ଓଡ଼ିଶା ତାଜା ନିୟୁଜ୍ (୨୨ ଅଗଷ୍ଟ ଶନିବାର) ଢେଙ୍କାନାଳ :- ଜିଲ୍ଲାରେ ଆଜି ଗୋଟିଏ ଦିନରେ ୧୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୫ ଜଣ ହୋମ୍ କ୍ଵାରେଣ୍ଟାଇନରେ ଥିବାବେଳେ ୨୬ ଜଣ ସଙ୍ଗରୋଧରୁ,୧୩ ଜଣ ଆଣ୍ଟିଜେନ୍ ଟେଷ୍ଟ୍ ଦ୍ଵାରା ଚିହ୍ନଟ ଥିବାବେଳେ ୬ ଜଣ କଟକ ଓ ଭୁବନେଶ୍ବର ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନ ଏନ୍ ଏ ସି ରୁ ୩୧ ଜଣ ଚିହ୍ନଟ ହୋଇଥିବା ବେଳେ ଭୁବନ ବ୍ଲକର ଅସୁରବନ୍ଧ, ବର୍ଣ୍ଣାଳୀ ଓ ଜିରାଳରୁ ୩ ଜଣ ଲେଖାଏଁ, ଓଢ଼ଣା ଗ୍ରାମରୁ ୨ଜଣ ଏବଂ ଆଦିପୁରା, ଭୁଷଳ, ଗୋବିନ୍ଦପୁର, ଜୟପୁର,ମାଣିପୁର ମଠକରଗୋଳା, ପୁରୁଷୋତ୍ତମ ପୁର ଓ ସମଲରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସେହିପରି ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆରୁ ୩ ଜଣ ଓ ଏକ ଘରିଆରୁ ଜଣେ ଚିହ୍ନଟ ହୋଇଛନ୍ତି।ସଦର ବ୍ଲକ ବେଲଟିକିରିରୁ ୨ ଜଣ ଚିହ୍ନଟ ହୋଇଥିବାବେଳେ ବେଗୁନିଆ ପାଳରୁ ଜଣେ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ ପୌରାଞ୍ଚଳ ପୋଲିସ ଲାଇନରୁ ୩ ଜଣ ଚିହ୍ନଟ ହୋଇଥିବାବେଳେ ହାଟରୋଡ୍, କାଲଟାକ୍ସ୍ ଓ ମହିଷାପାଟରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ହିନ୍ଦୋଳ ବ୍ଲକ ରାସୋଳରୁ ୯,କୁଣ୍ଡେଶ୍ଵର ୬,ରଞ୍ଜାଗୋଳ ୩,ବେଡାପଡା,ଚିତ୍ତଲପୁର ଓ ଦୁଦୁରକୋଟରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କୁନୁଆ ଏବଂ କୁକୁଟାରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲ୍ କୁ ପଠାଯିବା ସହ ସେମାନେ ରହୁଥିବା ସଂଲଗ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୧୦୫୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୮୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଦୁଇ ଜଣ ମୃତ୍ୟୁବରଣ କରିଥିବାବେଳେ ୩୫୦ ଜଣ ଚିକିତ୍ସାଧୀନ ଅଛନ୍ତି । (ରିପୋର୍ଟ, ଅମର ରଞ୍ଜନ ଦାସ)