୧୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବରମୁଣ୍ଡା ସ୍ଥିତ ରାଜଧାନୀ ମହାବିଦ୍ୟାଳୟର ବୃତ୍ତିଗତ ଅଧ୍ୟୟନ ବିଭାଗ (ଡିପାର୍ଟମେଌକ୍ଷଗ୍ଧ; ଅଫ ପ୍ରଫେସନାଲ ଷ୍ଟଡ଼ିଜ) ପକ୍ଷରୁ ମଙ୍ଗଳବାର ଦିନ “ଶ୍ରେଣୀ କକ୍ଷରୁ କର୍ମସ୍ଥଳ” ପର୍ଯ୍ୟନ୍ତ ଶୀର୍ଷକ ଏକ ଆଲୋଚନାଚକ୍ର ବ୍ୟାଚେଲର ଅଫ ବିଜନେସ ଆଡମିନିଷ୍ଟ୍ରେସନ (ବିବିଏ) ବିଭାଗର ମୁଖ୍ୟ ନିହାର ରଞ୍ଜନ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଟାଟା କନ୍ସଲଟାନ୍ସି ସର୍ଭିସେସ (ଟିସିଏସ) ର ମାନବ ସମ୍ବଳ ବିଭାଗର ମୁଖ୍ୟ ଅଭିନାଶ ସାମଲ ମୁଖ୍ୟବକ୍ତା ଏବଂ ସେଲ୍ଫ ଫାଇନାନ୍ସ କୋର୍ସ ର ନିର୍ଦ୍ଦେଶକ ଶିଶିର ପାଣିଗ୍ରାହୀ ଓ ଟ୍ରଷ୍ଟି ମହେଶ ପଟ୍ଟନାୟକ ସମ୍ମାନିତ ଅତିଥି ଭବେ ଯୋଗ ଦେଇଥିଲେ । ଟିସିଏସ ର ମାନବ ସମ୍ବଳ ବିଭାଗର ମୁଖ୍ୟ ଶ୍ରୀ ସାମଲ କହିଲେ ଯେ ଛାତ୍ର ଜୀବନ ଠାରୁ ଆରମ୍ଭ କରି କର୍ମମୟ ଜୀବନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ର ରେ କୃତ୍ତିମ ବୁଦ୍ଧିମତ୍ତାର ଆହ୍ୱାନ ରହିଛି ।

ବର୍ତ୍ତମାନ ସମୟ ହଉଛି କୃତ୍ତିମ ବୁଦ୍ଧିମତ୍ତାର ସମୟ । ଛାତ୍ରଛାତ୍ରୀ ମାନେ ସାଧାରଣ ଗଣିତ ଠାରୁ ଆରମ୍ଭ କରି ଗୁଗୁଲ ସର୍ଚ୍ଚ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ କୃତ୍ତିମ ବୁଦ୍ଧିମତ୍ତା ର ପ୍ରୟୋଗ କରୁଛନ୍ତି । ଏହା ସତ୍ୟଯେ ଭବିଷ୍ୟତରେ ଏହା କର୍ମ ସଂକୋଚନ କରିବ । ଏଣୁ ଛାତ୍ରଛାତ୍ରୀ ମାନେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏହାକୁ ପ୍ରୟୋଗ କରି ଉପଭୋଗ କରୁଥିବା ବେଳେ ଭବିଷ୍ୟତରେ ଆହ୍ୱାନ ପ୍ରତି ମଧ୍ୟ ନିଜକୁ ପ୍ରସ୍ତୁତ କରି ରଖିବା ଆବଶ୍ୟକ । ଜୀବିକା ସନ୍ଧାନ କ୍ଷେତ୍ରରେ କୃତ୍ତିମ ବୁଦ୍ଧିମତ୍ତାକୁ ଭୟ ନକରି ନିଜର ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ଏହାର ଆହ୍ୱାନକୁ ସମ୍ମୁଖୀନ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ । ଏହାକୁ ଭୟ କରିଗଲେ ଜୀବନରେ ସଫଳତା ମିଳିବ ନାହିଁ ଓ ଏହାକୁ ବ୍ୟବହାର କରିପାରୁଥିବା ଛାତ୍ରଛାତ୍ରୀ ହିଁ କର୍ମସ୍ଥଳରେ ସଫଳତା ଲାଭ କରିପାରିବେ ।

ସେ ଆହୁରି କହିଥିଲେ ଯେ ଆମେ ପରିବାର ଭିତରେ ବଢି ଆସିଛୁ ତେଣୁ ପରିବାରରେ ପିତାମାତା ଙ୍କ ପ୍ରତି ମଧ୍ୟ ଆମର କିଛି କର୍ତ୍ତବ୍ୟ ରହିଛି । ବ୍ୟସ୍ତ ବହୁଳ ଜୀବନ ଭିତରେ ତାଙ୍କ ପାଇଁ ମଧ୍ୟ ଆବଶ୍ୟକୀୟ ପରିମାଣ ର ସମୟ ବାହାର କରିବା ଉଚିତ । ଏକ ସୁସ୍ଥ ସାମାଜିକ ଜୀବନ ପାଇଁ ଏହା ଅତ୍ୟନ୍ତ ଜରୁରୀ ବୋଲି ଶ୍ରୀ ସାମଲ କହିଥିଲେ । ଏହି ଆଲୋଚନା ଚକ୍ର ରେ ବ୍ୟାଚେଲର ଅଫ କମ୍ପ୍ୟୁଟର ଆପ୍ଲିକେସନ (ବିସିଏ) ବିଭାଗର ମୁଖ୍ୟ ଶ୍ରୀମତୀ ସୌମ୍ୟା ପଟ୍ଟନାୟକ, ସହକାରୀ ଅଧ୍ୟାପକ କୈବଲ୍ୟ କର, ଅମ୍ଲାନ ମିଶ୍ର ଓ ପ୍ରଜ୍ଞା ପଦ୍ମଜା ପଣ୍ଡା , ଲ୍ୟାବ ଅଧ୍ୟାପକ ମନୋଜ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ବିଭାଗର ଗଣମାଧ୍ୟମ ସଂଯୋଜକ ବିଶ୍ୱରଂଜନ ସାହୁ ରେ ଓ ବିଭାଗର ଅଧିକାରୀ ଯଶୋବନ୍ତ ଭୋଇ ଓ ଅଜୟ କୁମାର ମାଣିଆ ପ୍ରମୁଖ ବିଶେଷ ସହାୟତା କରିଥିଲେ ।