ଓଡିଶା ତାଜା ନ୍ୟୁଜ୍ (୨୨ ଅଗଷ୍ଟ ଶନିବାର ) ଗଜପତି :- ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବ୍ଲକ ଗଜପତି ଜିଲ୍ଲାର ମୋହନା ବ୍ଲକ ବିଭିନ୍ନ ପଞ୍ଚାୟତ ଗୁଡିକରେ ମୋବାଇଲ ନେଟ୍ ୱାର୍କ ରହୁନଥିବା ଯୋଗୁଁ ଦୁର୍ଗମ ଅଞ୍ଚଳ ଗୁଡିକରେ ଅନଲାଇନ୍ ପାଠ ପଢା ବ୍ୟାହତ ହୋଇଛି l ଦିନକୁ ଦିନ କରନା ସଂକ୍ରମଣ ବଢୁ ଥିବା ଯୋଗୁଁ ସ୍କୁଲ କଲେଜ ସବୁ ବନ୍ଦ ରହିଛି l କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପକ୍ଷରୁ ଅନଲାଇନ ରେ ପାଠ ପଢା ଆରମ୍ଭ କରାଯାଇଛି l ମୋହନା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ଛାତ୍ର ଛାତ୍ରୀ (ବିଦ୍ୟାର୍ଥୀ) ମାନଙ୍କ ପାଇଁ ଅନଲାଇନ ପାଠ ପଢା ଅଭିଶପ୍ତ ପାଲଟିଛି l କିଛି ପଞ୍ଚାୟତ ରେ ମୋବାଇଲ ଟାୱାର ଥିଲା ବେଳେ ଅଧିକାଂଶ ପଞ୍ଚାୟତ ରେ ମୋବାଇଲ ଟାୱାର ନାହିଁ l ଯେଉଁଠିଏଇରଟେଲ, ରିଲିଆନସ ଓ ଭି ଏସ ଏନ ଏଲ ଟାୱାର ଅଛି ସେଠୀ ଟାୱାର ନଥିବା ସଙ୍ଗେ ସମାନ l ସେଠାରେଇଣ୍ଟରନେଟ୍ ଗତି ଧୀମା ରହୁଥିବା ଯୋଗୁଁବିଦ୍ୟାର୍ଥୀ ମାନଙ୍କର ଅନଲାଇନ୍ ପାଠ ପଢା ବ୍ୟାହତ ହେଉଛି l ଏମିତି କେତକ ଗ୍ରାମ ରହିଛି ସେଠାରେ ବିଦ୍ୟୁତ ସେବା ଆଦୌ ଉପଲବ୍ଧ ନାହିଁ l
ମୋହନା ଠାରୁ ୭ କିମି ଦୂରରେ ଥିବା କରଚ ବାଡ଼ିପଞ୍ଚାୟତଏହିପଞ୍ଚାୟତର ଜନ ସଂଖ୍ୟା ୫ ହଜାରରୁ ଉର୍ଦ୍ଧ୍ଵ ରହିଥିଲା ବେଳେ୧୫ ରୁ ଉର୍ଦ୍ଧ ଗ୍ରାମ ରହିଛି l ସ୍ଥାନୀୟ ସରପଞ୍ଚ କାମ୍ବି ମଳିକ ଓ ପଞ୍ଚାୟତ ବାସୀଙ୍କପକ୍ଷରୁ ଭିଏସଏନ୍ଏଲ ଟାୱାର ସ୍ଥାପନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବୀ କରି । ଆସୁଥିଲେ ମଧ୍ୟ ଟାୱାର ସ୍ଥାପନ କରାଯାଉ ନାହିଁ l ଯାହା ଫଳରେ ଅନଲାଇନ୍ ପାଠ ପଢା ଠୁ ଆରମ୍ଭ କରି ବିଭିନ୍ନ ଜରୁରୀ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଏହି ପଞ୍ଚାୟତ ବାସି l କେନ୍ଦ୍ର ଓ ରାଜ୍ୟ ସରକାର ଅନଲାଇନ୍ ପାଠ ପଢା କୁ ଗୁରୁତ୍ୱ ଦେଉଥିବା ବେଳେ ଏ ପଞ୍ଚାୟତରେ ବସ ବାସ କରୁଥିବା ବିଦ୍ୟାର୍ଥୀ ନିଜ ନିଜ ଗ୍ରାମ ଠାରୁ୭ ରୁ ୧୦ କିମି ଦୂର ଯାଇ ପାହାଡ଼ ପର୍ବତ ଉପରେ ବସି ପାଠ ପଢୁ ଥିବା ଦେଖି ବାକୁ ମିଳୁଛି l ଏଣୁ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ଭି ଏସ ଏନ୍ ଏଲ ଟାୱାର ବସାଇବା ପାଇଁ ଏ ଅଞ୍ଚଳ ବାସି ଦାବୀ ହେଉଛି l (ରିପୋର୍ଟ -ଗରୁଡ଼ ଧ୍ଵଜ ଚୌଧୁରୀ)