମାଣ କରିବା ସମୟ ଲାଗିବ ସେହିପରି ଜାତୀୟ ଶିକ୍ଷାନୀତିରେ ଇଂରାଜୀ ଭାଷାର ଉତ୍ତମ ଫଳ ପାଇଁ କିଛି ସମୟ ଲାଗିବ ବୋଲି ପ୍ରଫେସର ଡକ୍ଟର ପାଢୀ ଉଲ୍ଲେଖ କରିଥିଲେ ।ସମ୍ମାନିତବକ୍ତା ଭାବେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଇଂରାଜୀ ବିଭାଗ ପ୍ରଫେସର ଡକ୍ଟର ପ୍ରୀତିନନ୍ଦା ରାୟ ଯୋଗଦାନ କରି ଇଂରାଜୀ ଭାଷା ଏକ ସୁନ୍ଦର ଭାଷା ଏବଂ ଏହି ଭାଷା ଏବେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ପଢ଼ିବାକୁ ଆଗ୍ରହ ପ୍ରକାଶ କରି ଇଂରାଜୀ ମିଡିୟମ୍ ବିଦ୍ୟାଳୟରେ ପଢ଼ୁଛନ୍ତି । ଏହି ପ୍ରରିପେକ୍ଷୀରେ ଆମ ସଂସ୍କୃତିର ଦେବତା ପ୍ରଭୁ ଜଗନ୍ନାଥ ଶବ୍ଦକୁ ସାରା ବିଶ୍ୱରେ ସମସ୍ତ ଭାଷାରେ ଜଗନ୍ନାଥ ହିଁ ଉଲ୍ଲେଖ ରହିଛି ବୋଲି ଡକ୍ଟର ରାୟ ପ୍ରକାଶ କରିଥିଲେ । ଏହି ଆଲୋଚନାଚକ୍ରକୁ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଉଦ୍ଘାଟନ କରିଥିବା ବେଳେ ବିଭାଗୀୟ ମୁଖ୍ୟ ଡକ୍ଟର ଚିନ୍ମୟଚିରସୁନ୍ଦର ଦାସ ସଭାପତିତ୍ୱ କରିଥିଲେ ।
ସମ୍ମାନିତଅତିଥି ଭାବେ ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ସ୍ନାତକୋତ୍ତର ବିଭାଗ ସମୂହର ସଂଯୋଜକ ଡକ୍ଟର ଶଶିଭୂଷଣ ମହାପାତ୍ର, ଆଇ.କ୍ୟୁ,ଏସିର ସଂଯୋଜକ ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା ଯୋଗଦାନ କରି ଇଂରାଜୀ ଭାଷା ସାହିତ୍ୟ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପିକା ସୁଲଗ୍ନା ପଣ୍ଡା ସଂଯୋଜନା କରିଥିଲେ । ଅତିଥି ଭାବେ ଡକ୍ଟର ପ୍ରଦୀପ କୁମାର ଦେବତା, ଅଧ୍ୟାପିକା ସାମିଆ ତବ୍ସୁନ୍, ଅଧ୍ୟାପକ ଅଂଶୁମାନ ପ୍ରଧାନ, ଅଧ୍ୟାପକ ପ୍ରଦୀପ କୁମାର ରାଉତ, ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ, ଅଧ୍ୟାପକ ରତ୍ନାକର ଦାସ, ଡକ୍ଟର ଅବନ୍ତୀକା କର, ପ୍ରାଧ୍ୟାପିକା ମିନତୀ ଧିର, ଅଧ୍ୟାପକ ଅରିଜିତ ମିଶ୍ର , ଡକ୍ଟର ଅଭିମନ୍ୟୁ ରଣା ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ଅଧ୍ୟାପିକା ସନ୍ଧ୍ୟାରାଣୀ ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆଲୋଚନାଚକ୍ର ସମ୍ବନ୍ଧରେ ସନ୍ଦର୍ଭ ପାଠ କରାଯାଇଥିଲା ଓ ଭାଗନେଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା ।
No Result
View All Result