ଶ୍ରେଣୀ ଗୃହ ନିର୍ମାଣ ରେ ବିଳମ୍ବ ଯୋଗୁଁ ପରୀକ୍ଷା ଦେବାରେ ଅସୁବିଧା ହେବ

୦୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :->  ଗୋପ ମହାବିଦ୍ୟାଳୟ ସ୍ଥାପିତ ହେଲାଣି 1978 ମସିହାରୁ ସତ କିନ୍ତୁ ଉକ୍ତ ମହାବିଦ୍ୟାଳୟ ସହିତ ସ୍ଥାପିତ ହୋଇଥିବା ଅନ୍ୟ ମହାବିଦ୍ୟାଳୟ ତୁଳନାରେ ଗୋପ ମହାବିଦ୍ୟାଳୟ ର ଉର୍ନ୍ନତି ହୋଇନାହିଁ l ଏଠାରେ ଛାତ୍ର ସାଂସଦ ନିର୍ବାଚନ ପ୍ରାୟ 8 ବର୍ଷ ରୁ ଉର୍ଦ୍ଧ ହେଵ ସ୍ଥଗିତ ଥିବାରୁ ଛାତ୍ରୀ ଛାତ୍ର ଙ୍କ ସମସ୍ୟା ପ୍ରତି ମହାବିଦ୍ୟାଳୟ ର କତ୍ତୃପକ୍ଷମାନେ ଅଣଦେଖା କରୁଛନ୍ତି ବୋଲି ଛାତ୍ର ଛାତ୍ରୀ ଙ୍କ ଅଭିଯୋଗ ଶୁଣିବାକୁ ମିଳୁଛି l ଉକ୍ତ ମହାବିଦ୍ୟାଳୟ ରେ ନିର୍ଦ୍ଧିଷ୍ଟ କେତେଜଣ ପୁରାତନ ଅଧ୍ୟାପକ ଦୀର୍ଘ ବର୍ଷ ହେଵ ଗୋଟିଏ ସ୍ଥାନରେ ରହି ରାଜନୀତି ରେ ସକ୍ରିୟ ଭୂମିକା ଗ୍ରହଣ କରୁଥିବାର ସଙ୍ଗିନୀ ଅଭିଯୋଗ ମଧ୍ୟ ଶୁଣିବାକୁ ମିଳୁଛି l

ପୁରୁଣା ବିଲିଡିଙ୍ଗ ଉପରେ ନୂତନ ଭାବେ ଦୁଇ ମହଲା ଗୃହ ନିର୍ମାଣ କରିବା କେତେଦୂର ଯଥାର୍ଥ ? ଏହା ଆଗାମୀ ଭବିଷ୍ୟତରେ ମହାବିଦ୍ୟାଳୟ ରେ ଅଧୟନ କ୍ଷେତ୍ରରେ ବିପଦ ସୃଷ୍ଟି ହୋଇପାରେ ବୋଲି ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି l ଉକ୍ତ ମହାବିଦ୍ୟାଳୟ ରେ ହେଉଥିବା କାର୍ଯ୍ୟର ଅବଧି ଯଦିଓ ସମ୍ପୂର୍ଣ୍ଣ ହେଲାଣି କିନ୍ତୁ ଠିକାଦାର ଙ୍କ ପକ୍ଷରୁ କାହିଁକି ବିଳମ୍ବ ହେଉଛି ତାହା ମୁଣ୍ଡବିନ୍ଧା ର କାରଣ ପାଲଟିଛି ସମସ୍ତ ଛାତ୍ର ଛାତ୍ରୀ ଓ ଅବିଭାବକ ଏବଂ ମହାବିଦ୍ୟାଳୟ ର କତୃପକ୍ଷଙ୍କର।କାରଣ ଆଗକୁ ଯେହେତୁ ଯୁକ୍ତଦୁଇ ପରୀକ୍ଷା ଥିବାରୁ ସମସ୍ତେ ଚିନ୍ତାରେ ପଡିଛନ୍ତି l

ଏ ସଂମ୍ପର୍କରେ ଆମ ପ୍ରତିନିଧି ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟମ୍ବଦା ପଣ୍ଡା ଙ୍କ ସହିତ ଯୋଗାଯୋଗ କରି ଜାଣିବାକୁ ପାଇଲେ ଯେ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ବିଧାୟିକା ଏବଂ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କୁ ଚିଠି ଦ୍ଵାରା ସୂଚିତ କରିଛନ୍ତି ଗୃହ କାର୍ଯ୍ୟ ଶୀଘ୍ର ସାରିବାକୁ l ଏଠାରେ ପୂର୍ବରୁ ପଡୁଥିବା ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା ଅପେକ୍ଷା ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ଯୁକ୍ତ ତିନି ପାଇଁ ବିଜ୍ଞାନ ଖୋଲିବା ପରେ ଶ୍ରେଣୀ ଗୃହର ଆବଶ୍ୟକତା ଅଧିକ ରହୁଛି । ନିଜସ୍ୱ ଖେଳ ପଡିଆ ଟିଏ ନାହିଁ, ବୟଜ କମନ ରୁମ ନାହିଁ, ସାଇକେଲ ଷ୍ଟାଣ୍ଡ ନାହିଁ, ବିଜ୍ଞାନ ବିଭାଗ ରେ ଆବଶ୍ୟକୀୟ ଅନୁଯାୟୀ ବିଜ୍ଞାନଗାର ଓ ଅନୁସାଙ୍ଗିକ ଯନ୍ତ୍ରାଂଶ ନାହିଁ l

ଏ ସବୁ ର ସମସ୍ୟା କୁ ଆଖି ଆଗରେ ରଖି ତତ୍କାଳୀନ ସରକାରଙ୍କ ସମୟରେ ନୂତନ ଗୃହ ନିର୍ମାଣ ନିମନ୍ତେ ୨୭ ଲକ୍ଷ ୭୫ ହଜାର ଟଙ୍କା ଯୋଗଇ ଦିଅଯାଇଥିଲା। ଟଙ୍କା ଆସିବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ଟେଣ୍ଡର ପାଇଁ ୨୦୨୩ ଡିସେମ୍ବର ୫ ତାରିଖରେ ଲଟେରି ମଧ୍ୟ ହୋଇଥିଲା। ଠିକାଦାର ଉର୍ମିଳା ସାହୁ ଟେଣ୍ଡର ମଧ୍ୟ ପାଇଥିଲେ। ଏହାପରେ ବ୍ଲକ ପ୍ରଶାସନ ପକ୍ଷରୁ ୨୦୨୩ ଡିସେମ୍ବର ୨୩ ତାରିଖରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଉକ୍ତ ମହାବିଦ୍ୟାଳୟ ର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ବର୍ତମାନ ସୁଦ୍ଧା ପ୍ରାୟ 3 କୋଟି ଟଙ୍କାର ବ୍ୟୟ ବରଦା ହୋଇଥିଲେ ମଧ୍ୟ କାର୍ଯ୍ୟରେ ବିଳମ୍ବ କଣ ପାଇଁ ବୋଲି ସାଧାରଣ ରେ ପ୍ରଶ୍ନ ଉଠୁଛି l

ଆଉ ତାହା ସମୟ ସୀମା ଭିତରେ କାର୍ଯ୍ୟ ସାରିବା ପାଇଁ ଅଧ୍ୟକ୍ଷା ଙ୍କ ପକ୍ଷରୁ ଆର ଡ଼ି ଓ ଗୋପ ବିଡ଼ିଓ ଙ୍କୁ ପତ୍ର ଦ୍ଵାରା ସୂଚିତ କରାଯାଇଛି ବୋଲି ଅଧ୍ୟକ୍ଷା କହିଛନ୍ତି l ଅପର ପକ୍ଷରେ କାର୍ଯ୍ୟ ରେ ବିଳମ୍ବ ହେବାର ମୁଖ୍ୟ କାରଣ ଟି ହେଉଛି ଅର୍ଥ ସଠିକ ସମୟରେ ମିଳୁନଥିବା ହେତୁ ଠିକାଦାର କାର୍ଯ୍ୟ ରେ ବିଳମ୍ବ କରୁଛନ୍ତି ବୋଲି ଠିକାଦାର କହିବା କଥା l ଏହା କେତେଦୂର ସତ୍ୟ ତାହା ତଦନ୍ତ ସାପେକ୍ଷ l ଆଗାମୀ ପରୀକ୍ଷା ପୂର୍ବରୁ ଯଦି ଶ୍ରେଣୀ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ନ ହୁଏ ତେବେ ଛାତ୍ର ଛାତ୍ରୀଙ୍କ ପକ୍ଷ ରୁ ଗୋପ କୋଣାର୍କ ମୁଖ୍ୟ ରାସ୍ତା ଅବରୋଧ କରାଯିବ ବୋଲି ପୁରାତନ ଛାତ୍ରନେତା ମଦନ ମୋହନ ହାଜରା ଓ ଚନ୍ଦ୍ରକାନ୍ତ ସାହୁ ଯୋଗେନ୍ଦ୍ର ବେହେରା ପ୍ରମୁଖ ଛାତ୍ର ନେତା ଚେତାବନୀ ଦେଇଛନ୍ତି l