No Result
View All Result
୦୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବରଗଡ :-> ଗତ ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ଓଡିଶାର ଚାଷୀ ମାନଙ୍କୁ ଦେଇଥିବାର ପ୍ରତିଶୃତି ଅନୁଯାୟୀ ପ୍ରତି ଧାନ କ୍ବିଣ୍ଟାଲ ପିଛା ୮ ଶହ ଟଙ୍କା ଇନପୁଟ ସବସିଡି ପ୍ରଦାନ କରିବା ପର୍ବ ଗତକାଲି ବରଗଡ ଜିଲ୍ଲା ସୋହେଲା ବ୍ଲକ ଇଛାପାଲି ଠାରେ ଅନୁଷ୍ଠିତ ହୋଇ ଯାଇଛି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ସୁଇଜ ଦବାଇ ଏବେ ପର୍ଯ୍ୟନ୍ତ ଧାନ ବିକି ଥିବା ଚାଷୀ ମାନଙ୍କ ଏକାଉଣ୍ଟ କୁ ବୋନସ ଟଙ୍କା ପଠାଇଥିଲେ । ୨୦୧୫ ମସିହା ଯେଉଁ ପଡିଆରେ ପ୍ରତିଧାନ କ୍ବିଣ୍ଟାଲ ପିଛା ୧ ଶହ ଟଙ୍କା ବୋନସ ଦେବା ପାଇଁ ଘୋଷଣା କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାର ଚାଷୀ ମାନଙ୍କୁ ପ୍ରତାରିତ କରିଥିବାର ଚର୍ଚ୍ଚା ଚାଳିଥିଲା ସେହି ପଡିଆରୁ ଓଡିଶାର ଚାଷୀ ମାନଙ୍କୁ ୮ ଶହ ଟଙ୍କା ବୋନସ ପ୍ରଦାନ କରି ସରକାର ନିର୍ବାଚନ ସମୟର ପ୍ରତିଶୃତି ପାଳନ କରିବା ସହ ଏକ ନୁଆଁ ଇତିହାସ ରଚିଲେ ବୋଲି ଆଲୋଚନା ଚାଳିଛି ।

ବରଗଡ ଜିଲ୍ଲା ସୋହେଲା ବ୍ଲକ ଇଛପାଲି ଠାରେ ମୁଖ୍ୟମନ୍ତ୍ରୀ,ଉପ ମୁଖ୍ୟମନ୍ତ୍ରୀ,ଖାଦ୍ଯ ଯୋଗାଣ ବିଭାଗ ମନ୍ତ୍ରୀ, ରାଜସ୍ବ ବିଭାଗ ମନ୍ତ୍ରୀ,ସାଂସଦ,ସମସ୍ତ ବିଧାୟକ,ସରକାରୀ ଅଧିକାରୀ ମାନଙ୍କ ଉପସ୍ଥିତରେ ଏହା ଏକ ବଡଧରଣର ସରକାରୀ କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଭୁବନେଶ୍ଵର ରୁ ଯୋଗାଣ ବିଭାଗର ବଡ ଅଧିକାରୀ,ଆରଡିସି,ଆଇଜି,ଜିଲ୍ଲାପାଳ ଓ ଜିଲ୍ଲାର ସମସ୍ତ ଅଧିକାରୀ ଗତ କିଛି ଦିନ ତଳେ ବ୍ଯାପକ ପ୍ରସ୍ତୁତି କରିଥିଲେ । ପ୍ରତି ଗ୍ରାମ ପଞ୍ଚାୟତ ରୁ ଚାଷୀ ମାନଙ୍କୁ ଇଛାପାଲି ସମାବେଶ କୁ ଆଣିବା ପାଇଁ ବସ,ଗାଡି,ମୋଟର ବ୍ଯବସ୍ଥା ସହ ଜଳଖିଆ ମିଲ୍ଲ ଖାଇବାର ସମସ୍ତ ପ୍ରକାର ବ୍ଯବସ୍ଥା ସରକାରୀ ପାଣ୍ଠିରେ କରା ଯାଇଥିଲା । ସଭାମଞ୍ଚ,ଅତିଥି ମାନଙ୍କ ଖାଇବା ଖର୍ଚ୍ଚ ମଧ୍ଯ ସରକାରୀ ଟଙ୍କାରେ ହୋଇଥିଲା ।

ତେବେ ଏବେ ପ୍ରଶ୍ନ ଉଠୁଛି ମୋହନ ମାଝୀ ମୁଖ୍ୟମନ୍ତ୍ରୀଙ୍କ ଏହି ସଭା ପାଇଁ ବରଗଡ ଜିଲ୍ଲାର ପ୍ରତ୍ଯେକ ମିଲର୍ସ ମାନଙ୍କ ଠାରୁ ୫ ଲକ୍ଷ ଲେଖାଁଏ ମୋଟ ୧ କୋଟି ଟଙ୍କା ଚାନ୍ଦା ସଂଗ୍ରହ ପଛରେ କିଏ ଖଳ ନାୟକ ? ଜିଲ୍ଲାର କେତେକ ମିଲର୍ସ ଭିତରେ ଏ କଥାକୁ ନେଇ ବ୍ଯାପକ ଚର୍ଚ୍ଚା ଆଲୋଚନା ଚାଳିଛି । ଯଦି ମିଲର୍ସ ସଭା ପାଇଁ ୫ ଲକ୍ଷ ଟଙ୍କାର ଚାନ୍ଦା ଦେବ ତେବେ ଚାଷୀଙ୍କ ଧାନର କଟନି ଛଟନି ବନ୍ଦ ହେବ ତ ? ସଭାରେ ଯଦିଓ ମୁଖ୍ୟମନ୍ତ୍ରୀଙ୍କ ନିଜେ କଟନି ଛଟନି ଚାଳିବ ନାହିଁ ବୋଲି ଘୋଷଣା କଲେ ଅଧିକାଂଶ ମଣ୍ତିରେ ୨ ୵ ୩ କେଜି ଧାନ କଟନି ଛଟନି ନ ହେଲେ ମଣ୍ତିରୁ ଧାନ ମିଲର୍ସ ଉଠାଉ ନଥିବାର ଅଭିଯୋଗ ମଧ୍ଯ ଝାରବନ୍ଧ ଡଭା ମଣ୍ତିରୁ ଆସିଛି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ଦଳର ସେପରି ଖଳ ନାୟକ ମାନଙ୍କୁ ଯଦି ସାବାଡ କରି ନ ପରିବେ ତେବେ ବିଜୁ ଜନତା ଦଳର ସମଦଶା ଓଡିଶାରେ ଭାରତୀୟ ଜନତା ପାର୍ଟି ଭୋଗିବ ବୋଲି ମଧ୍ଯ କେହି କେହି ଚର୍ଚ୍ଚା କରୁଛନ୍ତି । ଆଗକୁ ଆଉ ଗୋଟିଏ ବଡ ଘୋଟାଲାର ସୁରାକ ମଧ୍ଯ ସାମ୍ନାକୁ ଆସୁଛି ତାହା ପ୍ରତି ମଧ୍ଯ ମୁଖ୍ୟମନ୍ତ୍ରୀ ସତର୍କ ହେବା ଉଚିତ । ଏବେ ଏକ କ୍ବିଣ୍ଟାଲ ଧାନ ମିଙ୍ଗ ପାଇଁ ୨୦ ଟଙ୍କା ମିଲର୍ସ ମାନେ ସରକାରଙ୍କ ଠାରୁ ପାଉଥିବା ବେଳେ ଓଡିଶା ସରକାର ଏହାକୁ ବଢାଇ ପ୍ରତି କ୍ବିଣ୍ଟାଲରେ ଅଧିକ ଆଉ ୮୦ ଟଙ୍କା ବୋନସ ଦେବା ବିଷୟରେ ଭିତରି ବୁଝମଣା ଚାଳିଥିବା ଓ ଏଥି ପାଇଁ ମିଲର୍ସ ମାନଙ୍କ ଭିତରେ ସରକାରୀ ତୋଫା ୧୦ କୋଟି ଟଙ୍କା ଦେବା ପାଇଁ ବ୍ଯବସ୍ଥା ଚାଳିଥିବା ଭିତରି ସୂଚନା ମିଳୁଛି ।
No Result
View All Result