• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବରଗଡ ସୋହେଲାରେ ଚାଷୀ ସମାବେଶ, ଚାଷୀଭାଇମାନେ ପାଇଲେ ୮୦୦ ଟଙ୍କା ଇନ୍‌ପୁଟ ସହାୟତା, କ୍ବିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କା

Proprietor Abhimanyu Maharana by Proprietor Abhimanyu Maharana
December 8, 2024
in ଓଡ଼ିଶା, ବରଗଡ଼, ହୋମ୍
0
ବରଗଡ ସୋହେଲାରେ ଚାଷୀ ସମାବେଶ, ଚାଷୀଭାଇମାନେ ପାଇଲେ ୮୦୦ ଟଙ୍କା ଇନ୍‌ପୁଟ ସହାୟତା, କ୍ବିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କା
Share on FacebookShare on TwitterWhatsapp

ଲୋକଙ୍କ ସରକାର, ଚାଷୀଙ୍କ ସରକାର

ବରଗଡ ସୋହେଲାରେ ଚାଷୀ ସମାବେଶ, ଚାଷୀଭାଇମାନେ ପାଇଲେ ୮୦୦ ଟଙ୍କା ଇନ୍‌ପୁଟ ସହାୟତା, କ୍ବିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କା

ଆଜି ୨୧,୫୦୦ ଚାଷୀ ପାଇଲେ ଇନପୁଟ୍ ସହାୟତା, ଆଜି ଠାରୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ମିଳିବ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା

ଧାନକିଣା ବ୍ୟବସ୍ଥାକୁ Full Proof କରାଯାଇଛି

କୃଷି ଓ କୃଷକମାନଙ୍କ ପାଇଁ ଆଜିର ଦିନଟି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ

ଜୁନ ୧୨ ତାରିଖ ପ୍ରଥମ କ୍ୟାବିନେଟରେ ଯେଉଁ ଚାରିଟି ନିଷ୍ପତ୍ତି ନିଆ ଯାଇଥିଲା, ସବୁ ପୂରଣ କରାଗଲା, ସରକାର ଗଠନର ୬ ମାସ ମଧ୍ୟରେ ସବୁ ପ୍ରତିଶ୍ରୁତି ପୁରଣ କରାଗଲା – ମୁଖ୍ୟମନ୍ତ୍ରୀ

୦୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ସାଧାରଣ ଲୋକଙ୍କ ସମସ୍ୟା ଶୁଣି ଲୋକଙ୍କ ସରକାର ଆଖ୍ୟା ପାଇଥିଲେ। ମା ମାନଙ୍କୁ ସୁଭଦ୍ରା ଯୋଜନାରେ ସହାୟତା ଦେଇ ମା ମାନଙ୍କ ସରକାର ଭାବେ ମଧ୍ୟ ସୁନାମ କରିଥିଲେ। ଆଜି ଚାଷୀ ମାନଙ୍କୁ ଧାନ କ୍ଵିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସବସିଡି ଦେଇ, ସରକାର ହୋଇଛନ୍ତି ‘ଚାଷୀଙ୍କ ସରକାର’। ବରଗଡର ସୋହେଲାରେ ଉତ୍ସବର ସମାବେଶ। ଚାଷୀ ଭାଇମାନଙ୍କ ମଧ୍ୟରେ ଆଜି ଖୁସିର ଲହର । ଲୋକଙ୍କ ସରକାର ଆଜି ଚାଷୀ ଭାଇ ମାନଙ୍କୁ ଦେଉଛନ୍ତି ସେମାନଙ୍କ ପରିଶ୍ରମର ମୂଲ୍ୟ ।

 

ଚାଷୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଚାଷୀମାନଙ୍କୁ ଧାନର ସର୍ବନିମ୍ନ ମୂଲ୍ୟ ୨୩୦୦ ଟଙ୍କା ଉପରେ ଆଜି ଅତିରିକ୍ତ ୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଚାଷୀମାନେ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇଲେ । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୁନ୍ ୧୨ ତାରିଖରେ ଆମ ସରକାର ଗଠନ ହେବା ପରେ ପ୍ରଥମ କ୍ୟାବିନେଟରେ ଯେଉଁ ଚାରିଟି ପ୍ରମୁଖ ନିଷ୍ପତ୍ତି ନେଇଥିଲେ, ସେ ସବୁ ନିଷ୍ପତ୍ତି ୬ ମାସ ମଧ୍ୟରେ ପୂରଣ କରାଗଲା । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୪ଟି ନିଷ୍ପତ୍ତି ମଧ୍ୟରୁ ଧାନ କିଣା ବାବଦକୁ ୩୧୦୦ ଟଙ୍କା ପ୍ରଦାନ କରିବା ଏକ ମୁଖ୍ୟ ନିଷ୍ପତ୍ତି ଥିଲା।

ବରଗଡର ଏହି ସୋହେଲା ମାଟିରେ, ଆପଣମାନଙ୍କୁ ଆମେ ଯେଉଁ ପ୍ରତିଶୃତି ଦେଇଥିଲୁ, ତାହା ପୁରଣ କଲୁ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଭାଷାରେ, “ମୋଦୀ କି ଗ୍ୟାରେଣ୍ଟି ମତଲବ, ଗ୍ୟାରେଣ୍ଟି ପୁରି ହୋନେ କି ଗ୍ୟାରେଣ୍ଟି”। ଆଜି ଆମର ସେଇସବୁ ଗ୍ୟାରେଣ୍ଟି ପୁରଣ ହୋଇଛି । ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲା ହେବା ହେଉ କିମ୍ବା ଶ୍ରୀମନ୍ଦିର ଉନ୍ନତିକରଣ ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ହେଉ; ସୁଭଦ୍ରା ଯୋଜନା ହେଉ କିମ୍ବା ଚାଷୀଭାଇମାନଙ୍କୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ହେଉ – ଆଜି ଆମ ସରକାର ଆପଣମାନଙ୍କୁ ଦେଇଥିବା ଚାରିଟି ଯାକ ପ୍ରତିଶୃତି, ଆଜି ପୂରଣ ହୋଇଛି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଦିନଟି ସାରା ଓଡିଶା ପାଇଁ ଏକ ଐତିହାସିକ ଦିନ। ବିଶେଷ କରି, କୃଷି ଓ କୃଷକମାନଙ୍କ ପାଇଁ ଆଜିର ଦିନଟି ନିଶ୍ଚିତ ଭାବରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଆଜି ଆପଣମାନଙ୍କ ସରକାର, ଆପଣମାନଙ୍କୁ, ଓଡିଶାର ଲକ୍ଷ ଲକ୍ଷ ଚାଷୀ ଭାଇଭଉଣୀ ମାନଙ୍କୁ ସେମାନଙ୍କ କଠୋର ପରିଶ୍ରମର ପ୍ରକୃତ ମୂଲ୍ୟ ପ୍ରଦାନ କରିବାକୁ ଆଗେଇ ଆସିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବରଗଡ ଜିଲ୍ଲାର ସୋହେଲା ଠାରୁ ଆରମ୍ଭ କରିବାର ମୁଖ୍ୟତଃ ଦୁଇଟି ଉଦ୍ଦେଶ୍ୟ ରହିଛି। ପ୍ରଥମଟି ହେଉଛି, ଏଠାରେ ଆମର ଅନ୍ନଦାତା ଚାଷୀଙ୍କୁ ୨୦୧୬ ମସିହାରେ ପ୍ରତାରଣାର ପ୍ରତିଶୃତି ଦିଆ ଯାଇଥିଲା ।

କୁଇଣ୍ଟାଲ ପିଛା ଏକ ଶହ ଟଙ୍କା ଦେବା ପାଇଁ ମିଛ ପ୍ରତିଶୃତି ଦିଆଯାଇଥିଲା । ସେ ମିଛ ପ୍ରତିଶୃତି ଓ ପ୍ରତାରଣାର ଉଚିତ ଜବାବ ସ୍ୱରୂପ ମୁଁ ଆପଣମାନଙ୍କ ପାଖକୁ ଆସି କୁଇଣ୍ଟାଲ ପିଛା ୮୦୦ ଟଙ୍କା ଅଧିକ ଇନ୍‌ପୁଟ ସବସିଡି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ହେଉଛି ଆମ ସରକାରର କଥା ଦେଇ କଥା ରଖିବାର ପ୍ରତିବଦ୍ଧତା । ଦ୍ଵିତୀୟଟି ହେଉଛି, ବରଗଡ ଜିଲ୍ଲା ହେଉଛି ଓଡିଶାର ଭାତ ହାଣ୍ଡି। ଏ ଜିଲ୍ଲାର ଚାଷୀଭାଇ ଓ ଭଉଣୀମାନେ କଠିନ ପରିଶ୍ରମ କରି ସାରା ଓଡିଶାରେ ସବୁଠାରୁ ଅଧିକ ଧାନ ଉତ୍ପାଦନ କରିଥାନ୍ତି। ରାଜ୍ୟର ଖାଦ୍ୟ ସୁରକ୍ଷା ପାଇଁ ବରଗଡ ଜିଲ୍ଲାର ଅବଦାନ ମହତ୍ତ୍ୱପୂର୍ଣ୍ଣ।

 

ଆମ ଚାଷୀଭାଇ ଓ ଭଉଣୀମାନେ ହେଉଛନ୍ତି ଦେଶର ଅନ୍ନଦାତା। ସେମାନଙ୍କ ପ୍ରଗତି ନ ହେଲେ, ଦେଶର ପ୍ରଗତି ଅସମ୍ଭବ। ଚାଷୀ ତାର ଉତ୍ପାଦର ଉଚିତ ମୂଲ୍ୟ ପାଇବା ନିତାନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ନଭେମ୍ବର ୨୦ ତାରିଖ ଠାରୁ ଧାନସଂଗ୍ରହ ଆରମ୍ଭ କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ୨୧,୫୦୦ ଚାଷୀ ଇନପୁଟ ସହାୟତା ପାଇଲେ। ଆଜି ଠାରୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ଆପଣମାନେ, କୁଇଣ୍ଟାଲ ପିଛା ୩୧୦୦ ଟଙ୍କା DBT ଜରିଆରେ ପାଇବେ ବୋଲି ସେ ସୂଚନା ଦେଇଥିଲେ।

ଧାନ ସଂଗ୍ରହ ପ୍ରକ୍ରିୟାକୁ ଅତ୍ୟନ୍ତ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମୁଁ ନିଜେ ଏବଂ ଆମର ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀଙ୍କ ସହିତ ସବୁ ବରିଷ୍ଠ ଅଧିକାରୀ, ଜିଲ୍ଲାପାଳମାନଙ୍କ ସହିତ ବାରମ୍ବାର ସମୀକ୍ଷା କରି, ଏହି ପ୍ରକ୍ରିୟା ଯେପରି ସୁଦୃଢ, ସ୍ୱଚ୍ଛ ଓ ପାରଦର୍ଶୀ ହେବ, ସେଥିପାଇଁ ସମସ୍ତ ପଦକ୍ଷେପ ନେଇଛୁ। ଯେଭଳି କୌଣସି ଯୋଗ୍ୟ ଚାଷୀ ସେମାନଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚିତ ନ ହୁଅନ୍ତି ଏଥି ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

 

ଏଥି ପାଇଁ ଜିଲ୍ଲା ସ୍ତରରେ ଅଧିକାରୀମାନେ ସଜାଗ ରହି କାର୍ଯ୍ୟ କରୁଛନ୍ତି । ରାଜ୍ୟର ଚାଷୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି, ଅନ୍ୟ ରାଜ୍ୟର ଧାନ ଯେଭଳି ଓଡ଼ିଶାକୁ ଆସି ବିକ୍ରୟ ନ ହୁଏ ଏଥି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜ୍ୟର ସୀମାନ୍ତ ଅଞ୍ଚଳରେ ଏହି ତନଖି ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ସେ କହିଥିଲେ । ମଣ୍ଡିରୁ ଧାନ ନେଇ ଯାଉଥିବା ଗାଡ଼ି ଉପରେ ମଧ୍ୟ ଏନ୍‌ଫୋର୍ସମେଣ୍ଟ ଟିମ୍‌ କଡ଼ା ନଜର ରଖିଛନ୍ତି । ବିଭିନ୍ନ ଅଭିଯୋଗର ତ୍ୱରିତ ଶୁଣାଣି ପାଇଁ ପ୍ରତ୍ୟେକ ଜିଲ୍ଲାରେ ନୋଡାଲ ଅଧିକାରୀମାନେ ନିଯୁକ୍ତ ଅଛନ୍ତି । ଧାନକିଣା ବ୍ୟବସ୍ଥାକୁ Full Proof କରାଯାଇଛି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।

 

ଧାନ କିଣାରେ କୌଣସି ସମସ୍ୟା ଥିଲେ କିମ୍ବା ଅଭିଯୋଗ ଥିଲେ ଆପଣ ପ୍ରତ୍ୟକ୍ଷ ଭାବେ ଯୋଗାଯୋଗ କରିପାରିବେ । ଏହା ସହିତ ଟୋଲ ଫ୍ରି ନଂ ୧୯୬୭ ମାଧ୍ୟମରେ ଯୋଗାଯୋଗ କରି ନିଜର ସମସ୍ୟା ଜଣାଇପାରିବେ ବୋଲି ସେ ସୂଚନା ଦେଇଥିଲେ । ଚାଷୀଭାଇ ଓ ଭଉଣୀମାନେ ଯେପରି ବର୍ଦ୍ଧିତ ୮୦୦ ଟଙ୍କା ପାଇବାରେ ଅସୁବିଧା ହେବ ନାହିଁ, ସେଥିପାଇଁ କୃଷି ବିଭାଗ ବଜେଟରେ ୫ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ତେଣୁ, ୩୧୦୦ ଟଙ୍କା ପାଇବାରେ ଅର୍ଥର ଅଭାବ ନାହିଁ। ଏହା ହେଉଛି ଡବଲ ଇଞ୍ଜିନ ସରକାର ର ଚାଷୀଭାଇ ଓ ଭଉଣୀଙ୍କ ପାଇଁ ଆନ୍ତରିକତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

 

କୃଷକ ମାନଙ୍କ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀଙ୍କ ଉନ୍ନତି ଯେ କେବଳ ଯଶସ୍ଵୀ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ଲକ୍ଷ୍ୟ ତାହା ନୁହେଁ, ଆର୍ଥିକ ବିକାଶ ସହିତ ଅନ୍ନଦାତାଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା। ସେଥିପାଇଁ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ କୃଷି ସମ୍ମାନ ନିଧି। ଏହି ଯୋଜନା ଅନ୍ତର୍ଗତ ତିନୋଟି କିସ୍ତିରେ 6 ହଜାର ଟଙ୍କା ପ୍ରଦାନ କରାଯାଉଛି। ଏଥି ସହିତ ଆମ ସରକାରଙ୍କ ସି. ଏମ. କିଷାନ ଯୋଜନା ମାଧ୍ୟମରେ ଆଉ 4,000 ଟଙ୍କା ପ୍ରଦାନ କରାଯାଉଛି। ଓଡିଶାର କୃଷକ ସମାଜର ମଙ୍ଗଳ ପାଇଁ ଚଳିତ ବର୍ଷ ରେକର୍ଡ ୩୩ ହଜାର ୯ ଶହ ୧୯ କୋଟି ଟଙ୍କା ପ୍ରବଧାନ କରାଯାଇଛି।

ଚାଷୀକୁଳର ବିକାଶ ପାଇଁ ଆମ ସରକାର ‘ସମୃଦ୍ଧ କୃଷକ ଯୋଜନା’ କାର୍ଯ୍ୟକାରୀ କରୁଛନ୍ତି ଯେଉଁଥିରେ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଦେଶରେ କୃଷକ ମାନଙ୍କ ଉନ୍ନତି ପାଇଁ ପୂର୍ବ ସରକାର ମାନଙ୍କର ନୀତି ତୃଟିପୂର୍ଣ୍ଣ ଥିଲା ବୋଲି ମତ ଦେଇ ସେ କହିଲେ ଯେ ଦେଶ ସ୍ୱାଧୀନତା ପରେ ସରକାର ଭିନ୍ନ ଭିନ୍ନ ସମୟରେ କୃଷକର ଉନ୍ନତି ପାଇଁ ପଦକ୍ଷେପ ନେଇଥିଲେ ମଧ୍ୟ ଚାଷୀଭାଇ ଏହାର ସୁଫଳ ପାଇବାରେ ବିଫଳ ହୋଇଛି । ଏଥି ପାଇଁ ତତ୍କାଳୀନ ସରକାରଙ୍କ ନୀତି ଓ ବ୍ୟବସ୍ଥାରେ ଅନେକ ତ୍ରୁଟି ପରିଲକ୍ଷିତ ହୁଏ । ଯଶସ୍ୱୀ ତଥା ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସମୟରେ କୃଷିକ୍ଷେତ୍ରରେ ଅଭିବୃଦ୍ଧି ପାଇଁ ପ୍ରତିବର୍ଷ ବଜେଟରେ ଅଧିକ ଅର୍ଥବରାଦ କରାଯାଉଛି।

କୃଷକମାନଙ୍କ ସୁବିଧା ପାଇଁ ମୃତ୍ତିକା ସ୍ୱାସ୍ଥ୍ୟ ପତ୍ର, ଜମିର ମାଟି ପରୀକ୍ଷା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଭଳି ଐତିହାସିକ ପଦକ୍ଷେପ କେବଳ ମୋଦିଜୀଙ୍କ ଶାସନ କାଳରେ ହିଁ ନିଆଯାଇଛି । ଧାନର ଇନ୍‌ପୁଟ ସବ୍‌ସିଡି, ପିଏମ୍‌ ଓ ସିଏମ୍‌ କିଷାନ ଯୋଜନା, ପଶୁପାଳନ ଯୋଜନା ଆଦି ସବୁ କୃଷି କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରି କହିଥିଲେ ଯେ ଆପଣମାନେ ଏହି ସବୁ ଯୋଜନାର ଉପଯୋଗ କରନ୍ତୁ, ଯାହାଦ୍ୱାରା ଆପଣମାନେ ସମୃଦ୍ଧ ହେବେ ଏବଂ ଆପଣ ସମୃଦ୍ଧ ହେଲେ ରାଜ୍ୟ ସମୃଦ୍ଧ ହେବ, ରାଜ୍ୟ ସମୃଦ୍ଧ ହେଲେ ଦେଶ ସମୃଦ୍ଧ ହେବ। ଆପଣମାନେ ହେଉଛନ୍ତି ‘ସମୃଦ୍ଧ ଓଡିଶା’ର ମୂଳଦୁଆ।

ଓଡିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଓଡିଶା ସମୃଦ୍ଧି ପଥରେ ଦୃତ ଅଗ୍ରସର ହେଉଛି ବୋଲି ମତ ଦେଇ ସେ କହିଥିଲେ ଯେ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ କୃଷି କ୍ଷେତ୍ରରେ ସଶକ୍ତ କରିବାର ମୂଳ ଲକ୍ଷ୍ୟ ରଖି ସରକାର ସର୍ବଦା କାର୍ଯ୍ୟ କରୁଛନ୍ତି । କୃଷିଜାତ ସାମଗ୍ରୀର ଅଭାବୀ ବିକ୍ରୀକୁ ରୋକିବା ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କୁ କୃଷି କ୍ଷେତ୍ରରେ ସଶକ୍ତ କରିବାର ମୂଳ ଲକ୍ଷ୍ୟ ରଖି ରାଜ୍ୟ ସରକାର ସର୍ବଦା କାର୍ଯ୍ୟ କରୁଛନ୍ତି। ଚାଷୀ ଭାଇ ମାନଙ୍କୁ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଆମ ସରକାର ପ୍ରସ୍ତୁତ ଅଛନ୍ତି। ସେହିଭଳି ମାଣ୍ଡିଆ ଉତ୍ପାଦନକୁ ସରକାର ଆହୁରି ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବରଗଡ ଜିଲ୍ଲା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜି ଆମେ ଯେଉଁ ସ୍ଥାନରେ ଛିଡ଼ା ହୋଇଛୁ ଏହି ଜିଲ୍ଲା ଐତିହାସିକ ଓ ଭୌଗୋଳିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ଜିରାନଦୀ କୂଳରେ ଅବସ୍ଥିତ ଏହି ଜିଲ୍ଲାର କର୍ମକୌଶଳ, ଭାଷା, ପର୍ବପର୍ବାଣିର ସ୍ୱତନ୍ତ୍ର ସ୍ଥାନ ରହିଛି। ୧୯୯୨ ମସିହା ପୂର୍ବରୁ ଏହା ସମ୍ବଲପୁର ଜିଲ୍ଲାର ଅଂଶବିଶେଷ ଥିଲେ ମଧ୍ୟ ଏହି ଜିଲ୍ଲାର ସ୍ୱତନ୍ତ୍ରତା ରହିଛି । ଏଠାରେ କୃଷି ହେଉଛି ରୋଜଗାରର ପ୍ରଧାନ ମାଧ୍ୟମ । କୃଷି ଓ କୃଷକମାନଙ୍କୁ ଏଠାରେ ବିଶେଷ ଗୁରୁତ୍ୱ ଦିଆଯାଏ । ଏଥି ସହ ଏଠାକାର ବୁଣାକାରମାନେ ପ୍ରସ୍ତୁତ କରୁଥିବା ଶାଢ଼ିର ଚାହିଦା ବିଶ୍ୱପ୍ରସିଦ୍ଧ ।

ସେହିଭଳି ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଈଙ୍କ ପୀଠରୁ ଆରମ୍ଭ କୃଷିଭିତ୍ତିକ ନୂଆଖାଇ ପର୍ବ ଏହି ମାଟିର ଭାଇଚାରା, ପାରିବାରିକ ସଦ୍‌ଭାବର ନୂତନ ସନ୍ଦେଶ ପ୍ରଦାନ କରେ, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ରହିଛି ବୋଲି ସେ କହିଥିଲେ । ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଏକ କାଳଜୟୀ ପଂକ୍ତି କୁ ଉଦ୍ଧାର କରି ସେ କହିଥିଲେ ଯେ “ଯା ମନ ଯେପରି, ତା’ପାଇଁ ସେପରି, ଫଳ ରଖିଥାଏ ବିଶ୍ୱ, ଉଚ୍ଚ ମନା ଉଚ୍ଚେ ଅମୃତ ଲଭଇ, ନୀଚ୍ଚ ମନା ଲଭେ ବିଷ।” ତେଣୁ ଆମେ ସମସ୍ତେ ପାରସ୍ପରିକ ଭେଦଭାବ ଭୁଲି, ସମସ୍ତ ସଂକୀର୍ଣ୍ଣତାକୁ ଦୂରେଇ ଆମେମାନେ ଏକମନ ଏକପ୍ରାଣ ହୋଇ ଆଗକୁ ବଢ଼ିବାର ସଂକଳ୍ପ ନେବାକୁ ସେ ଆହ୍ବାନ ଦେଇଥିଲେ।

ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ଯେ ସରକାରଙ୍କ କଥା ଆଉ କାମ ସମାନ। ସରକାର ଯାହା କହିଥିଲେ, ତାହା କରି ଦେଖାଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଥିଲେ ଯେ ଏହା ଆମ ସରକାରଙ୍କ ପ୍ରଥମ ନିଷ୍ପତ୍ତି ଥିଲା। ଆଜି ତାହା ପୂରଣ ହୋଇଛି । ମଣ୍ଡି ମାନଙ୍କରୁ ଦଲାଲ୍ ମାନଙ୍କ ଦୌରତ୍ମ୍ୟ ବନ୍ଦ କରିବା ପାଇଁ ସରକାର ସମସ୍ତ ପଦକ୍ଷେପ ନେଇଛନ୍ତି। ଧାନ କିଣା ବ୍ୟବସ୍ଥାକୁ ସ୍ବଚ୍ଛ କରା ଯାଇଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଧାନ କିଣାକୁ ସ୍ବଚ୍ଛ କରିବା ପାଇଁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଦେଇଥିଲେ ।

କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ, ଭଟଲି ବିଧାୟକ ଶ୍ରୀ ଇରାଶିସ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଶ୍ରୀ ଅଶ୍ଵିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ଶ୍ରୀ ନିହାର ମହାନନ୍ଦ, ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗର୍ତିଆ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଅଭିଭାଷଣ ରଖିଥିଲେ । ପଦ୍ମଶ୍ରୀ ହଳଧର ନାଗ ଓ ପଦ୍ମଶ୍ରୀ ଭାଗବତ ପ୍ରଧାନ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶୁଭ ମୁହୂର୍ତ୍ତରେ ଶୁଭ ଖୁଣ୍ଟି ପଡ଼ିଲା, ଐତିହାସିକ ବାଣପୁର ପଞ୍ଚୁଦୋଳଯାତ୍ରା ଶୁଭାରମ୍ଭ

ଶୁଭ ମୁହୂର୍ତ୍ତରେ ଶୁଭ ଖୁଣ୍ଟି ପଡ଼ିଲା, ଐତିହାସିକ ବାଣପୁର ପଞ୍ଚୁଦୋଳଯାତ୍ରା ଶୁଭାରମ୍ଭ

March 7, 2026
ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 7, 2026

Recent News

ଶୁଭ ମୁହୂର୍ତ୍ତରେ ଶୁଭ ଖୁଣ୍ଟି ପଡ଼ିଲା, ଐତିହାସିକ ବାଣପୁର ପଞ୍ଚୁଦୋଳଯାତ୍ରା ଶୁଭାରମ୍ଭ

ଶୁଭ ମୁହୂର୍ତ୍ତରେ ଶୁଭ ଖୁଣ୍ଟି ପଡ଼ିଲା, ଐତିହାସିକ ବାଣପୁର ପଞ୍ଚୁଦୋଳଯାତ୍ରା ଶୁଭାରମ୍ଭ

March 7, 2026
ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 7, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶୁଭ ମୁହୂର୍ତ୍ତରେ ଶୁଭ ଖୁଣ୍ଟି ପଡ଼ିଲା, ଐତିହାସିକ ବାଣପୁର ପଞ୍ଚୁଦୋଳଯାତ୍ରା ଶୁଭାରମ୍ଭ

ଶୁଭ ମୁହୂର୍ତ୍ତରେ ଶୁଭ ଖୁଣ୍ଟି ପଡ଼ିଲା, ଐତିହାସିକ ବାଣପୁର ପଞ୍ଚୁଦୋଳଯାତ୍ରା ଶୁଭାରମ୍ଭ

March 7, 2026
ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version