No Result
View All Result
୧୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବରଗଡ :-> ଗନ୍ଧମାର୍ଦ୍ଦନ ପର୍ବତମାଳାରେ ବିଜେ ପ୍ରତ୍ୟକ୍ଷ ଠାକୁରାଣୀ ଦୁର୍ଗେଇ ଦେବୀଙ୍କ ମହା ଆଡମ୍ବରରେ ପୂଜାର୍ଚ୍ଚନା ହେବ । ୧୪ ପ୍ରାତଃରୁ ପୂଜାରମ୍ଭ କରାଯାଇ ମଧ୍ୟରାତ୍ରୀରେ ମାନସିକ ବଳିପୂଜା ହେବ ବୋଲି ପରିଚାଳନା କମିଟି ସଭାପତି ମଧୁସୂଦନ ପାଣ୍ଡେ ସୂଚନା ଦେଇଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ମା’ଙ୍କ ପୂଜାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ମନସ୍କାମନା ପୂରଣ ପାଇଁ ଦୂରଦୂରାନ୍ତରୁ ବହୁ ମାନସିକଧାରୀ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ ହେବ। ୧୫ ସକାଳରେ ପୂର୍ଣ୍ଣାହୁତି ଶାନ୍ତି ହୋମ ହେବ ।
ପଶ୍ଚିମ ଓଡ଼ିଶାର ସମସ୍ତ ଭାଇ ଭଉଣୀ ଏହି ପୂଜାରେ ଯୋଗ ଦେବାକୁ କମିଟି ପକ୍ଷରୁ ବିନମ୍ର ଅନୁରୋଧ କରାଯାଇଛି । ତ୍ରୟୋଦଶ ଶତାବ୍ଦୀରୁ ମାଁ ଦୁର୍ଗା ଦୁର୍ଗେଇ ଦେବୀ ଭାବରେ ଏଠାରେ ପୂଜା ପାଇ ଆସୁଛନ୍ତି । ମନଭଙ୍ଗ ଗୌନ୍ତିଆଙ୍କୁ ଦେବୀ ତାଙ୍କର ସ୍ଥିତି ଜାହିର ନେଇ ସ୍ୱପ୍ନାଦେଶ ହୋଇଥିଲେ । ତେଣୁ ପାଂଚପାଲି (ପାଞ୍ଚ ଖଣ୍ଡ ମୌଜା )ଅଂଚଳକୁ ନେଇ ବେଶ ଧୁମଧାମରେ ପୂଜାର୍ଚ୍ଚନା କରାଯାଇ ଆସୁଛି । ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତମାଳାର ଗୋଟିଏ ପାର୍ଶ୍ଵରେ ପ୍ରଭୁ ନୃସିଂହନାଥ ଠାକୁର ରହିଥିବା ଅପର ପାର୍ଶ୍ଵରେ ବାବା ହରିଶଙ୍କର ରହିଛନ୍ତି ।
ଗନ୍ଧମାର୍ଦ୍ଦନର ପାଦ ଦେଶରେ ଶ୍ରେଷ୍ଠ ଦେବୀ ମାଆ ଦୁର୍ଗା ଭକ୍ତଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି । ବିପଦ ସମୟରେ ଅଧିଆ ପଡ଼ିଥିବା ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂରଣ କରିଥାନ୍ତି । ମନସ୍କାମନା ପୂରଣ ହେବା ପରେ ମାଁଙ୍କ ନିକଟକୁ ଆସି ବଳି ଭୋଗ ଦେଇଥାନ୍ତି । ଏହି ପରମ୍ପରା ବହୁ ପୂରାତନ କାଳରୁ ଚାଲି ଆସିଛି । ପୂଜାର୍ଚ୍ଚନା ପାଇଁ ଭକ୍ତ ବହୁତ କଷ୍ଟରେ ବଣପାହାଡ଼ ଚଲା ପଥରେ ଯିବାକୁ ହୁଏ।ଜନ ସାଧାରଣଙ୍କ ସୁବିଧା ଦୃଷ୍ଟିରୁ ସରକାର ଦୁର୍ଗେଇ ଖୋଲ ଯିବାକୁ ପାବଛ ଓ ଆଲୋକୀ କରଣ କରିବାକୁ ଆୟୋଜକ କମିଟିର ସଭାପତି ମଧୁସୂଦନ ପାଣ୍ତେ ସରକାରଙ୍କ ପାଖରେ ଦାବୀ କରିଛନ୍ତି ।
No Result
View All Result