No Result
View All Result
୦୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ସ୍ଥିତ ହରିଶଙ୍କର କଲେଜ ଠାରେ “ଜିନ୍ଦାବାଦ ସଂଗଠନ” ଖାପ୍ରାଖୋଲ ଅନୁକୁଲ୍ୟରେ ଗନ୍ଧମାର୍ଦନ ଆମର ସ୍ଵାଭିମାନ ଓ ଅସ୍ମିତାର ପ୍ରତିକ ଶିର୍ଷକରେ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଉକ୍ତ ଆଲୋଚନାଚକ୍ରରେ ବିଶିଷ୍ଟ ପରିବେଶବିତ ତଥା ଗ୍ରୀନ ନୋବେଲ ପୁରସ୍କାର ପ୍ରାପ୍ତ ପ୍ରଫୁଲ୍ଲ ସାମନ୍ତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଥମେ ପ୍ରଦିପ ପ୍ରଜ୍ଜ୍ଵଳନ କରି ଆଲୋଚନା ଚକ୍ରକୁ ଉଦଘାଟଣ କରିଥିଲେ । ଜିନ୍ଦାବାଦ ସଂଗଠନ ର ଉପଦେଷ୍ଟା ତ୍ରିଲୋଚନ ପୁଞ୍ଜିଙ୍କ ଅଧ୍ୟକ୍ଷତାରେ ଏକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l
ଏହି ଅବସରରେ ଚାଷୀନେତା ଲିଙ୍ଗରାଜ, ବିଶିଷ୍ଟ ଆଇନଜୀବୀ ବିଷ୍ଣୁପ୍ରସାଦ ଶର୍ମା, ସଂପାଦକ ବିରେଦ୍ର ଝାଙ୍କର, ବାଳକୃଷ୍ଣ ପାଣ୍ଢ, ବିଶିଷ୍ଟ ଶିଷାବିତ ବଳଭଦ୍ର ଦାଶ, ଆଦିବାସୀ ନେତ୍ରୀ ଶଶିରେଖା ଧରୁଆ , ରୁଦ୍ର ମାଧବ ବାରିକ, ସାମାଜିକ କର୍ମୀ ତଥା ସରପଞ୍ଚ ଘଣ୍ଟିଗୁଡା ଖୁଟୁରାମ ସୁନାନୀ, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆବାହକ ଜୟସିଂ ପୁଝାରୀ, ଯୋଗ ଦେଇ ଗନ୍ଧମାର୍ଦନ ର ସ୍ଥାୟୀ ସୁରକ୍ଷା ପାଇଁ ନିଜର ମତାମତ ଦେଇଥିଲେ ।
ଏବଂ ଆଗାମୀ ଦିନରେ ଗନ୍ଧମାର୍ଦ୍ଦନ ସୁରକ୍ଷାପାଇଁ ରାଜନୈତିକ ଦଳର ଉର୍ଦ୍ଧରେ ରହି ଆନ୍ଦୋଳନ କୁ ସୁଦୃଢ କରିବାପାଇଁ ଆହ୍ୱାନ ଦେଇଥିଲେ ।ଏହି ଅବସରରେ ବିପ୍ରବିଶି, ପ୍ରଶାନ୍ତ ମାଝୀ , ସୁଶିଲ ନାୟକ , ଅଭୟ ତ୍ରିପାଠୀ, ଗୁପ୍ତେଶ୍ଵର କୁଅର ,ସୁଶିଲ ଗୁରୁ, ଗଜରାଜ ନାଗ, ରାଜାକୁମାର ସେଠ,ତୋଲାମଣୀ ବନଛୋର, ଶୁକ୍ଳ ଶବର,ମିଳନ ପୁଞ୍ଜି, ତନ୍ତ୍ର ଧରୁଆ, ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି କାର୍ଯ୍ୟକ୍ରମରେ ତୁରେକେଲା, ବଙ୍ଗୋମୁଣ୍ଡା । ଟିଟିଲାଗଡରୁ ପ୍ରାୟ ଶତାଧିକ ଲୋକ ଯୋଗ ଦେଇଥିଲେ । ପରିଶେଷରେ ଜିଦାବାଦ ସଂଗଠନର ଗୋଲାପ ନିଆଲ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result