No Result
View All Result
୧୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ମହୋଦଧି ଦିବସ ର ଉଦଯାପନୀ ଦିବସରେ ବିଚ ଓସେନ ସ୍ପୋର୍ଟ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ସମୁଦ୍ର ଜଳରାଶି ରେ ଅନୁଷ୍ଠିତ ଖେଳ ମଧ୍ୟରେ ସମୁଦ୍ରପହଁରା,କାୟକିଙ୍ଗ କନୱାଗିଙ୍ଗ,ରନ ସୁଇମ ରନ, ରେସକ୍ଯୁ ଟିୟୁ ରେସକ୍ଯୁ କ୍ରୀଡା ରେ ଦଳଗତ ଭାବେ ଇଣ୍ଡିଆ ଟିମ ବିଜେତା ଘୋଷଣା ହୋଇଥିଲା | ବିଜେତା ଟିମ କୁ ରାଜ୍ୟ କ୍ରୀଡା, ସଂସ୍କୃତି ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଟ୍ରଫି ପ୍ରଦାନ କରି ସନ୍ନମାନିତ କରିଥିଲେ ଶ୍ରୀଲଙ୍କା ଟିମ ମଧ୍ୟ ଭଲ ଖେଳ ପ୍ରଦର୍ଶନ କରିଥିଲେ |
ଆୟୋଜିତ ଉତ୍ସଚ ରେ ଅଭ୍ୟର୍ଥନା କମିଟି ର ଅଧକ୍ଷ ଜିତେନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ | କ୍ରୀଡାମନ୍ତ୍ରୀ ଶ୍ରୀ ସୂରଜ କହିଲେ ଯେ ଖୁବ କମ ସମୟରେ ଏହି କ୍ରୀଡା ଆୟୋଜନ ହୋଇଛି | ଲାଇଫ ଗାର୍ଡ ମନଙ୍କୁ ଅଧିକ ପ୍ରଶିକ୍ଷଣ ଦେଲେ ସେମାନେ ଜାତୀୟ ଓ ବିଦେଶ ରେ ସଫଳତା ପାଇପାରିବେ | ଅଲମ୍ପିକ ରେ ଏହି କ୍ରୀଡା ଏକ ନୂଆ ଉନ୍ମାଦ ସୃଷ୍ଟି କରିଛି | କ୍ରୀଡା ର ଉନ୍ନତି ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ପ୍ରଦାନ କରିବେ |
ଉତ୍ସବ ର ମୁଖ୍ୟ ଶ୍ରୀଦ୍ଧାର୍ଥ ରାୟ କହିଲେ ପାର୍ଯ୍ୟଟକ ଙ୍କ ଜୀବନ ରକ୍ଷା ପାଇଁ ଆମର ଲାଇଫ ଗାର୍ଡ ମାନଙ୍କୁ ଅଧିକ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତର ରେ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆଯିବ | ମହୋଦଧି ସଂଗୀତ ବାଜିବା ସହ କ୍ରୀଡା ମଶାଲ ଜଳିଉଠିଥିଲା | ଭାରତୀୟ କୋଚ ଭାବେ ଆର ଏଲ ଏସ ଏସ ର କୌସ୍ତୁଭ ବକ୍ସି, ରୋହିତ ପି., ପ୍ରଦୀପ ନାଇଡ଼ୁ, ଜୟନ୍ତ କୁମାର ସିଂ, ଆର. ମୈୟାପାନ, ଧର୍ମେନ୍ଦ୍ର ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ |
ବ୍ରାଣ୍ଡ ଅମ୍ବାସେଡର ଭାବେ ଆମେରିକା ର ଜୋନାଥାନ ରବିନସନ ଯୋଗ ଦେଇ ଏହି କ୍ରୀଡା ର ବିଶ୍ଵାସ୍ତରୀୟ ମାନ ବୃଦ୍ଧି ପାଇଁ ପରାମର୍ଶ ଦେଇଥିଲେ | ସନ୍ନମାନୀତ ଅତିଥି ଭାବେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇଥିଲେ | କାନରା ବ୍ୟାଙ୍କ ର ଜି ଏମ ଜଗଦୀଶ ଚନ୍ଦ୍ର, ବରିଷ୍ଟ ସେବାୟତ ମଧୁସୂଦନ ସିଂହାରି, ଶ୍ୟାମସୁନ୍ଦର ମହାପାତ୍ର, କୃଷ୍ଣଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇଥିଲେ ବୋଲି ମେଡ଼ିଆ ଇନଚାର୍ଜ ବିଜୟ ମିଶ୍ର ସୂଚନା ଦେଇଛନ୍ତି |
No Result
View All Result