No Result
View All Result
୧୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଭାରତ ସରକାର ଙ୍କ ପ୍ରମୁଖ ବିଭାଗ ଟି ହେଉଛି ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ ) ପଲ୍ଲୀ ଠାରୁ ଦିଲ୍ଲୀ ଓ ଗାଁ ଠୁ ସାହାରା ପର୍ଯ୍ୟନ୍ତ ସବୁଠି ସ୍ୱଚ୍ଛ ଭାରତ ମିଶନ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି l ସେଥିପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି ସତ କିନ୍ତୁ ତାହା କେତେଦୂର ସଠିକ ଭାବେ କାର୍ଯ୍ୟକାରୀ ହେଉଛି ତାହା ତଦନ୍ତ ସାପେକ୍ଷ l ଉକ୍ତ ଯୋଜନାରେ ବ୍ୟାପକ ଅନିୟମିତତା ସହିତ ଅନେକ ଦୁର୍ନୀତି ଦେଖିବାକୁ ମିଳିଛି l ତାହା ହେଉଛି ଗୋପ ବ୍ଲକ ଅଧୀନସ୍ଥ ତରକୋର ପଞ୍ଚାୟତ ରେ ନିର୍ମାଣ ହୋଇଥିବା ଡଷ୍ଟବିନ ଗୁଡିକ ରେ ବ୍ୟବହାର ହେଉଥିବା ସାମଗ୍ରୀ ସବୁ ଅତି ନିମ୍ନମାନର ବୋଲି ପଞ୍ଚାୟତବାସୀ ଙ୍କ ଅଭିଯୋଗ l ଯେଉଁଠି ସବୁ ଡଷ୍ଟବୀନ କାର୍ଯ୍ୟ କରାଯାଇଛି ସେଥିମଧ୍ୟରୁ ଅନେକ ସ୍ଥାନରେ ନିର୍ମାଣ ହେବାର ଅଳ୍ପ ଦିନ ଭିତରେ ନଷ୍ଟ ହେଲାଣି l
କେଉଁଠି ଏଜେବେଷ୍ଟସ ଭାଙ୍ଗି ଗଲାଣି ତ, କେଉଁଠି ରଙ୍ଗ ଛାଡି ଗଲାଣି, ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଓଡିଶା ର ପ୍ରସିଦ୍ଧ ଶୈବପୀଠ ବାବା ବାଲିକପିଳେଶ୍ୱର ମନ୍ଦିର ନିକଟରେ ଭକ୍ତମାନଙ୍କ ପାଇଁ ନିର୍ମାଣ ହୋଇଥିବା ଡଷ୍ଟବୀନ ଗୁଡିକ ସବୁ ଭାଙ୍ଗି ଗଲାଣି l ପାନୀୟ ଜଳ ଟାଙ୍କିରେ ଘୋଡଣି ନଥିବାରୁ ଭକ୍ତମାନେ ଦୂଷିତ ପାଣି ବ୍ୟବହାର କରି ରୋଗ ରେ ଆକ୍ରାନ୍ତ ହେବା ନିଶ୍ଚିନ୍ତ ବୋଲି ସ୍ଥାନୀୟ ବାସିନ୍ଧା ଙ୍କ ଅଭିଯୋଗ l ଉକ୍ତ ଡଷ୍ଟବୀନ ରେ ବ୍ୟବହାର ହୋଇଥିବା ଏଜେବେଷ୍ଟସ ଭାଙ୍ଗି ଯାଇଥିବାରୁ ଖଲି ପତ୍ର ଉଡି ପରିବେଶ ଦୂଷିତ କରୁଛି l ଉକ୍ତ ପଞ୍ଚାୟତ ର ଵିଷ୍ଣୁ ଚରଣ ବେହେରା ବାରମ୍ବାର ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କଲା ପରେ ମଧ୍ୟ କେହି ବି କର୍ଣ୍ଣପାତ କରୁ ନାହାନ୍ତି l
ସ୍ୱଚ୍ଛ ଭାରତ ମିଶନ ରେ ଭାରତ ସରକାର ଏବଂ ଓଡିଶା ସରକାର କୋଟି କୋଟି ଟଙ୍କା ଖର୍ଚ କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ, ଓ ସ୍ଥାନୀୟ ପ୍ରତିନିଧି ଙ୍କ ଅପାରଗତା ଓ ବାଟମାରଣା ନୀତି ଯୋଗୁ କେବଳ ତରକୋର ଗ୍ରାମ ପଂଚାୟତ ନୁହେଁ ବରଂ ଅନେକ ଜାଗା ରେ ଏହା ସ୍ଥାଣୁ ହେଇ ଯାଇଛି, ନାମକୁ ମାତ୍ର ରାସ୍ତା ର ଦୁଇ ପାର୍ଶ୍ୱ ଜେସିବି ମେସିନ ସାହାଯ୍ୟ ରେ ଅଳ୍ପ କେତେ ଘଣ୍ଟା କାମ କରି ଲକ୍ଷାଧିକ ଟଙ୍କା ବିଲ କରି ଚଳୁ କରାଯିବା ପାଇଁ ମସୁଧା ଚାଲିଛି, ସ୍ଵଛ ଭାରତ ମିଶନ ରେ ଆଜକୁ ଆଠ ମାସ ହେଲା ଅଳିଆ ସଂଗ୍ରହ କରୁଥିବା ଗାଡି ବ୍ୟାଟେରୀ ଖରାପ ଥିବାରୁ ଚାଲୁ ନଥିଲା,
ବାରମ୍ବାର ଜିଲ୍ଲା ଅଫିସ ଏବଂ ବ୍ଲକ ରେ ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କଲା ପରେ, ଗତ କାଲି ଠାରୁ ଚାଲୁଅଛି, କିନ୍ତୁ ଜିଲ୍ଲା ଅଫିସ କୁ ଫୋଟୋ ପଠାଯାଉଛି ନା ଏହା ସବୁବେଳେ ଚାଲୁଅଛି, ତରକୋର ଗ୍ରାମ ପଂଚାୟତ ର ପ୍ରତ୍ୟେକ ଗ୍ରାମ ର ଲୋକ ମାନେ ଏ ବିଷୟରେ ଅବଗତ l ମୋଟାମୋଟି କହିବାକୁ ଗଲେ ସ୍ୱଚ୍ଛ ଭାରତ ମିଶନ ( ଗ୍ରାମୀଣ ) ଦିଗହରା ହୋଇଯାଇଛି l ବାଲିକପିଳେଶ୍ୱର ଭଳି ପବିତ୍ର ଶୈବ ପୀଠ ର ପରିବେଶ ପରିସ୍କାର ରହିବା ସହିତ ସ୍ୱଚ୍ଛ ଭାରତ ମିଶନ ରେ ହେଉଥିବା ଦୁର୍ନୀତି କୁ କିପରି ରୋକା ଯାଇ ପାରିବ ସେଥିପ୍ରତି ବିଭାଗୀୟ ଅଧିକାରୀ ଓ ଗୋପ ବିଡ଼ିଓ ଓ ପୁରୀ ଜିଲ୍ଲାପାଳ ଙ୍କୁ ଗ୍ରାମବାସୀ ପକ୍ଷରୁ ଅନୁରୋଧ l
No Result
View All Result